Legatus

ଗଜପତି: ସ୍ଵତନ୍ତ୍ର ଉନ୍ନୟନ ପରିଷଦର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

 Breaking News

ଗଜପତି: ସ୍ଵତନ୍ତ୍ର ଉନ୍ନୟନ ପରିଷଦର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

July 14
23:06 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୪/୭ : ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ପୂର୍ବ ପ୍ରସ୍ତୁତି ବୈଠକ ଆଜି ଅଧ୍ୟକ୍ଷା ଶ୍ରୀମତୀ ମରୀୟମ ରଇତଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।
ଆଜିର ଏହି ପୂର୍ବ ପ୍ରସ୍ତୁତି ବୈଠକରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଉପସ୍ଥିତ ଥିବା ସମସ୍ତ ସଭ୍ୟ-ସଭ୍ୟା ମାନଙ୍କୁ ଅବଗତ କରା ଯାଇଥିଲା ।
ଆସନ୍ତା ତା ୧୭/୭/୨୦୨୩ ଓ ତା:- ୧୮/୦୭/୨୦୨୩ ରିଖ ଦୁଇ ଦିନ ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ରଇତ ସମସ୍ତ ବ୍ଲକରେ ଚାଲୁ ରହିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି ।
ଏହି ବୈଠକରେ ସମନ୍ଵିତ ଅଧିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି , ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ରାକେଶ କୁମାର ସାହୁ ଯୋଗ ଦେଇ ଚଳିତ ଆର୍ଥିକ ବର୍ଷରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦର ବିଭାଗ ତରଫରୁ ଅଧିବାସୀ ମାନଙ୍କ ଉନ୍ନତୀ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଏବଂ ସେହି କାର୍ଯ୍ୟକ୍ରମ ଗୁଡିକ ବର୍ତ୍ତମାନ ଚାଲୁରହିଛି।
ସେହିପରି ସମନ୍ଵିତ ଅଧିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଦ୍ଵାରା ବିଭିନ୍ନ ଯୋଜନାର କାର‌୍ୟ୍ୟକ୍ରମ ଉପରେ ଉପସ୍ଥାପନା କରିଥିଲେ , ଯାହାକି ସାଂସ୍କୃତିକ ଗୃହ , ଜନଜାତି ହାଟ , ଦେବସ୍ଥଳୀର ବିକାଶ , ଜିଲ୍ଲା ଜନଜାତି ସଂଗ୍ରହାଳୟ ପ୍ରତିଷ୍ଠା , ଜିଲ୍ଲା\’ର ଖେଳକୁଦର ବିକାଶ , ଦକ୍ଷତା ବିକାଶ ତାଲିମ , ପ୍ରତ୍ୟେକ ବ୍ଲକ ସ୍ତରରେ ସ୍ବତନ୍ତ୍ର ସ୍ୱେଚ୍ଛାସେବୀ ଆଦି କାର୍ଯ୍ୟକ୍ରମ ଚାଲୁରହିଛି। ।
ଏହି ବୈଠକରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷ ଶ୍ରୀ ଧନେଶ୍ଵର ଭୁୟାଁ , ସ୍ଵତନ୍ତ୍ର ଉନ୍ନୟନ ପରିଷଦ\’ର ସମସ୍ତ ସଭ୍ୟସଭ୍ୟା , ସ୍ବତନ୍ତ୍ର ଉନ୍ନୟନ ପରିଷଦର ଜିଲ୍ଲା ସଂଯୋଜକ ଶ୍ରୀ ଜି. ରାଜେଶ , ସମନ୍ଵିତ ଅଧିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ପିଆର୍: ନାୟକ , ଶ୍ରୀ ଗୁପ୍ତ ପାତ୍ର , ଶ୍ରୀ ବସନ୍ତ କୁମାର ଟପ୍ନୋ , ଶ୍ରୀ ତ୍ରିଲୋଚନ ସେଠୀ ଓ ଶ୍ରୀମତୀ ଚମ୍ପାମଣି ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମକୁ ସମନ୍ଵିତ ଅଧିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି , ଓ ସ୍ବତନ୍ତ୍ର ଉନ୍ନୟନ ପରିଷଦ କାର୍ଯ୍ୟାଳୟର କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930