Indus Valley Times

ଗଜପତି : ସ୍ୱେଚ୍ଛାସେବୀ ସଂଗଠନ “ଜନକଲ୍ୟାଣ ପ୍ରତିଷ୍ଠାନ ପକ୍ଷରୁ ଜିଲ୍ଲାରେ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ସଫଳତାର ସହ ଆଗେଇ ଚାଲିଛି

 Breaking News

ଗଜପତି : ସ୍ୱେଚ୍ଛାସେବୀ ସଂଗଠନ “ଜନକଲ୍ୟାଣ ପ୍ରତିଷ୍ଠାନ ପକ୍ଷରୁ ଜିଲ୍ଲାରେ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ସଫଳତାର ସହ ଆଗେଇ ଚାଲିଛି

ଗଜପତି : ସ୍ୱେଚ୍ଛାସେବୀ ସଂଗଠନ “ଜନକଲ୍ୟାଣ ପ୍ରତିଷ୍ଠାନ ପକ୍ଷରୁ ଜିଲ୍ଲାରେ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ସଫଳତାର ସହ ଆଗେଇ ଚାଲିଛି
September 11
20:20 2023

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୧/୯: ଗଜପତି ଜିଲ୍ଲ’ର ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ “ଜନ କଲ୍ୟାଣ ପ୍ରତିଷ୍ଠାନ” , ଜିଲ୍ଲାର ବିଭିନ୍ନ ଆଦିବାସୀ ବହୁଳ ବ୍ଲକାଞ୍ଚଳରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ନେଇ ସଫଳତାର ସହ ଗତ ୧୯୯୧-୯୨ ମସିହାରୁ ନିରନ୍ତର ଭାବେ କାର୍ଯ୍ୟକାରୀ କରିଚାଲିଛି ।
ମୁଖ୍ୟତଃ ଭାବେ ଏହି “ଜନ କଲ୍ୟାଣ ପ୍ରତିଷ୍ଠାନ” ଶିକ୍ଷା କ୍ଷେତ୍ରରେ ଶିକ୍ଷା କେନ୍ଦ୍ର , ବ୍ରିଜ କୋର୍ସ , ଇଜିଏସ: ମାଧ୍ୟମରେ ଶିକ୍ଷା କାର୍ଯ୍ୟକ୍ରମ ଚାଲୁ ରଖିଥିବା ବେଳେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମାଲେରିଆ , ଯକ୍ଷ୍ମା ଓ ଆରସିଏଚ: କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରି ଆସୁଛି । ଏ ମିତିକି , ଏହି \”ଜନ କଲ୍ୟାଣ ପ୍ରତିଷ୍ଠାନ” ମୁଖ୍ୟତଃ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ମାନଙ୍କରେ ସେଠାକାର ଅଧିବାସୀ ମାନଙ୍କ ଜୀବନ-ଜୀବିକାର ଉନ୍ନତି କ୍ଷେତ୍ରରେ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ କରିଆସୁଛି ।
ଏତଦ୍ ବ୍ୟତୀତ ଏହି “ଜନ କଲ୍ୟାଣ ପ୍ରତିଷ୍ଠାନ\” ସ୍ୱେଚ୍ଛାସେବୀ ସଂଗଠନ ପ୍ରାକୃତିକ ସମ୍ପଦ ପରିଚାଳନା କ୍ଷେତ୍ରରେ ଇଣ୍ଡୋସିସ ପ୍ରୋଜେକ୍ଟ , ୟୁଏନଡିପି: ପ୍ରୋଜେକ୍ଟ , କେୟାର ଓଡିଶା , ସ୍ପାର ଓ ଜିଏସଏସଏସ: ପ୍ରଭୃତି ଅନୁଷ୍ଠାନ ମାନଙ୍କ ସହିତ ମିଶି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ କରିଆସୁଛି ।
ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ନୂଆଗଡ ବ୍ଲକର ବିଭିନ୍ନ ଅଞ୍ଚଳ’ରେ ଗତ ୨୦୦୪-୦୫ ମସିହାରୁ ୨୦୧୬-୧୭ ମସିହା ପର୍ଯ୍ୟନ୍ତ ଦୀର୍ଘ ୧୩ ବର୍ଷ ଧରି ନିରନ୍ତର ଭାବେ ଓଟିଇଏଲପି: ଫେଜ-୧ ଓ ଓଟିଇଏଲପି: ଫେଜ୍-୨ ସମେତ ଓଟିଇଏଲପି:- ପ୍ଲସ ଏଭଳି ତିନୋଟି ଗୁରୁତ୍ୱପୂର୍ଣ୍ଣ ପ୍ରୋଜେକ୍ଟରେ ଉଲ୍ଲେଖନୀୟ କାର୍ଯ୍ୟ ଗୁଡ଼ାକ କୃତିତ୍ଵ\’ର ସହ କରିଆସିଛି ।
ଏହି ସବୁ କାର୍ଯ୍ୟକ୍ରମ ମାଧ୍ୟମ\’ରେ ଜଳ ଜମି ପରିଚାଳନା , ୧୫୦୦ରୁ ଉର୍ଦ୍ଧ୍ବ ଅଞ୍ଚଳରେ ଆମ୍ବ ଓ କାଜୁ ବୃକ୍ଷ ରୋପଣ କରାଯିବା ସହ ୫୦୦ରୁ ଉର୍ଦ୍ଧ୍ବ ଏକର ପରିମିତ ଜମିରେ ଜଳ ସେଚନ ବ୍ୟବସ୍ଥା ସହ କେନାଲ ଓ ପୋଖରୀ ଇତ୍ୟାଦି ସୁବିଧା କରାଯାଇଛି ।
ସେହିଭଳି , ୫୦ ରୁ ଅଧିକ ଗ୍ରାମରେ ସୋଲାର ଲଣ୍ଠନ, ମୋବାଇଲ ଚାର୍ଜିଂ ଷ୍ଟେସନ ଓ ପିଇବା ପାଣିର ସୁବିଧା ବ୍ୟବସ୍ଥା କରା ଯାଇଥିବା ବେଳେ ୨୫ ରୁ ଉର୍ଦ୍ଧ୍ବ ଗ୍ରାମରେ ଚେକ ଡ୍ୟାମ , ୧୫ ରୁ ଉର୍ଦ୍ଧ୍ବ କୂପ ଖନନ, ୨୦ରୁ ଉର୍ଦ୍ଧ୍ବ କେନାଲ ଓ ଜଳ ଜମି କାର୍ଯ୍ୟ ପରିଚାଳନା କରାଯାଇଛି । ଯାହାଦ୍ବାରା କି ଅଞ୍ଚଳ ବାସୀ ଏସବୁ ଦ୍ଵାରା ବେଶ୍ ଉପକୃତ ହୋଇ ଆସୁଛନ୍ତି ।
୩୦ଟି ଭିଡ଼ିସି: ୫୦ ଗ୍ରାମରେ , ପ୍ରତ୍ୟେକ ଗ୍ରାମରେ ଗୋଦାମ ଗୃହ ସମେତ ଗୋଷ୍ଠୀ ଗୃହ ଓ ନଲେଜ୍ ସେଣ୍ଟର ପ୍ରଭୃତି ଗଠନ କରାଯାଇଛି । ଏ ସବୁ ମାଧ୍ୟମରେ ମୋଟ ୩ ହଜାର ପରିବାରଙ୍କ ଜୀବନ ଜୀବିକା\’ର ବିଶେଷ ଉନ୍ନତି କରାଯାଇଛି ।
ସେହିଭଳି ଗତ ୨୦୧୭-୧୮ମସିହାରୁ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଗୁମ୍ମା ବ୍ଲକ୍ ଅନ୍ତର୍ଗତ ସେରଙ୍ଗ ଅଞ୍ଚଳରେ ଥିବା ଲାଞ୍ଜିଆ ସଉରା ଉନ୍ନୟନ ସମିତି (ଏଲଏସଡିଏ:) ସହିତ ଓପିଲିପି: ପ୍ରକଳ୍ପ ଅଧିନରେ ଲାଞ୍ଝିଆ ସଉରା ମାନଙ୍କ ସହିତ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ଚାଲୁ ରହିଛି ।
