Indus Valley Times

ଗଜପତି: ସମର୍ଥ ଭିନ୍ନକ୍ଷମ ଅନୁଷ୍ଠାନ ତରଫରୁ ଭିନ୍ନକ୍ଷମ ମାନଙ୍କୁ ତାଲିମ ଶିବିର

 Breaking News

ଗଜପତି: ସମର୍ଥ ଭିନ୍ନକ୍ଷମ ଅନୁଷ୍ଠାନ ତରଫରୁ ଭିନ୍ନକ୍ଷମ ମାନଙ୍କୁ ତାଲିମ ଶିବିର

December 17
09:59 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୭/୧୨: ଭିନ୍ନକ୍ଷମ ଅନୁଷ୍ଠାନ ସମର୍ଥ ପକ୍ଷରୁ ଭିନ୍ନକ୍ଷମ ଭାଇ ଭଉଣୀ ମାନଙ୍କୁ ନେଇ ଦୁଇ-ଦିନିଆ ଏକ ସଚେତନତା ତାଲିମ ଶିବିର କାର୍ଯ୍ୟକ୍ରମ ସାଇଟ୍-ସେଭର୍ସ୍ ଇଣ୍ଡିଆ ର ଆର୍ଥିକ ସହାୟତାରେ ପାରଳାଖେମୁଣ୍ଡି ସ୍ଥିତ “ସିସିଡ଼ି” ସ୍ୱେଚ୍ଛାସେବୀ ଅନୁଷ୍ଠାନର ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଅଛି ।
ଏହି ସଚେତନତା ତାଲିମ ଶିବିର କାର୍ଯ୍ୟକ୍ରମକୁ ପାରଳାଖେମୁଣ୍ଡି ବିଧାୟକ ଶ୍ରୀ କେ: ନାରାୟଣ ରାଓ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭାରମ୍ଭ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଶ୍ରୀମତୀ ଉତ୍ସର୍ଗିତା ବଡରଇତ , ଜିଲ୍ଲା ଯୋଜନା ଏବଂ ତଦାରଖ ୟୁନିଟ ଜୀବିକା ଏକ୍ସପାର୍ଟ ସୁଶ୍ରୀ ଲିନେଟ ସୁରେନ , ଗଜପତି ମହିଳା ସମବାୟ ସମିତିର ସମ୍ପାଦିକା ଶ୍ରୀମତୀ ଏ: ପଦ୍ମା ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ।
ଏହି ସଚେତନତା କାର୍ଯ୍ୟକ୍ରମରେ ଗୁମ୍ମା , କାଶୀନଗର , ରାୟଗଡା , ରା ଉଦୟଗିରି , ନୂଆଗଡ, ଗୋଶାଣୀ ବ୍ଲକ ଓ ପାରଳାଖେମୁଣ୍ଡି ମୁନିସିପାଲଟିର ୪୦ ଜଣ ଭିନ୍ନକ୍ଷମ ଭାଇ ଓ ଭଉଣୀ ମାନେ ଯୋଗ ଦେଇଥିଲେ ।
ଏଥିରେ ସମ୍ବଳ ବ୍ୟକ୍ତି ଭାବେ ଶ୍ରୀମତୀ ଆଇରନ ଡିସିଲ-ଭା ଯୋଗ ଦେଇଥିଲେ ।
ସମର୍ଥ ଅନୁଷ୍ଠାନର ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ମହାରଣା ଏହି ତାଲିମ ଶିବିର କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସମକ୍ୟ ଧାରଣା ପ୍ରଦାନ କରିଥିଲେ ।
ସମ୍ବଳ-ବ୍ୟକ୍ତି ତାଲିମ ଶିବିରରେ ମୁଖ୍ୟତଃ ଲିଙ୍ଗଗତ ଭେଦଭାବ ଦୂର କରି ଭିନ୍ନକ୍ଷମ ଭାଇ ଓ ଭଉଣୀ ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ସାମାଜିକ , ଆର୍ଥିକ ଓ ରାଜନୈତିକ କ୍ଷେତ୍ରରେ ସାମିଲ କରି ସଶକ୍ତ ବିକାଶ ଲକ୍ଷ୍ୟ ବିଷୟରେ ଆଲୋଚନା କରିଥିଲେ ।
ସେହିଭଳି ଦ୍ୱିତୀୟ ଦିବସରେଅନୁଷ୍ଠିତ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ମୁନିସିପାଲଟିର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଦ୍ୱିତୀୟ ଦିନର କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
ସମ୍ବଳ ବ୍ୟକ୍ତି ଭାବେ ଶ୍ରୀ ନରେଶ ନାଥ ମହାପାତ୍ର ଯୋଗଦେଇ ଭିନ୍ନକ୍ଷମ ଅଧିକାର ଅଧିନିୟମ ୨୦୧୬ , ଏସଡିଜି: ଓ ଗ୍ରାମ ପଞ୍ଚାୟତ ସ୍ତରରେ ସମସ୍ତ ବିକାଶ ମୂଳକ କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ମାନଙ୍କ ଅଂଶ ଗ୍ରହଣକୁ ସୁନିଶ୍ଚିତ କରାଇବା ବିଷୟରେ ଉପାଦେୟ ଧାରଣା ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ସମର୍ଥ ଅନୁଷ୍ଠାନର କର୍ମକର୍ତ୍ତା ମାନେ ପରିଚାଳନା ଓ ସହଯୋଗ କରିଥିଲେ କରିଥଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031