Indus Valley Times

ଗଜପତି: ସଖୀ ୱାନଷ୍ଟପ ସେଣ୍ଟର ପକ୍ଷରୁ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ସଖୀ ୱାନଷ୍ଟପ ସେଣ୍ଟର ପକ୍ଷରୁ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ

November 26
10:11 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୬/୧୧: ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟର “ସଖି ୱାନ ଷ୍ଟପ ସେଣ୍ଟର” ପକ୍ଷରୁ ଗଜପତି ପ୍ୟାଲେସ ପରିସରରେ ଥିବା ୟୁଟେକ କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।
ମହିଳା ଓ ବାଳିକା ମାନଙ୍କ ବିରୋଧରେ ହେଉଥିବା ହିଂସା ବିରୋଧରେ ଚାଲିଥିବା ୧୬ ଦିନିଆ ପ୍ରଚାର କାର୍ଯ୍ୟକ୍ରମ ସମ୍ପର୍କିତ ଆୟୋଜିତ ଏହି କାର୍ଯ୍ୟକ୍ରମରେ “ସାଂପ୍ରତିକ ସାମାଜିକ ସ୍ଥିତିରେ ମହିଳା ଓ ବାଳିକା ମାନେ ସାମନା କରୁଥିବା ବିଭିନ୍ନ ନିର୍ଯାତନାର କିପରି ସଫଳତାର ସହ ପ୍ରତିରୋଧ କରି ପାରିବେ ଏବଂ ଏହି କ୍ଷେତ୍ରରେ “ସଖି” ୱାନଷ୍ଟପ ସେଣ୍ଟର ପକ୍ଷରୁ କିପରି ପାଞ୍ଚ ପ୍ରକାର ସହାୟତା ନିଶୁଳ୍କ ପ୍ରଦାନ କରାଯାଉଛି , ସେ ନେଇ ସମସ୍ତ ତଥ୍ୟ ପ୍ରଦାନ କରା ଯାଇଥିଲା ।
ସଖି ୱାନଷ୍ଟପ କେନ୍ଦ୍ରର ପରାମର୍ଶଦାତା ଶ୍ରୀମତୀ ମୀନା କୁମାରୀ ଟହଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓକେସିଏଲ:ର ଗଜପତି ଜିଲ୍ଲା ମୂଖ୍ୟ ଶ୍ରୀ ଶ୍ରୀକାନ୍ତ ମହାନ୍ତି , ୟୁ ଟେକ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ରର ନିର୍ଦ୍ଦେଶକ ଶ୍ରୀ ଲୋକନାଥ ମିଶ୍ର , ସଖି ୱାନଷ୍ଟପ କେନ୍ଦ୍ରର ସ୍ବାସ୍ଥ୍ୟ ସହାୟିକା ଶ୍ରୀମତୀ ସୁନିତା ବେହେରା ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିବା ସହ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ ।
କେନ୍ଦ୍ରର କେଶ ୱାର୍କର ଶ୍ରୀମତୀ ମୋହିନୀ ପ୍ରଧାନ , କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଶ୍ରୀନିବାସ ଗୟା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031