Indus Valley Times

ଗଜପତି: ସୂଚନା ଫଳକ ମାଧ୍ୟମରେ ମନ୍ଦିର , ଚର୍ଚ୍ଚ ଓ ମସଜିଦ୍ ଗୁଡିକରେ ବାଲ୍ୟ ବିବାହକୁ ବିରୋଧ

 Breaking News

ଗଜପତି: ସୂଚନା ଫଳକ ମାଧ୍ୟମରେ ମନ୍ଦିର , ଚର୍ଚ୍ଚ ଓ ମସଜିଦ୍ ଗୁଡିକରେ ବାଲ୍ୟ ବିବାହକୁ ବିରୋଧ

September 30
11:12 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ପାରଳାଖେମୁଣ୍ଡି, ୩୦/୯: ଗଜପତି ଜିଲ୍ଲା ପ୍ରଶାସନ ତରଫ\’ରୁ ବାଲ୍ୟ ବିବାହକୁ ବନ୍ଦ କରିବା ନିମନ୍ତେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଙ୍କ ଦ୍ଵାରା ପାରଳାଖେମୁଣ୍ଡି ପୌର-ପରିଷଦ ଅନ୍ତର୍ଗତ ୯ ନମ୍ବର ୱାର୍ଡ ଠାରେ ଥିବା ଭେଙ୍କଟଶ୍ୱର ମନ୍ଦିର ସମେତ ସହରର ଜାମିଆ ମସଜିଦ୍ , ଓ ବାପ୍ ଟିଷ୍ଠ ଚର୍ଚ୍ଚ ଠାରେ ପ୍ରସ୍ତୁତ ହୋଇଥିବା ସୁଚନା ଫଳକକୁ ଉଦଘାଟନ କରିଥିଲେ ।
ଉକ୍ତ ଉଦଘାଟନୀ କାର୍ଯ୍ୟକ୍ରମରେ ସୁଚାଇ ଥିଲେ ଯେ ପୌର-ପରିଷଦ ଠାରେ ଚିହ୍ନଟ ହୋଇଥିବା ବିବାହ ସମ୍ପନ୍ନ କରୁଥିବା ୮ ଟି ମନ୍ଦିର , ୫ ଟି ଚର୍ଚ୍ଚ ଓ ୩ ଟି ମସଜିଦ୍ ରେ ପ୍ରାରମ୍ଭିକ ପର୍ଯ୍ୟାୟରେ ସୁଚନା ଫଳକ ପ୍ରସ୍ତୁତ କରାଯିବ ।
ତତ୍ ସହିତ ଜିଲ୍ଲା ରେ ବିବାହ ସମ୍ପନ୍ନ କରୁଥିବା ସମସ୍ତ ମନ୍ଦିର , ମସଜିଦ୍ ଓ ଚର୍ଚ୍ଚ ଗୁଡିକ ରେ ସୁଚନା ଫଳକ ମାଧ୍ୟମରେ ବାଲ୍ୟ ବିବହକୁ ବିରୋଧ କରିବା ସହ ରୋକାଯିବ ଏବଂ ଗଜପତି ଜିଲ୍ଲାକୁ ୨୦୨୨ ମସିହା ଶେଷ ସୁଦ୍ଧା ବାଲ୍ୟ ବିବହ-ମୁକ୍ତ ଜିଲ୍ଲା ଭାବେ କରିବା ନିମନ୍ତେ ଏହି ଅଭିନବ ପ୍ରୟାସ ସହାୟକ ହେବ ବୋଲି କହିଥିଲେ କ୍ଷ
ଏହି କାର୍ଯ୍ୟକ୍ରମରେ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ଅତିରିକ୍ତ ଜିଲ୍ଲାପାଳ , ଶ୍ରୀ ଫାଲଗୁନି ମାଝୀ , ପ୍ରକଳ୍ପ ପ୍ରସାଶକ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା , ଶ୍ରୀମତୀ ନିର୍ମଳା ସେଠୀ , ପୌର-ପରିଷଦ ଅଧ୍ୟକ୍ଷା , ଶ୍ରୀ ଜୁବୁଲି ଚରଣ ବେହେରା , ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ , ସୁଶ୍ରୀ ଅର୍ଚନା ମଙ୍ଗରାଜ, ଜିଲ୍ଲା ସଂସ୍କୃତି ଅଧିକାରିଣୀ , ଶ୍ରୀ ଅରୁଣ କୁମାର ତ୍ରିପାଠୀ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ , ୟୁନିସେଫ ର କର୍ମକର୍ତ୍ତା ଶ୍ରୀମତୀ ନେହା ନାଇଡୁ , ୟୁଏନଏଫପିଏ କର୍ମକର୍ତ୍ତା , ସୁଶ୍ରୀ ନିକିତା ସିଶୋଦିଆ , ଶ୍ରୀ ବାଞ୍ଛାନିଧି ଦୁର୍ଗା , ଏକସନଏଡ: ର ଜିଲ୍ଲା ସଂଯୋଜକ ଶ୍ରୀ ବିକାଶ କୁମାର ମେହେର , ମନ୍ଦିର କମିଟି , ମସଜିଦ୍ କମିଟି ଓ ଚର୍ଚ୍ଚ କମିଟିର କର୍ମକର୍ତ୍ତା , ପାରଳାଖେମୁଣ୍ଡି ପୌରପାଳିକା ର ସମସ୍ତ କର୍ମକର୍ତ୍ତା , ଏକସନ ଏଡ ର ସମସ୍ତ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରି ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031