Indus Valley Times

ଗଜପତି: ସ୍ଵୟଂ ସହାୟକ ଗୋଷ୍ଠୀର ନେତ୍ରୀ ମାନଙ୍କୁ ନେଇ ଏକ ଦିବସୀୟ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ସ୍ଵୟଂ ସହାୟକ ଗୋଷ୍ଠୀର ନେତ୍ରୀ ମାନଙ୍କୁ ନେଇ ଏକ ଦିବସୀୟ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

March 15
22:11 2023

ଗଣେଶ କୁମାର ରାଜୁ ଙ୍କ ରିପୋର୍ଟ
ପାରଳାଖେମୁଣ୍ଡି, ୧୫/୩: ଗଜପତି ଜିଲ୍ଲା ଗୋସାଣି ବ୍ଲକ ଅନ୍ତର୍ଗତ ସୋବରା ଗ୍ରାମ ପଞ୍ଚାୟତର ସୋବରା ଗ୍ରାମସ୍ଥିତ ରାଜୀବଗାନ୍ଧି ସେବା କେନ୍ଦ୍ର ଠାରେ ଆରକେଏସଏସ: ସ୍ଵେଛାସେବୀ ଅନୁଷ୍ଠାନ ପକ୍ଷରୁ ନାବାର୍ଡ ସଂସ୍ଥା , ଭୁବନେଶ୍ଵର ସହାୟତାରେ ୨୦ ଟି ସ୍ଵୟଂ ସହାୟକ ଗୋଷ୍ଠୀର ୫୫ରୁ ଉର୍ଦ୍ଧ୍ବ ଦଳର ନେତ୍ରୀ ମାନଙ୍କୁ ସୁଦୃଢ କରିବା ପାଇଁ ଏକ ଦକ୍ଷତା ବିକାଶ କର୍ମଶାଳା କାର୍ଯ୍ୟକ୍ରମ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ ଶିବିରରେ ମୁଖ୍ୟତଃ ମହିଳା ସଶକ୍ତିକରଣ, ଦଳ ପରିଚାଳନା , ଦଳର ଦଶ ସୁତ୍ରୀ କାର୍ଯ୍ୟକ୍ରମ, ଖାତାପତ୍ର ଲେଖା ପରିଚାଳନା , ଋଣ ଆଦାନ ପ୍ରଦାନ , ସୁଧର ହିସାବ ଓ ସରକାରଙ୍କ ବିଭିନ୍ନ ବିଭାଗ ସହ ସମନ୍ଵୟ ରକ୍ଷା କରି ଦଳ ଦ୍ଵାରା ରୋଜଗାର ଭିତ୍ତିକ କାର୍ଯ୍ୟକ୍ରମ ପ୍ରଭୃତି ଉପରେ ତାଲିମ ପ୍ରଦାନ କରା ଯାଇଥିଲା ।
ଏହି ଆବସରରେ ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ- ଗଜପତି (ଆରସେଟି) ଠାରେ ବିଭିନ୍ନ ପ୍ରକାର ଯଥା :- ମହିଳା ମାନଙ୍କୁ ଛତୁଚାଷ , କୁକୁଡା ପାଳନ , ମହମବତୀ ତିଆରି , ଧୂପକାଠି ତିଆରି , ଫିନାଇଲ ତିଆରି ଓ ସିଲାଇ ପ୍ରଭୃତି ତାଲିମ ନେଇ ନିଜେ କିପରି ରୋଜଗାର କରି ପାରିବେ , ଆର୍ଥିକ ସାକ୍ଷରତା ସହ ବିଭିନ୍ନ ପ୍ରକାର ବୀମା ଯଥା :- ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା , ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା , ଅଟଳ ପେନସନ , ଫସଲ ବୀମା , ବ୍ୟାଙ୍କ ତରଫରୁ ଦଳକୁ ଆର୍ଥିକ ସହାୟତା ସଂପର୍କରେ ବୁଝାଇ ସଚେତନ କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଶ୍ରୀ ମହେଶ୍ଵର ମଣ୍ଡଳ , ଜିଲ୍ଲାର ଅଗ୍ରଣୀ ବ୍ୟାଙ୍କ ମ୍ୟାନେଜର ଶ୍ରୀ ମହେଶ୍ୱର ମଣ୍ଡଳ , ଆରସେଟି ପ୍ରଶିକ୍ଷଣ କେନ୍ଦ୍ରର ନିର୍ଦ୍ଦେଶକ ଶ୍ରୀ ସାଇମନ ଡୁଙ୍ଗଡୁଙ୍ଗ , ଓଏଲ୍ଏମ: ବିପିଏମ: ଶ୍ରୀ ସି:ଏଚ: ତିରୁପତି ରାଓ , ଶ୍ରୀ ତରୁଣ କୁମାର ନାଇକ ବିଏଲଟି, ଓ ତାଲିମ ଦାତା ଶ୍ରୀ ନରେଶ କୁମାର ମହାପାତ୍ର ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଉପସ୍ଥିତ ଥିଲେ ।
ସଭା କାର୍ଯ୍ୟକ୍ରମ ପ୍ରାରମ୍ଭରେ ଆର:କେ:ଏସ:ଏସ: ଅନୁଷ୍ଠାନର ସଂପାଦକ ଶ୍ରୀ ଲକ୍ଷ୍ମୀକାନ୍ତ ପଣ୍ଡା କାର‌୍ୟ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ସ୍ଵାଗତ ଭାଷଣ ଦେଇଥିବା ବେଳେ , ଶ୍ରୀ ତରୁଣ କୁମାର ନାଇକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ଜୀବିକା ମିଶନ ସି:ଆର:ପି: ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031