Indus Valley Times

ଗଜପତି: ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂ ଶାସିତ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

 Breaking News

ଗଜପତି: ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂ ଶାସିତ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

February 03
11:04 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୩/୨: ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ସ୍ଵୟଂ ଶାସିତ ମହାବିଦ୍ୟାଳୟର ଦୁଇ ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ଉତ୍ସବ ଗୁରୁବାର ଉଦଯାପିତ ହୋଇଯାଇଛି ।
ଗଜପତି ଜିଲ୍ଲାର ଐତିହ୍ୟ ସମ୍ପନ୍ନ ଏହି ମହାବିଦ୍ୟାଳୟର ୫୯ ତମ କ୍ରୀଡା ପ୍ରତିଯୋଗିତା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉତ୍ସବ ଅବସରରେ ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ରାମହରି କାର୍ଜୀଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀ ମାନେ ପ୍ରତିଯୋଗିତା ଉତ୍ସବ ସ୍ଥଳକୁ କ୍ରୀଡା ମଶାଲ ଆଣିଥିଲେ ।
ଉତ୍ସବର ଉଦଘାଟନୀ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଅଜୟ କୁମାର ତ୍ରିପାଠୀଙ୍କ ପୌରହିତ୍ୟରେ ଗଜପତି ଜିଲ୍ଲାର ଜାତୀୟ ସ୍ତରୀୟ ବରିଷ୍ଠ କ୍ରୀଡାବିତ୍ ଶ୍ରୀ କିଶୋର ଚନ୍ଦ୍ର ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନେ ଜାତୀୟ ସ୍ତରୀୟ କ୍ରୀଡ଼ାରେ ଅଂଶଗ୍ରହଣ କରି ଦକ୍ଷତାର ସହିତ ନିଜର କୃତିତ୍ୱ ଅର୍ଜନ କରି ମହାବିଦ୍ୟାଳୟ ତଥା ଜିଲ୍ଲା ପାଇଁ କିଭଳି ସୁନାମ ଆଣିବେ , ସେ ସମ୍ପର୍କରେ ବହୁ ଉପାଦେୟ ପରାମର୍ଶ ଦେଇଥିଲେ ।
କାର୍ଯ୍ୟକ୍ରମରେ ଗଣିତ ବିଭାଗ ଅଧ୍ୟାପକ ଶ୍ରୀ ସୁବୀର ତୁଙ୍ଗ ଅତିଥି ମାନଙ୍କ ସମେତ ପ୍ରତିଯୋଗୀ ମାନଙ୍କୁ ସ୍ଵାଗତ କରିବା ସହ କ୍ରୀଡା ପ୍ରତିଯୋଗିତା ଉତ୍ସବର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ ।
ସେହିଭଳି ମହାବିଦ୍ୟାଳୟର ବରିଷ୍ଠ ପ୍ରାଧ୍ୟାପକ ଡଃ ଜିତେନ୍ଦ୍ର ନାଥ ପଟ୍ଟନାୟକ କ୍ରୀଡା ମାଧ୍ୟମରେ ମନୁଷ୍ୟ ଶାରୀରିକ ଓ ମାନସିକ କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ରହି ପାରିଥାଏ ବୋଲି କହିଥିଲେ ।
ପରେ ମହାବିଦ୍ୟାଳୟର କ୍ରୀଡା ଶିକ୍ଷକ ଶ୍ରୀ ନିରଞ୍ଜନ ବେହେରାଙ୍କ ତତ୍ତ୍ଵାବଧାନରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଯଥା:- ବିଭିନ୍ନ ଦୌଡ଼ ପ୍ରତିଯୋଗିତା ସମେତ , ଉଚ୍ଚଡ଼ିଆଁ , ଲମ୍ବଡିଆଁ , ଜାଭେଲିନ ଥ୍ରୋ , ଡିସକସ ଓ ସଟପୁଟ ଥ୍ର ଏବଂ ମ୍ୟୁଜିକ ଚେୟାର ପ୍ରଭୃତି କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ଉକ୍ତ କ୍ରୀଡା ପ୍ରତିଯୋଗିତାର ଅନ୍ତିମ ପର୍ଯ୍ୟାୟ ତଥା ଉଦଯାପନୀ ଉତ୍ସବରେ ପାରଳାଖେମୁଣ୍ଡି ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଯୋଗ ଦେଇ ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ କ୍ରୀଡା ପ୍ର ଟୀଇଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ବଣ୍ଟନ କରିଥିଲେ ।
ଏହି ଉଦଯାପନୀ ଉତ୍ସବ କାର୍ଯ୍ୟକ୍ରମରେ ଅଧ୍ୟାପକ ଡଃ ଚନ୍ଦ୍ର ଶେଖର ଦାସ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଇଂରାଜୀ ବିଭାଗ ଅଧ୍ୟାପିକା କୋମଳ ଶିଖା ମଲ୍ଲିକ ଛାତ୍ରଛାତ୍ରୀ , କ୍ରୀଡାବିତ୍ , ପ୍ରତିଯୋଗୀ ଏବଂ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରୁ ଆସି କ୍ରୀଡା ଉତ୍ସବରେ ଯୋଗ ଦେଇଥିବା କ୍ରୀଡା ଶିକ୍ଷକ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ଅନୁଷ୍ଠିତ ହୋଇଥିବା ଏହି ଦୁଇ ଦିନିଆ କ୍ରୀଡା ପ୍ରତିଯୋଗିତା ଉତ୍ସବରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଯଥା:- ଡଃ ରମାକାନ୍ତ ସାମଲ , ଶ୍ରୀ ରାଧାକାନ୍ତ ଭୂୟାଁ , ଶ୍ରୀ ଧ୍ରୁବ ଚରଣ ସେଠୀ , ଡଃ ସ୍ନେହପ୍ରଭା ପଣ୍ଡା , ଶ୍ରୀମତୀ ପି: ନିରଜା , ନିବେଦିତା ସାମଲ , ଡଃ ସଞ୍ଜୟ କୁମାର ସାହୁ , ଶ୍ରୀ ବୈଦ୍ୟନାଥ ଦାସ , ଶ୍ରୀ ସୁବାଷ ଖୁଣ୍ଟିଆ , ଶ୍ରୀ ଶୁଭ୍ରାଂଶୁ ସାହୁ , ସୁଜାତା ଗମାଙ୍ଗ , ଶ୍ରୀ ତ୍ରୀପତି ମୁର୍ମୁ , ଶ୍ରୀ ସୁମନ୍ତ ବେହେରା , ଶ୍ରୀ ସୁକାନ୍ତ ବେହେରା ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031