Indus Valley Times

ଗଜପତି: ୫ ଦଫା ଦାବି ନେଇ ବହୁମୁଖି ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ମହାସଂଘଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଡ଼ାକରା ନେଇ ସିଡିଏମଓଙ୍କୁ ସ୍ମାରକପତ୍ର

 Breaking News

ଗଜପତି: ୫ ଦଫା ଦାବି ନେଇ ବହୁମୁଖି ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ମହାସଂଘଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଡ଼ାକରା ନେଇ ସିଡିଏମଓଙ୍କୁ ସ୍ମାରକପତ୍ର

December 10
09:38 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୦/୧୨: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସିଡିଏମଓ:ଙ୍କ କାର୍ଯ୍ୟାଳୟ ଠାରେ ଆଜି ଜିଲ୍ଲାର କାର୍ଯ୍ୟରତ ବହୁମୁଖି ସ୍ୱାସ୍ଥ୍ୟକର୍ମୀ ଓ ସ୍ଵାସ୍ଥ୍ୟ ପରିଦର୍ଶକ ମାନଙ୍କ ପକ୍ଷରୁ ୫ ଦଫା ଦାବିର ସମାଧାନ ନେଇ ସରକାରଙ୍କ ଉଦ୍ଦେଶ୍ୟରେ ସିଡିଏମଓ: ଡ଼ାଃ ପ୍ରଦୀପ କୁମାର ପାତ୍ରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ତୃଣମୂଳ ସ୍ତରରେ କାର୍ଯ୍ୟରତ ହଜାର ହଜାର ସଂଖ୍ୟକ ବହୁମୁଖୀ ସ୍ବାସ୍ଥ୍ୟ କର୍ମୀ ମହିଳା ଓ ପୁରୁଷ ଏବଂ ବହୁମୂଖୀ ସ୍ବାସ୍ଥ୍ୟ ପରିଦର୍ଶକ ଓ ପରିଦର୍ଶିକା ଦୀର୍ଘଦିନ ଧରି ସେମାନଙ୍କର ନ୍ୟାର୍ଯ୍ୟ ଦାବି ଗୁଡ଼ିକ ଯାହାକି କ୍ୟାଡ଼ର୍ ପୁନର୍ଗଠନ ପ୍ରକ୍ରିୟାରେ ସରକାର ଚରମ ଅବହେଳା ପ୍ରଦର୍ଶନ କରୁଛନ୍ତି ଓ ଯେଉଁ ଅସନ୍ତୋଷର ବହ୍ନି ଏଇ ତୃଣମୂଳ ସ୍ତରରେ କାର୍ଯ୍ୟରତ ୨୦ ହଜାର ବହୁମୂଖୀ ସ୍ବାସ୍ଥ୍ୟକର୍ମୀଙ୍କୁ ପରୋକ୍ଷ ଭାବରେ ଏହା ଆନ୍ଦୋଳନ ଆଭିମୁଖ୍ୟ ଆଡ଼କୁ ବାଧ୍ୟ କରୁଛି ।
ପ୍ରତ୍ୟେକ ସରକାରୀ କର୍ମଚାରୀ ନିଜର ଚାକିରୀ କାଳରେ ୪ ରୁ ୮ ଟି ପଦୋନ୍ନତି ପାଉଥିବା ବେଳେ ଏହି ବହୁମୂଖୀ ସ୍ବାସ୍ଥ୍ୟ କର୍ମୀ ମାନେ ମାତ୍ର ଗୋଟିଏ ପଦୋନ୍ନତି ପାଉଛନ୍ତି ବା କେହି କେହି ବିନା ପଦୋନ୍ନତିରେ ଚାକିରିରୁ ଅବସର ନେଉଛନ୍ତି ।
ତେବେ ଏହାର ପ୍ରତିବାଦ ସ୍ବରୂପ ଗତ ବର୍ଷ ୨୦୨୧ ଜାନୁଆରୀ ମାସରେ ସରକାରଙ୍କ ପକ୍ଷରୁ ଭୟଙ୍କର ମହାମାରୀ କୋଭିଡ୍ ଟିକା ନେବୁ ନାହିଁ , କିନ୍ତୁ ଜନ ସାଧାରଣଙ୍କୁ ଟୀକା ପ୍ରଦାନରେ ପୂର୍ଣ୍ଣ ସହଯୋଗ କରିବୁ ବୋଲି କହିଥିଲୁ ।
