Indus Valley Times

ଗଜପତି : ସଙ୍ଗୀତଜ୍ଞ ତଥା ଆୟୁର୍ବେଦାଚାର୍ଯ୍ୟ ସ୍ୱର୍ଗତ ଗୋଷ୍ଠଚନ୍ଦ୍ର ପାତ୍ରଙ୍କ ବିୟୋଗରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

 Breaking News

ଗଜପତି : ସଙ୍ଗୀତଜ୍ଞ ତଥା ଆୟୁର୍ବେଦାଚାର୍ଯ୍ୟ ସ୍ୱର୍ଗତ ଗୋଷ୍ଠଚନ୍ଦ୍ର ପାତ୍ରଙ୍କ ବିୟୋଗରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଗଜପତି : ସଙ୍ଗୀତଜ୍ଞ ତଥା ଆୟୁର୍ବେଦାଚାର୍ଯ୍ୟ ସ୍ୱର୍ଗତ ଗୋଷ୍ଠଚନ୍ଦ୍ର ପାତ୍ରଙ୍କ ବିୟୋଗରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
February 15
20:05 2022

ଗଜପତି,୧୫/୨ : ଭକ୍ତି ସଙ୍ଗୀତ ସଂସଦ ଓ ପୂଣ୍ୟତୀର୍ଥ ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ଭାଗୀରଥୀ ପାଢି ସ୍ମୃତି କଳା ପ୍ରତିଷ୍ଠାନର ସଭାଗୃହ ଠାରେ ପାରଳା ମାଟିର ବିଶିଷ୍ଠ ସଙ୍ଗୀତଜ୍ଞ ତଥା ଆୟୁର୍ବେଦାଚାର୍ଯ୍ୟ ସ୍ୱର୍ଗତ ଗୋଷ୍ଠଚନ୍ଦ୍ର ପାତ୍ରଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଭକ୍ତି ସଙ୍ଗୀତ ସଂସଦର ମୁଖ୍ୟ ତଥା ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ରଥଙ୍କ ସଭାପତିତ୍ୱରେ ଏହି ଶ୍ରଦ୍ଧାଞ୍ଜଳି ଜ୍ଞାପନ ଶୋକସଭା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ମହନ୍ତ ମହାରାଜ ଶ୍ରୀ ରାମାନନ୍ଦ ଦାସଜୀ ଏବଂ ସମ୍ମାନୀତ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀର ଗଜପତି ଜିଲ୍ଲା ସାଧାରଣ ପରିଷଦ ସଦସ୍ୟ ଶିକ୍ଷାବିତ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା ପ୍ରମୁଖ ମଞ୍ଚଆସିନ ହୋଇ ସ୍ୱର୍ଗତ ପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରି ଗଭୀର ଶ୍ରଦ୍ଧଞ୍ଜଳି ଜ୍ଞାପନ କରିଥିଲେ ।
ଅନୁଷ୍ଠାନର ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ରଥ ନିଜ ଅଭିଭାଷଣରେ ସ୍ବର୍ଗତ ପାତ୍ରଙ୍କ କର୍ମମୟ ଜୀବନୀ ଆଲୋଚନା କରି ସଙ୍ଗୀତ ଓ ଆୟୁର୍ବେଦ ଜଗତର ଏକ ତାରକା ପାରଳା ମାଟିରୁ ବିଦାୟ ନେଇଥିବା ପ୍ରକାଶ କରିଥିଲେ । ବରିଷ୍ଠ ଆଇନଜୀବି ଶ୍ରୀ ହିରାଚାନ୍ଦ ପଟନାୟକ ଯୋଗଦେଇ ସ୍ୱର୍ଗତ ପାତ୍ରଙ୍କ ପରିବାର , ରୋଗୀସେବା ତଥା ସଙ୍ଗୀତ ଶିକ୍ଷାଦାନ ପ୍ରଭୃତିର ବିଭିନ୍ନ ଦିଗ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି ଶ୍ରଦ୍ଧାଞ୍ଜଳି ଶୋକସଭା କାର୍ଯ୍ୟକ୍ରମରେ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ , ଡ଼ଃ କଲ୍ୟାଣୀ ମିଶ୍ର , ଶ୍ରୀମତୀ ଇତିଶ୍ରୀ ମହାପାତ୍ର , ଶ୍ରୀମତୀ ସ୍ନିଗ୍ଧା ମିଶ୍ର , ସୁଶ୍ରୀ ମାତଙ୍ଗୀନି ଗୁରୁ , ପଣ୍ଡିତ ନରସିଂହ ଗୌଡ଼ , ଶ୍ରୀ କୈଳାସ ଗୌଡ , ଶ୍ରୀ ରବୀନ୍ଦ୍ରନାଥ ପାଢୀ , ଶ୍ରୀ କୁଞ୍ଜ ବିହାରୀ ବଡକୁମର , ଶ୍ରୀ ହେମନ୍ତ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସ୍ବର୍ଗତ ପାତ୍ରଙ୍କ ପ୍ରତି ନିଜର ଭକ୍ତିପୂତ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ଶେଷରେ ଭକ୍ତି ସଙ୍ଗୀତ ସଂସଦ ଅନୁଷ୍ଠାନର କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ରାଜେନ୍ଦ୍ର କୁମାର ରଥ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031