Indus Valley Times

ଗଜପତି: ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମ ତାଲିମ କର୍ମଶାଳା ଅନୁଷ୍ଠିତ

 Breaking News

ଗଜପତି: ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମ ତାଲିମ କର୍ମଶାଳା ଅନୁଷ୍ଠିତ

October 17
14:14 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି ୧୭/୧୦: କରୋନା ମହାମାରୀ ସମୟରେ ସରକାରୀ ବିଦ୍ୟାଳୟ ଗୁଡ଼ିକର ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା ଯେଉଁଭଳି ପ୍ରଭାବିତ ତଥା ବାଧାପ୍ରାପ୍ତ ହୋଇଛି , ତାହାର ପରିପୂରଣ ନିମନ୍ତେ ଓଡିଶା ସରକାରଙ୍କ ପକ୍ଷରୁ “ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମ” ଆରମ୍ଭ ହୋଇଛି । ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ଉଚ୍ଚ ବିଦ୍ୟାଳୟର ସଭା ଗୃହ ପରିସରରେ ଏହି କାର‌୍ୟ୍ୟକ୍ରମ ସମ୍ବନ୍ଧିତ କର୍ମଶାଳାରେ ଗଜପତି ଜିଲ୍ଲାର ସମସ୍ତ ବ୍ଲକରୁ ବିଇଓ: , ଏବିଇଓ: , ସିଆରସିସି: ଓ ବ୍ଲକ କୋର୍ଡିନେଟର ମାନେ ଯୋଗ ଦେଇ ତାଲିମ ନେଇଥିଲେ ।
ଗଜପତି ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପ୍ରଦୋଷ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ତାଲିମ ଶିବିର କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ମନୋଜ ରଞ୍ଜନ ଦଳେଇ , ଓକେସିଏଲ:ର ଗଜପତି ଜିଲ୍ଲା ମୂଖ୍ୟ ଶ୍ରୀ ଶ୍ରୀକାନ୍ତ ମହାନ୍ତି ଅତିଥି ଭାବେ ଯୋଗ ଦେଇଥିବା ବେଳେ ଓକେସିଏଲର ମାନ୍ୟତା ପ୍ରାପ୍ତ ତାଲିମଦାତ୍ରୀ ଏସ ରେଖା ମହାନ୍ତି ଏଥିରେ ତାଲିମ ପ୍ରଦାନ କରିଥିଲେ। ।
ଗଜପତି ଜିଲ୍ଲାର ୯୦୭ଟି ବିଦ୍ୟାଳୟରେ ଓସେପା: ପକ୍ଷରୁ ହେଉଥିବା ଏହି କାର୍ଯ୍ୟକ୍ରମ ପରିଚାଳନା ନିମନ୍ତେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ’ଙ୍କୁ ଓକେସିଏଲ: ପକ୍ଷ’ରୁ ୩୯’ଟି ନୋଡାଲ କେନ୍ଦ୍ର ଠାରେ ପୂର୍ବରୁ ତାଲିମ ପ୍ରଦାନ କରା ଯାଇଥିବା ବେଳେ ଆଜି ଏହି କାର୍ଯ୍ୟକ୍ରମର ଆଗାମୀ ଦିନରେ କିପରି ସଫ୍ଟୱେର ମାଧ୍ୟମରେ ନିରିକ୍ଷଣ କରାଯିବ , ସେହି ସମ୍ପର୍କରେ ତାଲିମ ପ୍ରଦାନ କରା ଯାଇଥିଲା। ।
ଓକେସିଏଲର ଅଧିକୃତ କେନ୍ଦ୍ର କୋର୍ଡିନେଟର ଶ୍ରୀ ଲୋକନାଥ ମିଶ୍ର ଓ ଜିଲ୍ଲାର ପ୍ଲାନିଙ୍ଗ କୋର୍ଡିନେଟର ଶ୍ରୀ ସନ୍ତୋଷ କୁମାର ଆଚାରୀ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031