Indus Valley Times

ଗଜପତି: ରାୟଗଡ଼ ବ୍ଲକରେ ଶିଶୁ ଦିବସ ପାଳିତ, ଶିଶୁଙ୍କ ସହ ମିଶି କେକ୍ କାଟିଲେ ବ୍ଲକ ଅଧ୍ୟକ୍ଷା

 Breaking News

ଗଜପତି: ରାୟଗଡ଼ ବ୍ଲକରେ ଶିଶୁ ଦିବସ ପାଳିତ, ଶିଶୁଙ୍କ ସହ ମିଶି କେକ୍ କାଟିଲେ ବ୍ଲକ ଅଧ୍ୟକ୍ଷା

November 15
11:07 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୫/୧୧: ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ବିଭିନ୍ନ ସ୍ଥାନରେ ବହୁ ଆଡ଼ମ୍ବର ସହକାରେ ଶିଶୁ ଦିବସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଜିଲ୍ଲାରେ ଥିବା ସ୍ଵେଚ୍ଛାସେବୀ ଅନୁଷ୍ଠାନ “କୈଳାଶ ସତ୍ୟର୍ଥୀ ଚିଲଡ୍ରେନ ଫାଉନ୍ଡେଶନ” ଏବଂ ସିସିଡ଼ି: ଅନୁଷ୍ଠାନ ତରଫରୁ ରାୟଗଡ ସ୍ଥିତ ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ଶିଶୁ ଦିବସ ପାଳନ ଉପଲକ୍ଷେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ବ୍ଲକ ଅଧକ୍ଷା ଶ୍ରୀମତୀ ପୂର୍ଣବାସି ନାୟକ , ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ଜ୍ୟୋତି ପ୍ରସାଦ ପାଣି , ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଧୀର କୁମାର ସିଂ , ଜିଲ୍ଲା ପରିଷଦ ସଭ୍ୟା ଗୌତମୀ ଜାନି , ଜିଲ୍ଲା ପରିଷଦ ସଭ୍ୟ ପିତାମ୍ବର ଶବର , ସିଡିପିଓ: ତେରେସ୍କୋଭା ମଲ୍ଲିକ , ପର୍ଶୁରାମ ଗୁରୁକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଶଶୀକାନ୍ତ ମହାପାତ୍ର , ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମନୋଜ ବେହେରା , ବରିଷ୍ଠ ଶିକ୍ଷକ ସିଦ୍ଧାର୍ଥ ଶଙ୍କର ପାଠୀ , ପ୍ରଧାନ ଆଚାର୍ଯ୍ୟ ପ୍ରସାଦ ଘଡାଇ ପ୍ରମୁଖ ମଞ୍ଚାସୀନ ଥିଲେ ।
ଶିଶୁ ମାନଙ୍କୁ , ଶିଶୁ ଦିବସ ଉପଲକ୍ଷେ ଅତିଥି ମାନେ ସେମାନଙ୍କ ଅଭିଭାଷଣ ରଖିବା ସହ ଉପସ୍ଥିତ ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଶିଶୁ ମାନେ ଯୋଗ ଦେଇ ବିଭିନ୍ନ ପ୍ରକାର ନାଚ , ଗୀତ , ଚିତ୍ରାଙ୍କନ ଓ ବକୃତା ପ୍ରଭୃତି ପ୍ରତିଯୋଗିତାରେ ଭାଗ ନେଇ ଦର୍ଶକ ମାନଙ୍କୁ ଆକୃଷ୍ଟ କରିଥିଲେ।
ଏହି ଅବସରରେ ରାୟଗଡର “ମିଶନ ଶକ୍ତି” ମାଆ ମାନେ ୫ଜଣ ଶିଶୁଙ୍କୁ (ପିତୃ ହୀନ) ପୋଷାକ , ଖାତା ଓ କଲମ ପ୍ରଦାନ କରିବା ସହ ଶିଶୁ ମାନଙ୍କ ସହ କେକ୍ କାଟି ମିଷ୍ଟାନ ବଣ୍ଟନ କରିଥିଲେ।
ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇଥିବା ଶିଶୁ ମାନଙ୍କୁ ମାନ ପତ୍ର ସହ ପୁରସ୍କାର ପ୍ରଦାନ କରା ଯାଇଥିଲା ।
ଉକ୍ତ କାର୍ଯ୍ୟକ୍ରମକୁ “ସିସିଡି”ର ଜିଲ୍ଲା ସଂଯୋଜକ ଶ୍ରୀ ବିଜୟ ପ୍ରଧାନ ପରିଚାଳନା କରିଥିବା ବେଳେ ସିସିଡିର କର୍ମଚାରୀ ଓ ରାୟଗଡ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930