Indus Valley Times

ଗଜପତି : ସିସିଡି ତରଫରୁ ଶିଶୁ , କିଶୋର-କିଶୋରୀ ଓ ମହିଳାଙ୍କ ସ୍ୱାସ୍ଥ୍ୟ , ପୁଷ୍ଟିକର ଓ ପରିମଳ ପରିଚ୍ଛନ୍ନତା ଉପରେ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି : ସିସିଡି ତରଫରୁ ଶିଶୁ , କିଶୋର-କିଶୋରୀ ଓ ମହିଳାଙ୍କ ସ୍ୱାସ୍ଥ୍ୟ , ପୁଷ୍ଟିକର ଓ ପରିମଳ ପରିଚ୍ଛନ୍ନତା ଉପରେ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଜପତି : ସିସିଡି ତରଫରୁ ଶିଶୁ , କିଶୋର-କିଶୋରୀ ଓ ମହିଳାଙ୍କ ସ୍ୱାସ୍ଥ୍ୟ , ପୁଷ୍ଟିକର ଓ ପରିମଳ ପରିଚ୍ଛନ୍ନତା ଉପରେ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ
September 17
11:34 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୭/୯ : ଗଜପତି ଜିଲ୍ଲାର ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସିସିଡ଼ି: ଦ୍ୱାରା ଆୟୋଜିତ କେକେଏକ୍ – ବିଏମଜେଡ୍ ସହାୟତାରେ ଗଜପତି ଜିଲ୍ଲା କାଶୀନଗର ବ୍ଲକ୍ ଅନ୍ତର୍ଗତ ପାର୍ତଡା ଗ୍ରାମସ୍ଥିତ ପଞ୍ଚାୟତ ଅଧିନସ୍ଥ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳ ପରିସରରେ ଶିଶୁ , କିଶୋର , କିଶୋରୀ , ମହିଳା ମାନଙ୍କ ସ୍ୱାସ୍ଥ୍ୟ , ପୁଷ୍ଟିକର ଖାଦ୍ୟ ଓ ପରିମଳ ପରିଚ୍ଛନ୍ନତା ଉପରେ ଏକ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ମୁଖ୍ୟ ଅତିଥି ଭାବେ ଡ଼ାଃ ଅଳକା ନନ୍ଦ , ପିଏଚସି-ହାଡୁଭାଙ୍ଗି , ଶ୍ରୀମତୀ କନକଲତା ପୂଜାରୀ , ସିଡିପିଓ: , କାଶୀନଗର , ଶ୍ରୀମତୀ କମଳାଙ୍ଗି , ଆଇସିଡିଏସ୍ ସୁପରଭାଇଜର–ପାର୍ତଡା , ଶ୍ରୀ ବିଶ୍ୱରଞ୍ଜନ ଗାଣ୍ଟା , ସ୍ୱାସ୍ଥ୍ୟ କର୍ମଚାରୀ (ପୁରୁଷ) , ରାଣୀପେଣ୍ଠା , କୁମାରୀ ଶବର , ସରପଞ୍ଚ , ପାର୍ରଡା ପ୍ରମୁଖ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ପାର୍ତଡା ପଞ୍ଚାୟତର ବିଭିନ୍ନ ଗ୍ରାମରୁ ମୋଟ ୧୧୭ ଜଣଙ୍କ ମଧ୍ୟରେ ପୁରୁଷ ୧୮ ଏବଂ ମହିଳା ୯୯ ଜଣ ସମେତ ଅଙ୍ଗନବାଡୀ ଓ ଆଶା କର୍ମୀ ମାନଙ୍କ ସମେତ ଗ୍ରାମର ମହିଳା ମାନେ ଯୋଗ ଦେଇଥିଲେ ।
ସେଥି ମଧ୍ୟରେ ପାର୍ତଡା ହାଇସ୍କୁଲ ର ୯ମ ଏବଂ ୧୦ମ ଶ୍ରେଣୀର ୪୨ ଜଣ ଛାତ୍ରଛାତୀ ଯୋଗ ଦେଇଥିଲେ । ଉପସ୍ଥିତ ଅତିଥି ମାନେ ସ୍ୱାସ୍ଥ୍ୟ ଓ ପରିମଳ ପରିଚ୍ଛନ୍ନତା , ନିୟମିତ ଟୀକାକରଣ , ବିଭିନ୍ନ ପ୍ରକାର ପୁଷ୍ଟିକର ଖାଦ୍ୟ , କିଶୋର , କିଶୋରୀ ସ୍ୱାସ୍ଥ୍ୟ ଓ ବ୍ୟକ୍ତିଗତ ପରିଚ୍ଛନ୍ନତା ଏବଂ ଏହାର ଉପକାରିତା , ନିୟମିତ ପାଇଖାନା ବ୍ୟବହାର କରିବା ଓ ବାହାରେ ମଳତ୍ୟାଗ କରିବା ଦ୍ୱାରା ଉପୁଜୁଥିବା ବିଭିନ୍ନ ପ୍ରକାର ସଂକ୍ରମଣ ରୋଗ ଉପରେ ସଚେତନ କରାଇଥିଲେ ।
ଏଥିସହିତ ବିଭିନ୍ନ ପାମ୍ପଲେଟ୍ ଓ ପୋଷ୍ଟର ମାଧ୍ୟମରେ ସମସ୍ତ ଙ୍କୁ ସଚେନତ କରା ଯାଇଥିଲା ।
ସ୍ୱାସ୍ଥ୍ୟ ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହାକୁ ସଫଳ କରିବା ପାଇଁ ସମସ୍ତେ ସଚେତନ ହେବା ନିହାତି ଜରୂରୀ ବୋଲି ଉପସ୍ଥିତ ଅତିଥି ମାନେ ଜୋର୍ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସିସିଡି ର ପ୍ରକଳ୍ପ ସଂଯୋଜକ ଶ୍ରୀ ହୁଷିକେଶ ପଣ୍ଡା , କ୍ଷେତ୍ର ସଂଯୋଜକ ଶ୍ରୀ ଏଲିସାୟ ଗମାଙ୍ଗୋ ସମେତ ସିସିଡି: ର ଅନ୍ୟାନ୍ୟ କର୍ମକର୍ତ୍ତା ପରିଚାଳନା ଓ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031