Indus Valley Times

ଗଜପତି: ସିପିଆଇ(ଏମ)ର ଜିଲ୍ଲାସ୍ତରୀୟ ନବମ ଗଜପତି ଜିଲ୍ଲା ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ସିପିଆଇ(ଏମ)ର ଜିଲ୍ଲାସ୍ତରୀୟ ନବମ ଗଜପତି ଜିଲ୍ଲା ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ

October 29
18:36 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୯/୧୦: ପାରଳାଖେମୁଣ୍ଡି ଠାରେ ସିପିଆଇ(ଏମ)ର ଜିଲ୍ଲାସ୍ତରୀୟ ନବମ ଗଜପତି ଜିଲ୍ଲା ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଖାଦ୍ୟ , କାମ , ମଜୁରୀ ଯୋଗାଇଦେବା ଓ କଳା କୃଷି ଆଇନ ପ୍ରତ୍ୟାହାର ସହ ବେକାର ଯୁବବର୍ଗଙ୍କୁ ନିଯୁକ୍ତି ଯୋଗାଇ ଦେବା ପ୍ରଭୃତି ଦାବିରେ ଗଜପତି ଜିଲ୍ଲା ସିପିଆଇ: (ଏମ)ର ସମ୍ପାଦକ ଶ୍ରୀ ଦଣ୍ଡପାଣି ରଇତଙ୍କ ନେତୃତ୍ୱରେ ବିଭିନ୍ନ ବ୍ଲକଅଞ୍ଚଳର ଶତାଧିକ ଦଳୀୟ ମହିଳା ଓ ପୁରୁଷ କର୍ମୀ ଓ ନେତା ଯୋଗଦେଇ ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ଠାରୁ ଦଳୀୟ ଲାଲ-ଝଣ୍ଡା ଧରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ବିରୋଧୀ ସ୍ଲୋଗାନ ଦେଇ ସମଗ୍ର ସହର ପରିକ୍ରମା କରିଥିଲେ ।
ସହର ପରିକ୍ରମା କରି ଶେଷରେ ପୁରୁଣା ଓଆରଟି ଗ୍ୟାରେଜ ନିକଟସ୍ଥ ଥିବା ସିପିଆଇ(ଏମ)ର ଜିଲ୍ଲା କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ ।
ଏହି ଅବସରରେ ପ୍ରଥମେ ସମସ୍ତ ଦଳୀୟ ନେତା ଓ କର୍ମୀଙ୍କ ଗହଣରେ ମୁଖ୍ୟଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସିପିଆଇ(ଏମ)ର ରାଜ୍ୟ ସମ୍ପାଦକ ଶ୍ରୀ ଅଳି କିଶୋର ପଟ୍ଟନାୟକଙ୍କ ଦ୍ଵାରା ଦଳୀୟ ପତାକା ଉତ୍ତୋଳନ କରା ଯାଇଥିଲା ।
ପରେ ଦଳର ଜିଲ୍ଲା ସମ୍ପାଦକ ଶ୍ରୀ ଦଣ୍ଡପାଣି ରଇତଙ୍କ ସଭାପତିତ୍ୱରେ ସମ୍ମିଳନୀର ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ସିପିଆଇ(ଏମ)ର ରାଜ୍ୟ ସମ୍ପାଦକ ଶ୍ରୀ ଅଳି କିଶୋର ପଟ୍ଟନାୟକଙ୍କ ସମେତ ରାଜ୍ୟ ସମ୍ପାଦନା ମଣ୍ଡଳୀର ଶ୍ରୀ ଜଗନ୍ନାଥ ମିଶ୍ର ଏବଂ ଶ୍ରୀ ଯତୀନ ମହାନ୍ତି ପ୍ରମୁଖ ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ ଦେଶ ତଥା ରାଜ୍ୟ ଓ ଜିଲ୍ଲାର ଅବସ୍ଥା ଦିନକୁ ଦିନ ଅଧିକ ଜଟିଳ ହୋଇ ପଡୁଥିବା ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ଜୀବିକା ଅତ୍ୟନ୍ତ ଦୁର୍ବିସହ ହୋଇ ପଡିବାରେ ଲାଗିଛି ।
