Indus Valley Times

ଗଜପତି: ସ୍ନାତକ ମହିଳା ମହାବିଦ୍ୟାଳୟର ପ୍ରତିଷ୍ଠାତା ସ୍ବର୍ଗତ ତ୍ରିନାଥ ସାହୁଙ୍କ ପୂଣ୍ୟତିଥି ଅବସରରେ ସ୍ମୃତିଚାରଣ ସଭା ଅନୁଷ୍ଠିତ

 Breaking News

ଗଜପତି: ସ୍ନାତକ ମହିଳା ମହାବିଦ୍ୟାଳୟର ପ୍ରତିଷ୍ଠାତା ସ୍ବର୍ଗତ ତ୍ରିନାଥ ସାହୁଙ୍କ ପୂଣ୍ୟତିଥି ଅବସରରେ ସ୍ମୃତିଚାରଣ ସଭା ଅନୁଷ୍ଠିତ

September 19
10:12 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୯/୯ : ପାରଳାଖେମୁଣ୍ଡି ସ୍ଥିତ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ପାରଳାର ପ୍ରାକ୍ତନ ବିଧାୟକ ସ୍ବର୍ଗତ ତ୍ରିନାଥ ସାହୁଙ୍କ ୧୨ତମ ପୂଣ୍ୟତିଥି ଅବସରରେଏକ ସ୍ମୃତିଚାରଣ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ମହାବିଦ୍ୟାଳୟ ଅଧ୍ୟକ୍ଷା ଡ଼ଃ ରୀନା ସାହୁ , ସ୍ୱର୍ଗତ ସାହୁଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହ ଭକ୍ତିପୂତ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଅଧ୍ୟକ୍ଷା ଡଃ ରୀନା ସାହୁ , ପୂର୍ବତନ ବିଧାୟକ ସ୍ବର୍ଗତ ସାହୁଙ୍କ କର୍ମମୟ ଜୀବନ ଆଲୋଚନା କରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ଉପସ୍ଥିତ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ ।
ଅଧ୍ୟାପିକା ଡଃ ଭାରତୀ ପାଣିଗ୍ରାହୀ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ବର୍ଗତ ସାହୁଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ସ୍ବର୍ଗତ ସାହୁଙ୍କ ଜୀବନୀ ପ୍ରାଞ୍ଜଳ ଭାବେ ଆଲୋଚନା କରି ସେ କିଭଳି ଏକାଧାରରେ ଜଣେ ସମାଜ ସେବୀ ଓ କଳା ,ସାହିତ୍ୟ ଓ ଶିକ୍ଷାର ପୃଷ୍ଠପୋଷକ ଥିଲେ ସେ ସମ୍ପର୍କରେ ବର୍ଣ୍ଣନା କରି ତାଙ୍କରି ନିଜସ୍ଵ ପ୍ରଚେଷ୍ଟାରେ ହିଁ ଉପାନ୍ତ ସହର ପାରଳାଖେମୁଣ୍ଡି ତଥା ଗଜପତି ଜିଲ୍ଲାରେ ଏକମାତ୍ର ମହିଳା ମହାବିଦ୍ୟାଳୟ ସ୍ଥାପିତ ହୋଇ ପାରିଥିଲା ବୋଲି ମତ ପ୍ରକାଶ କରିଥିଲେ।
ସେହିଭଳି ଅଧ୍ୟାପିକା ଡ଼ଃ କଲ୍ୟାଣି ମିଶ୍ର ଏବଂ ଅଧ୍ୟାପିକା ବରଦା ଆଚାର୍ଯ୍ୟ , ସ୍ୱର୍ଗତ ତ୍ରିନାଥ ସାହୁ – ମଣିଷ ଭିତରେ ମଣିଷଟିଏ ହୋଇ ଏକ ସାଧାରଣ ବ୍ୟକ୍ତିକୁ ମଧ୍ୟ ଗୁରୁତ୍ଵ ଦେଇ ଆସୁଥିଲେ ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା ଓ ଅଧ୍ୟାପକଙ୍କ ସମେତ ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031