Indus Valley Times

ଗଜପତି : ସଖୀ ୱାନ ଷ୍ଟପ ସେଣ୍ଟର ତରଫରୁ ରଜ ଉତ୍ସବ ପାଳିତ

 Breaking News

ଗଜପତି : ସଖୀ ୱାନ ଷ୍ଟପ ସେଣ୍ଟର ତରଫରୁ ରଜ ଉତ୍ସବ ପାଳିତ

ଗଜପତି : ସଖୀ ୱାନ ଷ୍ଟପ ସେଣ୍ଟର ତରଫରୁ ରଜ ଉତ୍ସବ ପାଳିତ
June 15
10:42 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୫/୬: ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା “ସଖୀ ୱାନ ଷ୍ଟପ ସେଣ୍ଟର” ତରଫରୁ ରଜ ଉତ୍ସବ ପାଳିତ ହୋଇଯାଇଛି ।
ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଖୀ ୱାନ ଷ୍ଟପ ସେଣ୍ଟର ର କାର୍ଯ୍ୟକାରିଣୀ କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ସୁନିତା ରଥଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଚାଇଲ୍ଡଲାଇନ ର ସଂଯୋଜକ ଶ୍ରୀ ନାଗେଶ୍ଵର ଚୌଧୁରୀ ଯୋଗଦେଇ ରଜ ଉତ୍ସବ ପାଳନର ଉଦେଶ୍ୟ ଏବଂ ପରମ୍ପରା ବିଷୟରେ ବୁଝାଇ ଥିଲେ । ଏହି ରଜପର୍ବ ୩ ଦିନ ଧରି ପାଳନ କରା ଯାଇଥାଏ ଯାହାକି , ତାହା ପହିଲି ରଜ , ରଜ ସଙ୍କ୍ରାନ୍ତି ଏବଂ ଭୁଦାହ ।
ସ୍ଵଧାର ଗୃହର ଅନ୍ତେବାସୀଙ୍କୁ ନେଇ ଏହି ରଜ ଉତ୍ସବ ରେ ଓଡିଶାର ପାରମ୍ପରିକ ପିଠା ପୋଡ ପିଠା , କାକରା ପିଠା ଏବଂ ମିଠା-ପାନ ପ୍ରଭୃତି ପରିବେଷଣ କରାଯିବା ସହିତ ଅନ୍ତେବାସୀ\’ଙ୍କୁ ଖୁସି କରିବା ପାଇଁ ବିଭିନ୍ନ ବେଷଭୂଷା , ଅଳତା ଲଗାଇବା , ମେହେନ୍ଦି ପକାଇବା ଆଦି ପ୍ରତିଯୋଗୀତା କରା ଯାଇଥିଲା ।
ଏହି ପ୍ରତିଯୋଗୀତାରେ ବିଜେତା ମାନଙ୍କୁ ପୁରସ୍କାର ବିତରଣ କରା ଯାଇଥିଲା । ଅନ୍ତେବାସୀଙ୍କ ସହ ଦୋଳି ଖେଳି ମନୋରଞ୍ଜନ କରିଥିଲେ ।
ସ୍ଵଧାର ଗୃହର ସୁପରିଟେଣ୍ଡେଣ୍ଟେ ଶ୍ରୀମତୀ ସନ୍ତୋସିନୀ ପାଣିଗ୍ରାହୀ ରଜ ପାଳନ ସମ୍ପର୍କରେ ସମ୍ୟକ ଆଲୋଚନା କରିଥିଲେ ।
ସେହିଭଳି , ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀମତୀ ମଞ୍ଜୁଳା ଚୌଧୁରୀଙ୍କ ସମେତ ମଧୁସ୍ମିତା ପାଢୀ , ପ୍ରଣତି ଦାସ , ସୁନିତା ବେହେରା , ମୋହିନୀ ପ୍ରଧାନ , ମୋନାଲିସା ବେହେରା , ନିରୂପମା ଜେନା , ପ୍ରମୁଖ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031