Indus Valley Times

ଗଜପତି: ସିୟୁଟିଏମ: ର ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟ ପକ୍ଷରୁ ଦୁଇ ଦିନିଆ ଜାତୀୟ ସ୍ତରର ଛାତ୍ରଛାତ୍ରୀ ପରିଚାଳନା ଉତ୍ସବ “ମଞ୍ଜାର୍-୨୦୨୩” କାର୍ଯ୍ୟକ୍ରମ

 Breaking News

ଗଜପତି: ସିୟୁଟିଏମ: ର ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟ ପକ୍ଷରୁ ଦୁଇ ଦିନିଆ ଜାତୀୟ ସ୍ତରର ଛାତ୍ରଛାତ୍ରୀ ପରିଚାଳନା ଉତ୍ସବ “ମଞ୍ଜାର୍-୨୦୨୩” କାର୍ଯ୍ୟକ୍ରମ

ଗଜପତି: ସିୟୁଟିଏମ: ର ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟ ପକ୍ଷରୁ ଦୁଇ ଦିନିଆ ଜାତୀୟ ସ୍ତରର ଛାତ୍ରଛାତ୍ରୀ ପରିଚାଳନା ଉତ୍ସବ “ମଞ୍ଜାର୍-୨୦୨୩” କାର୍ଯ୍ୟକ୍ରମ
March 28
22:20 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୮/୩: ଗଜପତି ଜିଲ୍ଲା ଅନ୍ତର୍ଗତ ସିୟୁଟିଏମ: ର ସ୍କୁଲ ଅଫ୍ ମ୍ୟାନେମେଣ୍ଟ ପାରଳାଖେମୁଣ୍ଡି କ୍ୟାମ୍ପସ ପକ୍ଷରୁ ଦୁଇ ଦିନିଆ ଜାତୀୟ ସ୍ତରର ଛାତ୍ର ପରିଚାଳନା ଉତ୍ସବ ମଞ୍ଜାର୍ ୨୦୨୩ କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଯାଇଛି ।
ଏହି ମଞ୍ଜାର-୨୦୨୩ ର ଉଦଘାଟନୀ ସମାରୋହ ଆଜି ମାର୍ଚ୍ଚ ୨୮ ତାରିଖ ରେ ସ୍କୁଲ ଅଫ ମ୍ୟାନେଜମେଣ୍ଟର ଅଡିଟୋରିୟମ ହଲ ଠାରେ ଅନୁଷ୍ଠିତ ହୋଇଥିଲା ।
ଏହି ମଞ୍ଜାର ଉତ୍ସବ ସମାରୋହରେ ବିଭିନ୍ନ ମହାବିଦ୍ୟାଳୟ\’ର ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ସିୟୁଟିଏମ: ର ଉପ ପ୍ରଫେସର ଡି:ଏନ: ରାଓ ସେମାନଙ୍କୁ ମ୍ୟାନେଜମେଣ୍ଟ ପକ୍ଷ\’ରୁ ଉତ୍ସାହଜନକ ସମ୍ବୋଧନ ଦେଇ ସ୍ଵାଗତ ଜଣାଇଥିଲେ ।।
ସେହିଭଳି ସିୟୁଟିଏମ: ର ରେଜିଷ୍ଟ୍ରାର ଡଃ ଅନୀତା ପାତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିବା ବେଳେ ପିଜିପି: ସଂଯୋଜକ ଡଃ ଦେବୀ ପ୍ରସାଦ ଶତପଥୀ ଏବଂ ଏଡମିନ ନିର୍ଦ୍ଦେଶକ ଡଃ ଦୁର୍ଗା ପ୍ରସାଦ ପାଢ଼ୀ ଏହି ଉତ୍ସବକୁ ସମ୍ବୋଧିତ କରିଥିଲେ ।
ମାଞ୍ଜାର-୨୦୨୩ର ଆବାହକ ଡଃ ସୁଶାନ୍ତ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ\’ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
କାର‌୍ୟ୍ୟକ୍ରମ\’ର ଏହି ଦୁଇଦିନ ମଧ୍ୟରେ ଆଦିତ୍ୟ କଲେଜ , ସନ ଡିଗ୍ରୀ କଲେଜ , ଗାୟତ୍ରୀ କଲେଜ , ଶ୍ରୀକାକୁଲମର ସରକାରୀ ଡିଗ୍ରୀ କଲେଜ , କର୍ମିଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ଏସକେସିଜି: କଲେଜ ଏବଂ ସରକାରୀ ପଲିଟେକ୍ନିକ କଲେଜରୁ ପ୍ରାୟ ୬୦ ଜଣ ଛାତ୍ରଛାତ୍ରୀ ପରିଚାଳନା , ବୈଷୟିକ , ଅଣ-ବୈଷୟିକ ଏବଂ ସାଂସ୍କୃତିକ କାର‌୍ୟ୍ୟକ୍ରମ ପ୍ରଭୃତି ଉପରେ ଘୋଷଣା କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।
ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ ନାଇଟ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା , ଯେଉଁଠାରେ କି , ସିୟୁଟିଏମ: ର ୫୦ ଜଣ ଛାତ୍ରଛାତ୍ରୀଙ୍କ ସହ ଅଧ୍ୟାପକ/ ଅଧ୍ୟାପିକା ମାନେ ମଧ୍ୟ ଅଭିନୟ\’ରେ ସାମିଲ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031