Indus Valley Times

ଗଜପତି : ହାଡୁଭାଙ୍ଗି ଠାରେ “ସ୍ବଚ୍ଛତା ହିଁ ସେବା ଅଭିଯାନ ” କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି : ହାଡୁଭାଙ୍ଗି ଠାରେ “ସ୍ବଚ୍ଛତା ହିଁ ସେବା ଅଭିଯାନ ” କାର୍ଯ୍ୟକ୍ରମ ଅନୁଷ୍ଠିତ

September 22
23:50 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୨/୯: ଗଜପତି ଜିଲ୍ଲା କାଶୀନଗର ବ୍ଲକ ହାଡୁଭାଙ୍ଗି ପଞ୍ଚାୟତର ହାଡୁଭାଙ୍ଗି ଠାରେ ଆଜି ସ୍ୱଚ୍ଛ ଭାରତ ମିଶନ(ଗ୍ରାମୀଣ) ଅନ୍ତର୍ଗତ ସ୍ବଚ୍ଛତା ହିଁ ସେବା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।
ଏହି ଅବସରରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ରାଜେନ୍ଦ୍ର ରଥ’ଙ୍କ ନେତୃତ୍ୱ’ରେ ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା ।
ଶୋଭାଯାତ୍ରାରେ ପଞ୍ଚାୟତ ପ୍ରତିନିଧି, ଅଙ୍ଗନବାଡ଼ି ଓ ଆଶା କର୍ମୀ , ଏମବିକେ , ସିଆରପି ଓ ଗ୍ରାମର ଜନସାଧାରଣ ଏଥିରେ ସାମିଲ ଥିବା ବେଳେ ସେମାନଙ୍କ ସହଯୋଗ କ୍ରମେ ରାସ୍ତାର ଉଭୟ ପାର୍ଶ୍ବରେ ପଡ଼ି ରହିଥିବା ଅଳିଆ ଆବର୍ଜନା ସବୁ ସାମୁହିକ ଭାବେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ସଚେତନତା ଶୋଭାଯାତ୍ରା ଓ ସଫେଇ କାର୍ଯ୍ୟକ୍ରମ ବେଳେ ମଇଳା ଗାଡ଼ି ମଧ୍ୟ ଭ୍ରମଣ କରିଥିଲା , ସେଥିରେ ଜନସାଧାରଣ ମଇଳା ଆବର୍ଜନା ସବୁ ପକାଇ ଥିଲେ ।
ଏହି କାର୍ଯ୍ୟକ୍ରମ ଅବସରରେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ “ସ୍ବଚ୍ଛତା ହିଁ ସେବା” ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏଥିରେ ହାଡୁଭାଙ୍ଗି ସରପଞ୍ଚ ଶ୍ରୀ ଟି: ଶଙ୍କର ରାଓ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ରାଜେନ୍ଦ୍ର କୁମାର ରଥ ମଞ୍ଚାସିନ ରହି “ସ୍ୱଚ୍ଛ ଭାରତ ମିଶନ ଯୋଜନା ଆଭିମୁଖ୍ୟ’ର ବିଭିନ୍ନ ଦିଗ ସମ୍ପର୍କରେ ଲୋକ ମାନଙ୍କୁ ଅବଗତ କରାଇବା ସହ ପରିବେଶ ଚତୁଃପାର୍ଶ୍ଵ ସବୁବେଳେ ସଫାସୁତୁରା ରଖିବାକୁ ପରାମର୍ଶ ଦେଇଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ଗ୍ରାମ ରୋଜଗାର ସେବକ (ଜି:ଆର:ଏସ:) ଶ୍ରୀ କେ: ବୀର ପ୍ରସାଦ ପରିଚାଳନା କରିଥିଲେ।


About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031