Indus Valley Times

ଗଜପତି: ରିଜର୍ଭ ବ୍ୟାଙ୍କରେ ଛାତ୍ରୀମାନେ ନିଯୁକ୍ତି ସୁଯୋଗ ସୃଷ୍ଟି କରି କେରିଅର ଗଠନ କରିବା ପାଇଁ ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ରିଜର୍ଭ ବ୍ୟାଙ୍କରେ ଛାତ୍ରୀମାନେ ନିଯୁକ୍ତି ସୁଯୋଗ ସୃଷ୍ଟି କରି କେରିଅର ଗଠନ କରିବା ପାଇଁ ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

December 28
21:45 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୮/୧୨:ଭାରତୀୟ ରିଜର୍ଭ ବ୍ୟାଙ୍କ ରେକଲେଜ ପାସ ଆଉଟ୍ ଛାତ୍ରୀମାନେ ନିଯୁକ୍ତି ସୁଯୋଗ ସୃଷ୍ଟି କରି ନିଜର ଉତ୍ତମ କେରିଅର୍ ତଥା ଉଜ୍ଜଳ ଭବିଷ୍ୟତ ଗଠନ କରିବା ଉଦ୍ଦେଶ୍ୟ ନେଇ ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ଠାରେ ଭୁବନେଶ୍ଵର ସ୍ଥିତ ଆରବିଆଇ: ପକ୍ଷରୁ ଏକ ସଚେତନତା କର୍ମଶାଳା ସ୍ଥାନୀୟ ଲିଡ-ବ୍ୟାଙ୍କ୍ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ରୀନା ସାହୁ ସଭାପତିତ୍ବ କରି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଲକ୍ଷ ସମ୍ପର୍କରେ କହିଥିଲେ ।
ଏହି କାର୍ଯ୍ୟକ୍ରମ ରେ ଭୁବନେଶ୍ଵର ସ୍ଥିତ ରିଜର୍ଭ ବ୍ୟାଙ୍କର ଏଲଡିଓ–ମ୍ୟାନେଜର ଶ୍ରୀ ମୋହିତ ଅଗ୍ରୱାଲ , ଗ୍ରେଡ-ବି ଡିଆର: ମ୍ୟାନେଜର ହେମା ପ୍ରିୟା ରାଜ , ଶ୍ରୀ ନବଘନ ରାଉତ , ସହକାରୀ ପ୍ରବନ୍ଧକ ଏବଂ ଲିଡ ବ୍ୟାଙ୍କ୍ ମ୍ୟାନେଜର ଶ୍ରୀ ମହେଶ୍ୱର ମଣ୍ଡଳ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ ।
ମଞ୍ଚାସିନ ଅତିଥି ମାନେ କହିଥିଲେ ଯେ ଛାତ୍ରୀମାନେ ପ୍ରଥମେ ଜାଣନ୍ତୁ ଯେ , କଣ ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୁବିଧା ରହିଛି । ଆରବିଆଇ:ରେ ମୁଖ୍ୟତଃ କିଭଳି ସେମାନଙ୍କ ଭଲ ତଥା ଉଜ୍ଜଳ ଭବିଷ୍ୟତ ଗଠନ ହୋଇପାରିବ , କଣ ସବୁ ନିଯୁକ୍ତି ସୁଯୋଗ ରହିଛି ଏବଂ ରିଜର୍ଭ ବ୍ୟାଙ୍କରେ ନିଯୁକ୍ତି ପାଇ ତଥା ଏକ ଅଂଶ ହୋଇ କିଭଳି ଲୋକଙ୍କୁ ସାହାଯ୍ୟ ସହଯୋଗ କରିବା\’ରେ ସହାୟକ ହୋଇ ପାରିବେ ଏବଂ କିଭଳି ବିଭିନ୍ନ ପଦବୀ ପାଇଁ ଆବେଦନ କରିବେ ଓ ସଂପୃକ୍ତ ଆବେଦନ କରିଥିବା ପଦବୀ ନିମନ୍ତେ ପରୀକ୍ଷା ପ୍ରଶ୍ନ ପତ୍ର କିଭଳି ପଡିଥାଏ ସେ ସମ୍ପର୍କରେ ପୁଙ୍ଖକ୍ଷନୁପୁଙ୍ଖ ଭାବେ ବୁଝାଇ ସଚେତନ କରାଇଥିଲେ ।
ଅନ୍ୟପକ୍ଷରେ , ଛାତ୍ରୀମାନେ ଦୃଢ଼ ନିଶ୍ଚିତ ହୋଇ ରିଜର୍ଭ ବ୍ୟାଙ୍କ୍ ର ସଂପୃକ୍ତ ପଦବୀ ପାଇଁ ଆବେଦନ କରି ପରୀକ୍ଷା ଦେଲେ ସେମାନଙ୍କ ନିଷ୍ଠାର ପରିଶ୍ରମରେ ନିଶ୍ଚିତ ଭାବେ ପରୀକ୍ଷାରେ ସଫଳ ହେବେ ବୋଲି ପ୍ରୋତ୍ସାହନ କରି କହିଥିଲେ ।
କାର୍ଯ୍ୟକ୍ରମରେ ବ୍ୟାଙ୍କ୍ ଅଧିକାରୀ ଓ ଉପସ୍ଥିତ ଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ବ୍ୟାଙ୍କ୍ ସମ୍ବନ୍ଧୀୟ ଉପରେ ପ୍ରଶୋତ୍ତର କାର୍ଯ୍ୟକ୍ରମ ହୋଇ ଛାତ୍ରୀମାନେ ବ୍ୟାଙ୍କ୍ ଉପରେ ରହିଥିବା ସନ୍ଦେହ ଦୂର କରିଥିଲେ ।
ରିଜର୍ଭ ବ୍ୟାଙ୍କରେ ମହିଳା ମାନେ ଅଧିକ ସଂଖ୍ୟାରେ ନିଜର କର୍ମ ସଂସ୍ଥାନ ପାଇଁ ବାଛି ନେଇ ନିଜର ଉଜ୍ଜଳ ଭବିଷ୍ୟତ ଗଢିବାରେ ସହାୟକ ହେବା ପାଇଁ ଉପାଦେୟ ପରାମର୍ଶ ଦେଇଥିଲେ ।
ସମସ୍ତ କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟର ଶ୍ରୀ ରାଜେଶ ପାତ୍ର ଓ ଶ୍ରୀ ସଞ୍ଜୟ କୁମାର ପଟନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031