ବିଶେଷ କରି ଗତ ଦେଢ ବର୍ଷରୁ ଅଧିକ ସମୟ ଧରି ସମଗ୍ର ଦେଶବ୍ୟାପୀ କରୋନା ମହାମାରୀ ଯୋଗୁଁ କୃଷକ , ଶ୍ରମିକ , ଛୋଟ ଦୋକାନୀ , ଯାନବାହନର ଡ୍ରାଇଭର , କଣ୍ଡକ୍ଟର , ହେଲପର ଓ ଖଟିଖିଆ ଲୋକମାନେ ସମ୍ପୂର୍ଣ୍ଣଭାବେ ସର୍ବସାନ୍ତ ହୋଇ ପଡିଛନ୍ତି ।
ଗତ ୨୦୧୪ ମସିହାରେ କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ପ୍ରଥମେ କୃଷକ , ଶ୍ରମିକ ଓ ବିଦ୍ୟୁତ ଉପଭୋକ୍ତାଙ୍କ ଉପରେ ସବୁଠାରୁ ବଡ ଆକ୍ରମଣ ପଡିଛି ।
କୃଷକ ବିରୋଧୀ ୩ ଟି କଳା କୃଷି ଆଇନ , ଶ୍ରମିକ ବିରୋଧୀ ୪ଟି ଶ୍ରମକାର୍ଡ ଏବଂ ଅହେତୁକ ବିଦ୍ୟୁତ ବିଲ ବୃଦ୍ଧି କରି କର୍ପୋରେଟର ମାନଙ୍କ ସମ୍ପତ୍ତି ବଢ଼ାଇବାରେ ଲାଗି ପଡିଥିବା ସହ ଦେଶର ଜଳ , ଜମି ଓ ଜଙ୍ଗଲ ବିକ୍ରି କରିବାରେ ଲାଗି ପଡିଛନ୍ତି ।
ସ୍ୱାମୀନାଥନ କମିଶନ ସୁପାରିଶ-ଫସଲର ଲାଭଜନକ ଦର ଦେବାପାଇଁ ଘୋଷଣା କରିଥିଲେ ମଧ୍ୟ ବିଜେପି ସରକାର ତାହା କରାଗଲା ନାହିଁ । ଏମିତିକି , ଗରିବ ଚାଷୀଙ୍କ ଋଣଛାଡ଼ ମଧ୍ୟ ହେଲାନାହିଁ । ଆଦିବାସୀ ଅଧିବାସୀଙ୍କ ଜଙ୍ଗଲ ଅଧିକାରକୁ ସଙ୍କୁଚିତ କରାଗଲା ।
ଏଣୁକରି ଆଦିବାସୀ , ଦଳିତ ଓ ଶ୍ରମିକ ମାନଙ୍କ ଅଧିକାର , ବେକାର ଯୁବକ-ଯୁବତୀ ମାନଙ୍କୁ କାମ ଯୋଗାଇଦେବା , ମହିଳା ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ ଓ ଛାତ୍ରୀଛାତ୍ର ମାନଙ୍କ ସୁଯୋଗ ପାଇବା କ୍ଷେତ୍ରରେ ସିପିଆଇ(ଏମ) ପାର୍ଟି , ତାର ଆନ୍ଦୋଳନ ଅଭିଯାନକୁ ଅବ୍ୟାହତ ରଖିଛି ଓ ରଖିଥିବ ବୋଲି କହିଥିଲେ। ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସମ୍ପାଦନା ମଣ୍ଡଳୀ କମିଟିର ଟାଉନ ଦାୟିତ୍ୱରେ ଥିବା ଶ୍ରୀ ମୋହିତ ମିଶାଲ ଓ କାଶୀନଗରର ଶ୍ରୀ କେ: ମିନାରାଓ ପ୍ରମୁଖ ଯୋଗଦେଇ ସମସ୍ତ କାର୍ଯ୍ୟକ୍ରମ ପରିଚାଳନ। ଓ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031