ଏହି କାର୍ଯ୍ୟକ୍ରମ ଭିଡ଼ିସି: ଗ୍ରାମ୍ୟ ଉନ୍ନୟନ କମିଟି ମାଧ୍ୟମରେ ଚାଷ ଜମିର ଜମିକୁ ସମତଳ କରିବା ସହ ୪୫୦ ଏକର ଜମିରେ କୃଷି ଭିତ୍ତିକ ଉନ୍ନତି ଏବଂ ୩୦୦ ଏକରରୁ ଉର୍ଦ୍ଧ୍ବ ଜମିରେ ଆମ୍ବ ଓ କାଜୁ ପ୍ରଭୃତି ଫଳଗଛ ରୋପଣ କରାଯାଇଛି ।
ଅନ୍ୟପକ୍ଷରେ , ଏହି “ଜନ କଲ୍ୟାଣ ପ୍ରତିଷ୍ଠାନ” ପକ୍ଷରୁ ଜଳ ସେଚନ , କେନାଲ ଓ ନଳକୂପ ମାଧ୍ୟମରେ ୫୦୦ ଏକରରୁ ଉର୍ଦ୍ଧ୍ୱ ଜମିରେ ସୁବିଧା ବ୍ୟବସ୍ଥା କରାଯାଇଛି । ଏଥି ସମେତ ୫୦ ଟି ଗ୍ରାମରେ ପିଇବା ପାଣି\’ର ମଧ୍ୟ ସୁବିଧା ବ୍ୟବସ୍ଥା କରାଯାଇଛି ।
ଅଞ୍ଚଳବାସୀଙ୍କ ଜୀବନ ଜୀବିକା ଉପରେ ଗୁରୁତ୍ବ ଦେଇ ସେମାନଙ୍କୁ ଆତ୍ମ ନିର୍ଭରଶିଳ କରାଇବା କ୍ଷେତ୍ରରେ ମଧ୍ୟ ବିଶେଷ କାର୍ଯ୍ୟକ୍ରମ କରାଯାଉଛି । ପଶୁ ସମ୍ପଦ ବିକାଶ କ୍ଷେତ୍ରରେ ୧୦୦ ଟି ସ୍ଵୟଂ ସହାୟକ ଦଳ ଛେଳି ପାଳନ କରୁଛନ୍ତି ଏବଂ ସେମାନଙ୍କ ପାଇଁ ଗୁହାଳର ସୁବିଧା ବ୍ୟବସ୍ଥା ମଧ୍ୟ କରାଯାଇଛି । ଏତଦ୍ ବ୍ୟତୀତ ପ୍ରତି ପରିବାରକୁ ୪୦ ଟି ଲେଖାଏଁ କୁକୁଡା ଏବଂ ୧୦୦ ଟି ମହିଳା ସ୍ଵୟଂ ସହାୟକ ଦଳ (ଏସଏଚଜି:)କୁ ୩୨ ଟି ଲେଖାଏଁ ଛେଳିର ସାହାଯ୍ୟ ଯୋଗାଇ ଦିଆହୋଇଛି । ଏସଏଚଜି: ମାଧ୍ୟମରେ ମହିଳା ସଭ୍ୟଙ୍କୁ ବିଭିନ୍ନ ପ୍ରକାର ଆୟପନ୍ଥା ସକାଶେ ସାହାଯ୍ୟ ବ୍ୟବସ୍ଥା ଯୋଗାଇ ଦିଆଯାଇଛି ।
ସେହିଭଳି ବିଭିନ୍ନ ଜୀବିକାର ଉନ୍ନତି କାର୍ଯ୍ୟକ୍ରମରେ ସେମାନେ ବିଶେଷ ଉପକୃତ ହେବା ସହ ସେହି ଗୋଷ୍ଠୀଙ୍କର ଜୀବିକା ବିଶେଷ ଉନ୍ନତି ହୋଇ ପାରିଥିବା ପରିଲକ୍ଷିତ ହୋଇଛି ।
କୃଷି ଉନ୍ନତିରେ ସମସ୍ତ ପ୍ରକାର ବିହନ ବ୍ୟବସ୍ଥା ସହିତ ବିହନ ରଖିବା ପାଇଁ ଆବଶ୍ୟକ ହେଉଥିବା ବ୍ୟବସ୍ଥା ମଧ୍ୟ କରାଯାଇଛି । ଗ୍ରାମ୍ୟ ଭିତ୍ତିଭୂମି ବିକାଶରେ ଗୋଷ୍ଠୀ ଗୃହ ୩୦ରୁ ଉର୍ଦ୍ଧ ଗଠନ କରା ଯାଇଥିବା ସହ ୩୫ଟି ଖଳା ଶସ୍ୟ ସୁଖେଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ।
“ଜନ କଲ୍ୟାଣ ପ୍ରତିଷ୍ଠାନ” ସ୍ୱେଚ୍ଛାସେବୀ ସଙ୍ଗଠନର ମୁଖ୍ୟ ତଥା ସମ୍ପାଦକ ଶ୍ରୀ ଦୁର୍ଗା ମାଧବ ପଣ୍ଡା\’ଙ୍କ କର୍ତ୍ତବ୍ୟ ନିଷ୍ଠା ଓ ସେବା ମନୋଭାବ ସମ୍ପନ୍ନ ବ୍ୟକ୍ତିତ୍ଵ ଯୋଗୁଁ ଉପରୋକ୍ତ ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସଫଳତାର ସହ ଆଗେଇ ଚାଲିଥିବା ଜଣାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031