Indus Valley Times

ଗଜପତି: ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ଓ ଏଓଏମ:- ଗ୍ଲୋବାଲ ଏସଏ: ମଧ୍ୟରେ କୃଷିର ବିକାଶ ଏବଂ ଆଞ୍ଚଳିକ ଫସଲର ସଂରକ୍ଷଣ ପାଇଁ ବୁଝାମଣା ପତ୍ର ସ୍ବାକ୍ଷରିତ

 Breaking News

ଗଜପତି: ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ଓ ଏଓଏମ:- ଗ୍ଲୋବାଲ ଏସଏ: ମଧ୍ୟରେ କୃଷିର ବିକାଶ ଏବଂ ଆଞ୍ଚଳିକ ଫସଲର ସଂରକ୍ଷଣ ପାଇଁ ବୁଝାମଣା ପତ୍ର ସ୍ବାକ୍ଷରିତ

ଗଜପତି: ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ଓ ଏଓଏମ:- ଗ୍ଲୋବାଲ ଏସଏ: ମଧ୍ୟରେ କୃଷିର ବିକାଶ ଏବଂ ଆଞ୍ଚଳିକ ଫସଲର ସଂରକ୍ଷଣ ପାଇଁ ବୁଝାମଣା ପତ୍ର ସ୍ବାକ୍ଷରିତ
January 25
21:22 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୫/୧: ଭାରତର ସର୍ବୋତ୍ତମ ବେସରକାରୀ ଦକ୍ଷତା ବିକାଶ ବିଶ୍ୱବିଦ୍ୟାଳୟ ଗଜପତି ଜିଲ୍ଲା ସ୍ଥିତ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର କୃଷି ବୈଷୟିକ ଶିକ୍ଷା ଏବଂ ଗବେଷଣା ଭିତ୍ତିକ ଶିକ୍ଷା କେନ୍ଦ୍ରର ଏକ ଅଙ୍ଗ ଏମ:ଏସ ସ୍ୱାମୀନାଥନ୍ ସ୍କୁଲ୍ ଅଫ୍ କୃଷି ଓଡିଶା , ସାଉଥ୍ ଆଫ୍ରିକା ସ୍ଥିତ ଏଓଏମ: ଗ୍ଲୋବାଲ ସହ ଏକ ସହଭାଗିତା କରିଅଛି । ଏହା ଗବେଷଣାକାରୀ , ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ମାନଙ୍କ ସହଯୋଗରେ କୃଷି କ୍ଷେତ୍ରର ବିକାଶ ଓ ଅଧିକ ଉତ୍ପାଦନକ୍ଷମ କରିବା ଉଦ୍ଦେଶ୍ୟ ନେଇ ଉଦ୍ୟମ ଜାରି ରଖିଛି । ଯାହାକି ଏହା କୃଷି କ୍ଷେତ୍ରରେ କାର୍ଯ୍ୟକାରୀ କରା ଯାଉଥିବା ଏକ ଯୋଜନା , ବିକାଶ ତଥା ପରିଚାଳନାରେ ସାହାଯ୍ୟ କରିବାକୁ ବୈଷୟିକ ଉପକରଣର ବିନିଯୋଗ ପାଇଁ ଏଓଏମ: ଗ୍ଲୋବାଲ୍ ସାଉଥ୍ ଆଫ୍ରିକାର ଗାବନ୍ ସହିତ ସହଭାଗୀ ହୋଇଛି ।
ଏହା ୨୪ ଜାନୁୟାରୀ ୨୦୨୩ ରେ ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ଉପସଭାପତି ପ୍ରଫେସର ଡି.ଏନ୍ ରାଓ ଏବଂ ଏଓଏମ୍ ଗ୍ଲୋବାଲର ନିର୍ଦ୍ଦେଶକ ଏସଏ:, ଗାବନ୍ ଓ ଶ୍ରୀ ରାଜେଶ ପାରିଖଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷର କରା ଯାଇଥିଲା ।
ଆଫ୍ରିକାରେ ଗାବନ୍ କୃଷି ସେଜ୍ (ଏସ:ଇ:ଜେଡ:) ଏକ ସ୍ବତନ୍ତ୍ର ଓ ପ୍ରଥମ ପ୍ରକଳ୍ପ ଅଟେ , ଯାହାକି , ଏହା ୫ ବର୍ଷ ସମୟ ମଧ୍ୟରେ ୧୦୦-ଏମ ୟୁଏସଡି: ସହ ପ୍ରସ୍ତାବିତ ।
