Indus Valley Times

ଗଜପତି: ରା: ଉଦୟଗିରି ବ୍ଳକ ବାଦପୁର ଠାରେ ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ରା: ଉଦୟଗିରି ବ୍ଳକ ବାଦପୁର ଠାରେ ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

December 21
11:47 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୧/୧୨: ଗଜପତି ଜିଲ୍ଲାର ରା: ଉଦୟଗିରି ବ୍ଲକ ଅନ୍ତର୍ଗତ ବାଦପୁର ଗ୍ରାମ ଠାରେ ଏକ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମ ପଡୋଶୀ ଆନ୍ଧ୍ରର ଶ୍ରୀକାକୁଲମ ସହର ସ୍ଥିତ ଜେମସ-ହସପିଟାଲ ଏବଂ ପାରଳାଖେମୁଣ୍ଡି ସ୍ଥିତ ଗିଫ୍ଟ ସୋସାଇଟି ର ନିର୍ଦ୍ଦେଶକ ଆଚାର୍ଯ୍ୟ ଆମୋଦ କୁମାର ବର୍ଦ୍ଧନଙ୍କ ମିଳିତ ଉଦ୍ୟମରେ ଏହି ସ୍ୱାସ୍ଥ୍ୟ ଶିବିର ଚିକିତ୍ସା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମ ରେ ବାଦପୁର ଗ୍ରାମ ପାଖାପାଖି ଅଞ୍ଚଳର ପ୍ରାୟ ୨୦୦ ଜଣ ଗରିବ ଲୋକ ଯୋଗ ଦେଇଥିବା ବେଳେ ସେମାନଙ୍କୁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ପ୍ରଦାନ କରା ଯାଇଥିଲା ।
ବିଶେଷ କରି ଶୀତ ମାସରେ ଅନେକ ଗରିବ ରୋଗୀ , କୌଣସି ପ୍ରକାର ସ୍ବାସ୍ଥ୍ୟ ଚିକିତ୍ସା ସେବା ନ ପାଇ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରି କି , କେତେକ ଗରିବ ରୋଗୀ ଆର୍ଥିକ ଅଭାବ ଯୋଗୁଁ ଚିକିତ୍ସା ହୋଇ ନ ପାରି ମୃତ୍ୟ ବରଣ କରିଛନ୍ତି । ତେବେ ସମସ୍ତ ଗରିବ ଲୋକଙ୍କୁ ମାଗଣା ରେ ଉନ୍ନତ ମାନର ଚିକିତ୍ସା ସେବା ପ୍ରଦାନ କରିବା ସହ ମାଗଣା ଔଷଧ ପ୍ରଦାନ କରିବା ହେଉଛି ଜେମ୍ସ ହସ୍ପିଟାଲ ଏବଂ ଗିଫ୍ଟ ସୋସାଇଟି ର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହା ଯାଇଥିଲା ।
ଗିଫ୍ଟ ମିଶନ ଏପରି ଅନେକ ଜନ କଲ୍ୟାଣକାରୀ ମହତ୍ ଜନସେବା କାର୍ଯ୍ୟକ୍ରମ ସବୁ ବିଭିନ୍ନ ସମୟରେ କରି ଆସୁଥିଲା ବେଳେ ଏଥର ଜେମ୍ସ ହସପିଟାଲର ସହଯୋଗରେ ଏହି ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଜେମ୍ସ ହସ୍ପିଟାଲର ମ୍ୟାନେଜର ଶ୍ରୀ ପି: ଅନୀଲ , ବିଜୁ ସ୍ବାସ୍ଥ୍ୟ କାର୍ଡ ଧାରୀଙ୍କୁ ଏହି ଶ୍ରୀକାକୁଲମ ସ୍ଥିତ ଜେମ୍ସ ହସ୍ପିଟାଲରେ ସମସ୍ତ ରୋଗର ମାଗଣା ଚିକିତ୍ସା ରହିଥିବା ଯୋଗୁଁ ଏହାର ସୁଯୋଗ ନେବାଲାଗି କହିଥିଲେ । ଏପରି ସୁଯୋଗ ଥିବା ଜାଣି ଜନସାଧାରଣ ଜେମ୍ସ ହସ୍ପିଟାଲ ର କର୍ଯ୍ୟକର୍ତ୍ତା ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ଜେମ୍ସ ହସ୍ପିଟାଲର ଡଃ ଚୈତନ୍ୟା , ଏରିଆ ମ୍ୟାନେଜର ଶ୍ରୀ ପି: ଅନିଲ , ଆପଲା ନାଇଡୁ , କେ: ଦୀପା , ଶ୍ରୀ ନାରାୟଣ ରାଓ , ସାଜଁନ କାଉଁରି , ପଦ୍ମାବତୀ ଓ ସ୍ଥାନୀୟ ପାଳକ ଶ୍ରୀ ବିକାଶ କର ପ୍ରମୁଖ ଉପସ୍ଥିତି ରହି କାର‌୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031