Indus Valley Times

ଗଜପତି: ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟରେ ଆୟୁର୍ବେଦିକ ୱେଲ-ନେସ ସେବା ତଥା ସୁସ୍ଥତା କେନ୍ଦ୍ର ଉଦଘାଟିତ

 Breaking News

ଗଜପତି: ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟରେ ଆୟୁର୍ବେଦିକ ୱେଲ-ନେସ ସେବା ତଥା ସୁସ୍ଥତା କେନ୍ଦ୍ର ଉଦଘାଟିତ

ଗଜପତି: ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟରେ ଆୟୁର୍ବେଦିକ ୱେଲ-ନେସ ସେବା ତଥା ସୁସ୍ଥତା କେନ୍ଦ୍ର ଉଦଘାଟିତ
September 28
19:45 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ପାରଳାଖେମୁଣ୍ଡି,୨୮/୯:ପାରଳାଖେମୁଣ୍ଡି ନିକଟସ୍ଥରେ ଥିବା ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିସରରେ ଏକ ନୂତନ ଆୟୁର୍ବେଦିକ ୱେଲ-ନେସ ସେବା ତଥା ସୁସ୍ଥତା କେନ୍ଦ୍ର ଉଦଘାଟିତ ହୋଇଯାଇଛି ।
ଏହି ଉଦଘାଟନ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଯୋଗଦେଇ ଆୟୁର୍ବେଦିକ ୱେଲନେସ ତଥା ସୁସ୍ଥତା କେନ୍ଦ୍ରର ଉଦଘାଟନ କରିଥିଲେ ।
ଜିଲାପାଳ ଶ୍ରୀ ପଣ୍ଡା ଆୟୁର୍ବେଦିକ ୱେଲ-ନେସ ତଥା ସୁସ୍ଥତା କେନ୍ଦ୍ରକୁ ଉଦଘାଟନ କରି କେନ୍ଦ୍ର ବୁଲି ଦେଖି ଥିଲେ । ପରେ ଏହି ଅବସରରେ ଆୟୁର୍ବେଦିକ ସୁସ୍ଥତା କେନ୍ଦ୍ରକୁ ଉଦଘାଟନ କରି ନିଜକୁ ଧନ୍ୟ ମଣି ଏବଂ ବିଶ୍ୱବିଦ୍ୟାଳୟର ଏଭଳି ପଦକ୍ଷେପ ପ୍ରତି ଭୁୟସୀ ପ୍ରଶଂସା କରି କହିଥିଲେ ଯେ, ଅଭାବୀ ଲୋକଙ୍କୁ ଆୟୁର୍ବେଦ ୱେଲନେସ ସେବା ପ୍ରଦାନ କରିବା ସହ ଏହାକୁ ପାରମ୍ପରିକ ଆୟୁର୍ବେଦକୁ ଘଣ୍ଟାର ଆବଶ୍ୟକତା ଭାବେ ଗ୍ରହଣ କରିବାକୁ କହିଥିଲେ । ଆୟୁର୍ବେଦ ବିଜ୍ଞାନ କେବଳ ରୋଗର ଚିକିସ୍ୟା କରେ ନାହିଁ ବରଂ ରୋଗକୁ ରୋକିବାରେ ମଧ୍ୟ ବିଶେଷ ସାହାଯ୍ୟ କରିଥାଏ । ଗୁଣାତ୍ମକ ଜୀବନ ଏବଂ ସୁସ୍ଥ ଜୀବନ ବଜାୟ ରଖିବା ପାଇଁ ଜଣେ ଆୟୁର୍ବେଦ ସେବା ଏବଂ ଥେରାପି ପାଇବାକୁ ପଡିବ । ଯାହା ସବୁବେଳେ ଶରୀର ଓ ମନକୁ ଫିଟ ତଥା ସୁସ୍ଥ ରଖିଥାଏ । ଏହି କେନ୍ଦ୍ରର ପ୍ରଭାବ ସାରା ପୂର୍ବ ଭାରତରେ ପ୍ରସିଦ୍ଧ ଲାଭର ଅର୍ଜନ କରିବା ସହ ସମସ୍ତ ନିଯୁକ୍ତିର ସମ୍ଭାବନା ସୃଷ୍ଟି କରିବ ଯାହା ଦ୍ୱାରା କି ଗଜପତି ଜିଲ୍ଲାର ଔଷଧୀୟ ଚାଷୀ ମାନେ ମଧ୍ୟ ବିଶେଷ ଭାବେ ଉପକୃତ ହେବାରେ ସହାୟକ ହୋଇ ପାରିବେ ବୋଲି ଜିଲ୍ଲାପାଳ ଶ୍ରୀ ପଣ୍ଡା କହିଥିଲେ ।
ଏହି ସେଞ୍ଚୁରିଅନ ଆୟୁର୍ବେଦ ୱେଲନେସ କେନ୍ଦ୍ର , ସିନିଅର ଆୟୁର୍ବେଦ ଡାକ୍ତରଙ୍କ ଦ୍ଵାରା ସମ୍ପୂର୍ଣ୍ଣ ଭାବେ ତଦାରଖ କରାଯିବା ବ୍ୟବସ୍ଥା ରହିଛି । ଏଠାରେ ଅତି ସୁଲଭ ତଥା ନାମମାତ୍ର ଚାର୍ଜରେ ଥେରାପି ସେବା ଉପଲବ୍ଧ ହୋଇପାରିବା ବ୍ୟବସ୍ଥା ରହିଛି ।
ଅନ୍ୟପକ୍ଷରେ ସମସ୍ତ ଚିକିସ୍ୟା ଅଭିଜ୍ଞ ଆୟୁର୍ବେଦ ପଞ୍ଚକର୍ମା ଥେରାପିଷ୍ଟ ମାନଙ୍କ ଦ୍ୱାରା ଅତି ଯତ୍ନ ସହକାରେ କରା ଯାଇଥାଏ । ଆୟୁର୍ବେଦିକ ଏବଂ ପଞ୍ଚ କର୍ମର ଚିକିସ୍ୟା ଯଥା:-ଧରାପଟି , ବାମ୍ଫ ଗାଧୁଆ କୋଠରୀ , ଶିରୋଧାରା ନାଡୀଶୋଧନର ଚିକିସ୍ୟା ବ୍ୟବସ୍ଥା ହୋଇପାରିବ ।
ଏହି ଆୟୁର୍ବେଦିକ ୱେଲନେସ କେନ୍ଦ୍ର ଉଦଘାଟନର ମୁଖ୍ୟ ଉଦ୍ଦେଶ୍ୟ ରହିଛି ଯେ , ଏଠାରେ ସମସ୍ତ ପ୍ରକାରର ଥେରାପି ଚିକିସ୍ୟା ଉପଲବ୍ଧ ହୋଇପାରିବ ଏବଂ ଏଠାରେ ସମସ୍ତ ପ୍ରକାରର ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ପାରମ୍ପରିକ ଆୟୁର୍ବେଦ ଏବଂ କେରଳ ପଞ୍ଚକର୍ମା ଚିକିସ୍ୟା ପ୍ରଦାନ କରାଯିବା ବ୍ୟବସ୍ଥା ରହିଛି ।
ଆଜିର ଏହି ଉଦଘାଟନୀ ଉତ୍ସବ କାର୍ଯ୍ୟକ୍ରମରେ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ପ୍ରଶାସନିକ ନିର୍ଦ୍ଦେଶକ ପ୍ରଫେସର ଡ଼ଃ ଦୁର୍ଗା ପ୍ରସାଦ ପାଢ଼ୀ , ପ୍ରଫେସର ଏସପି: ନନ୍ଦ , ପ୍ରଫେସର ପ୍ରଜ୍ଞା ପାଣି , ପ୍ରଫେସର ସୁନିତା ପାଣିଗ୍ରାହୀ , ସୁଶ୍ରୀ ମୋନାଲିସା ଷଡଙ୍ଗୀ , ପ୍ରଫେସର ଆଶିଷ ରଞ୍ଜନ ଦାଶ , ପ୍ରଫେସର ଅତନୁ ଦେବ , ପ୍ରଫେସର ଶୁଭେନ୍ଦୁ ମିଶ୍ର ଓ ପ୍ରଫେସର ଚିତ୍ରସେନ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031