Indus Valley Times

ଗଜପତି: ରାୟଗଡ଼ ଆଇଟିଆଇ ଠାରେ ଉଠା ଜଳସେଚନ ବିଭାଗ ଅଧୀନସ୍ଥ ପାଣି ପଞ୍ଚାୟତ ସଭ୍ୟମାନଙ୍କୁ ନେଇ ୧୦ ଦିନିଆ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ରାୟଗଡ଼ ଆଇଟିଆଇ ଠାରେ ଉଠା ଜଳସେଚନ ବିଭାଗ ଅଧୀନସ୍ଥ ପାଣି ପଞ୍ଚାୟତ ସଭ୍ୟମାନଙ୍କୁ ନେଇ ୧୦ ଦିନିଆ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

October 02
21:32 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨/୧୦: ଗଜପତି ଜିଲ୍ଲା ରାୟଗଡ଼ ସ୍ଥିତ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର (ଆଇଟିଆଇ)ର ପ୍ରଶିକ୍ଷଣ କକ୍ଷ ଠାରେ ଜିଲ୍ଲାର ରାୟଗଡ଼ ଓ ଗୋଷାଣୀ ବ୍ଲକର ୨୦ ଟି ଗ୍ରାମ ପଞ୍ଚାୟତର ୨୦ ଜଣ ପାଣି ପଞ୍ଚାୟତ୍ ସଭ୍ୟ ମାନଙ୍କୁ ନେଇ ଚାଲିଥିବା ୧୦ ଦିନିଆ ତାଲିମ ଶିବିର କାର୍ଯ୍ୟକ୍ରମ ଉଦଯାପିତ ହୋଇ ଯାଇଛି ।
ଏହି ତାଲିମ ଶିବିର କାର୍ଯ୍ୟକ୍ରମ ଗତ ୨୦ ତାରିଖ ଦିନ ଠାରୁ ଆରମ୍ଭ ହୋଇ ୩୦ ତାରିଖରେ ଶେଷ ହୋଇଥିଲା । ଏହି ୧୦ ଦିନିଆ ତାଲିମ ଶିବିରରେ ମୁଖ୍ୟତଃ ଉଠା ଜଳସେଚନ ପ୍ରକଳ୍ପରେ ବ୍ୟବହୃତ ହେଉଥିବା ଯନ୍ତ୍ରାଂଶ ଯଥା:- ମୋଟର , ଷ୍ଟାଟର , ମେନ ସୁଇଚ ଇତ୍ୟାଦି ଯନ୍ତ୍ରାଂଶ ବିଷୟରେ କ୍ଷୁଦ୍ର ମରାମତି ସମ୍ବନ୍ଧୀୟ ସମେତ ଏହାର ରକ୍ଷଣାବେକ୍ଷଣ ଏବଂ ନିରାପତ୍ତା ବିଷୟରେ ତାଲିମ ଦିଆ ଯାଇଥିଲା ।
ଏହି ତାଲିମ କାର୍ଯ୍ୟକ୍ରମ ଓଡ଼ିଶା ବୈଷୟିକ ଶିକ୍ଷା ତାଲିମ ନିର୍ଦ୍ଦେଶାଳୟ ଏବଂ ଗଜପତି ଜିଲ୍ଲା ଉଠା ଜଳସେଚନ ବିଭାଗର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା ।
୧୦ ଦିନିଆ ତାଲିମ ଶିବିରର ଏହି ଉଦଯାପନୀ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ଉଠା ଜଳସେଚନ ଡିଭିଜନର ନିର୍ବାହୀଯନ୍ତ୍ରୀ ଇଂ ଅଶୋକ କୁମାର ପାଢ଼ୀଙ୍କ ସମେତ ପାରଳାଖେମୁଣ୍ଡି ସହକାରୀ ଯନ୍ତ୍ରୀ(ଏସଡିଓ) ଈଂ ରାମଚନ୍ଦ୍ର ବେହେରା , ରାୟଗଡ଼ ଆଇଟିଆଇ: ପ୍ରିନିସିପାଲ ଶ୍ରୀ ପ୍ରକାଶ ରଞ୍ଜନ ସୋରେନ ଏବଂ ମୋହନା ଉଠା ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ(ଏସଡିଓ) ଇଂ ବିଘ୍ନେଶ୍ୱର ସିଂ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ ।
ଏହି ତାଲିମ ପାଇବା ପରେ ପାଣି ପଞ୍ଚାୟତ ଚାଷୀମାନେ ସେମାନଙ୍କ ପଞ୍ଚାୟତରେ ଉଠା ଜଳସେଚନ ପ୍ରକଳ୍ପ ଗୁଡ଼ାକ ଯେଉଁ ରହିଛି , ତାର ସୁପରିଚାଳନା ଏବଂ ମରାମତି ଦିଗରେ କାର୍ଯ୍ୟ କରିବେ । ସେଥିପାଇଁ ଚାଷୀମାନେ କ୍ଷୁଦ୍ର ମରାମତି ପାଇଁ ଆଉ ଇଲେକ୍ଟ୍ରିସିଆନ ମାନଙ୍କୁ ନ ଡାକି ଏବଂ କ୍ଷୁଦ୍ର ମରାମତି ଦିଗରେ ଅଧିକ ଖର୍ଚ୍ଚାନ୍ତ ନ ହୋଇ କି ଅପେକ୍ଷା ନ କରି ନିଜେ ନିଜେ ସଜାଡି ପ୍ରକଳ୍ପ ଟିକୁ କାର୍ଯ୍ୟକ୍ଷମ କରି ପାରିବେ । ଏହି କାର୍ଯ୍ୟକ୍ରମ ଦ୍ବାରା ଚାଷି ପାଣି ପଞ୍ଚାୟତ ଦ୍ବାରା ବିଶେଷ ଉପକୃତ ହୋଇ ପାରିବେ।
ଚାଷୀମାନେ ଏହି ଯେଉଁ ତାଲିମ ଗ୍ରହଣ କରିଛନ୍ତି , ଭବିଷ୍ୟତରେ ତାର ଉଚିତ୍ ସଦବିନିଯୋଗ କରିବା ପାଇଁ ପରାମର୍ଶ ଦିଆ ଯାଇଥିଲା ।
ତାଲିମ କାର୍ଯ୍ୟକ୍ରମ ଉଦଯାପନୀ ଅବସରରେ ସମସ୍ତ ତାଲିମାର୍ଥି ଚାଷୀ ମାନଙ୍କୁ ଯନ୍ତ୍ରାଂଶ ମରାମତି ପାଇଁ ଟୁଲ-କୀଟ ପେକେଟ ଏବଂ ତାଲିମ ପ୍ରମାଣପତ୍ର ମଞ୍ଚାସିନ ଅଧିକାରୀ ମାନଙ୍କ ଦ୍ଵାରା ବଣ୍ଟନ କରା ଯାଇଥିଲା ।
ରାୟଗଡ଼ ଆଇଟିଆଇର ପ୍ରଶିକ୍ଷକ ଦୀର୍ଘ ୧୦ ଦିନ ଧରି ପାଣି ପଞ୍ଚାୟତ ଚାଷୀ ମାନଙ୍କୁ ବିଭିନ୍ନ ଯନ୍ତ୍ରାଂଶ ଓ ତାର ମରାମତି ଏବଂ ସୁପରିଚାଳନା ଉପରେ ତାଲିମ ପ୍ରଦାନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031