ସେଞ୍ଚୁରିନ ବିଶ୍ୱବିଦ୍ୟାଳୟ ଏସଇଜେଡ୍: ଯାହାକି ଭବିଷ୍ୟତର ଏକ ପ୍ରୟୋଗାତ୍ମକ ଜ୍ଞାନ କୌଶଳ ଏସଇଜେଡ:ର ଏକ ଅଂଶୀଦାର ଭାବେ ଉଭା ହେବ ଜ୍ଝ ଏହା ଏକ ସମ୍ମାନ-ଜନକ ପଦକ୍ଷେପ , ଯେଉଁଠାରେ କି , ଗଜପତି ଜିଲ୍ଲା\’ରୁ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ମାନେ ଗାବନ୍ (ଗଜପତି ଠାରୁ ଗାବନ୍ ମିଶନ୍) ପର୍ଯ୍ୟନ୍ତ ପରିଦର୍ଶନ କରିବେ ଜ୍ଝ ଏହା ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଅଧ୍ୟାପକ ମାନଙ୍କୁ ଏ କ୍ଷେତ୍ରରେ ସ୍ମାର୍ଟ ଇଞ୍ଜିନିୟରିଙ୍ଗ ଅଭ୍ୟାସ , କୃଷି ଏବଂ ଏହାର ପ୍ରକ୍ରିୟାକରଣ ଦିଗରେ ଉତ୍ତୋରତ୍ତର ଉନ୍ନତି ପାଇଁ ପଥ ପ୍ରଦର୍ଶକ ହେବ ବୋଲି ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟର ଉପସଭାପତି ପ୍ରଫେସର ଡି.ଏନ୍ ରାଓ କହିଛନ୍ତି ।
ଏହି ବୁଝାମଣା ପତ୍ର ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ସହ ସ୍ୱାକ୍ଷର ହେବା ଯୋଗୁଁ କୃଷି ଅନ୍ତର୍ଭୁକ୍ତ-କରଣ ଏବଂ ଏହାର ପରିବର୍ତ୍ତନ ଆଣ୍ଡେମରେ ଯାହାକି , ଅର୍ଥନୈତିକ ବିକାଶ , ଖାଦ୍ୟ ସୁରକ୍ଷା , ଜଳବାୟୁ ପରିବର୍ତ୍ତନ ଓ ପ୍ରସ୍ତୁତିକରଣରେ ବ୍ୟାପକ ପରିବର୍ତ୍ତନ ପରିଲକ୍ଷିତ ହେବ ସହ ଆନ୍ତର୍ଜାତିକ , ଜାତୀୟ ଓ ଆଞ୍ଚଳିକ କ୍ଷେତ୍ରରେ କୃଷି ବାଣିଜିକ ବିକାଶ\’ର ସମ୍ଭାବନା ଉଜ୍ଜଳ ହୋଇପାରିବ ବୋଲି ଶ୍ରୀ ରାଜେଶ ପାରିଖ ମତବ୍ୟକ୍ତ କରିଥିଲେ ।
ଏହି ବୁଝାମଣା ତଥା ଚୁକ୍ତିନାମା\’ଟି ମୁଖ୍ୟତଃ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ମାନଙ୍କ ପରିଦର୍ଶନ , ଗବେଷଣା ଏବଂ ମିଳିତ ଅନୁସନ୍ଧାନ ଏବଂ ପରସ୍ପର ମଧ୍ୟରେ ବୈଷୟିକ ଜ୍ଞାନର ଆଦାନ ପ୍ରଦାନ ହେବ ଯାହାକି , ଅଞ୍ଚଳର କୃଷକ ମାନଙ୍କ ଦକ୍ଷତା ବିକାଶ ଦିଗରେ ଏହା ବିଶେଷ ସହାୟକ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ।
ଏହି ଦୁଇଟି ଅନୁଷ୍ଠାନ ମୁଖ୍ୟତଃ ଦକ୍ଷତା ବିକାଶ ତାଲିମ ଏବଂ ଗବେଷଣା ମାଧ୍ୟମରେ ଆଞ୍ଚଳିକ ଫସଲର ଉତ୍ପାଦନ , ପ୍ୟାକେଜିଙ୍ଗ , ଖାଦ୍ୟ ଶୃଙ୍ଖଳା ଓ ଖାଦ୍ୟ ପ୍ରକ୍ରିୟାକରଣ ଇତ୍ୟାଦି ଉପରେ ବେଶ ଆଗ୍ରହ ପ୍ରକାଶ କରିଥିବା କୁହାଯାଇଛି ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଡ଼ଃ ସୁପ୍ରିୟା ପଟ୍ଟନାୟକ , ରେଜିଷ୍ଟ୍ରାର ଡ଼ଃ ଅନିତା ପାତ୍ର , ଡଃ ଦୁର୍ଗା ପ୍ରସାଦ ପାଢ଼ୀ , ଡଃ ଏସ ପି ନନ୍ଦ , ଡଃ ମୋନାଲିସା ଘୋଷ , ଡଃ ସୁବା ରାଓ , ଡଃ ଟି: ଅନିଲ ପ୍ରମୁଖ ଏହି ବୁଝାମଣା ପତ୍ର ସ୍ବାକ୍ଷରିତ ବେଳେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031