କିନ୍ତୁ ପରବର୍ତ୍ତୀ ସମୟରେ ଗତ ୨୬/୧/୨୦୨୧ ତାରିଖରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଆମ ରାଜ୍ୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଦାବୀ ପୂରଣ ଦିଗରେ ନିର୍ଭର ଯୋଗ୍ୟ ପ୍ରତିଶ୍ରୁତି ଦେବା ପରେ ଆମେ ୨୦ ହଜାର ସ୍ବାସ୍ଥ୍ୟ କର୍ମୀ ଟୀକା ଗ୍ରହଣ କରିଥିଲୁ । ଇତି ମଧ୍ୟରେ ବିଭିନ୍ନ ପ୍ରକାରର ନିର୍ଦ୍ଦେଶାଳୟକୁ କ୍ରମାଗତ ଅନୁସନ୍ଧାନ ଚିଠି କରିବା ପରେ ସ୍ବାସ୍ଥ୍ୟ ବିଭାଗ ରେ ଆମ ଫାଇଲ୍ ସ୍ଥିର ହୋଇ ରହି ଯାଇଛି ।
ତତ୍ ପଶ୍ଚାତ ମାନ୍ୟବର ସ୍ବାସ୍ଥ୍ୟ ମନ୍ତ୍ରୀ ଙ୍କ ଅଧ୍ୟକ୍ଷତାରେ ସଂଘ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଦାବୀ ପୂରଣ ପାଇଁ ସକାରାତ୍ମକ ଆଲୋଚନା ହୋଇଥିଲେ ମଧ୍ୟ ଦାବୀ ପୂରଣ କ୍ଷେତ୍ରରେ ବିଶେଷ ଭାବରେ ଅଗ୍ରଗତି ହୋଇ ନାହିଁ।
ଏହା ମଧ୍ୟରେ ସ୍ବାସ୍ଥ୍ୟ ବିଭାଗ ଅଧିନରେ କାର୍ଯ୍ୟରତ ଥିବା ସମସ୍ତ କର୍ମଚାରୀଙ୍କ କ୍ୟାଡ଼ର୍ ପୁନର୍ଗଠିତ ହୋଇ ଥିଲେ ମଧ୍ୟ ଆମେ ସେଇ ଅବହେଳିତ ଅବସ୍ଥାରେ ରହି ଯାଇଛୁ ।
ଏଣୁ ରାଜ୍ୟ ସରକାରଙ୍କ ନିକଟରେ ଆମ ବହୁମୂଖୀ ସ୍ବାସ୍ଥ୍ୟ କର୍ମୀ ମହାସଂଘ ପକ୍ଷରୁ ମୁଖ୍ୟ ୫ ଦଫା ଦାବୀ ଉପସ୍ଥାପନ କରୁଛୁ ।
ସେହି ଦାବୀ ଗୁଡ଼ିକ ହେଲା (୧)- ବିଭିନ୍ନ ବିଭାଗ ଅଧିନରେ ଥିବା ସମସ୍ତ କର୍ମଚାରୀ ପରି ଆମ ବହୁମୁଖି ସ୍ବାସ୍ଥ୍ୟକର୍ମୀଙ୍କ କ୍ୟାଡ଼ର ପୁନର୍ଗଠନ କରି ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ମାନଙ୍କ ଚାକିରୀ କାଳରେ ସର୍ବନିମ୍ନ ୪ ଟି ପଦୋନ୍ନତି ଦିଆଯାଉ (୨)- ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତା:୩/୧୧/୨୦୨୦ ରିଖ\’ରେ ପ୍ରକାଶିତ ବିଜ୍ଞପ୍ତିକୁ ପ୍ରତ୍ୟାହାର କରି ଅର୍ଥ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଗ୍ରେଡ-ପେ ୪୨୦୦/- ୪୬୦୦/- ୪୮୦୦/- ଆର:ଏ:ସି:ପି: ଆକାରରେ ପ୍ରଦାନ କରାଯାଉ (୩)-୨୦୧୩ ମସିହାରେ ଜି:ଏ: ଓ ପି:ଜି: ବିଭାଗ ଦ୍ବାରା ପ୍ରକାଶିତ ବିଜ୍ଞପ୍ତିକୁ ପ୍ରତ୍ୟାହାର କରି ତାର ବିକଳ୍ପରେ ଠିକା ଚାକିରୀ କରିଥିବା କର୍ମଚାରୀଙ୍କ ପାଇଁ ଠିକା ବ୍ୟବସ୍ଥାକୁ ଉଚ୍ଛେଦ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି ।
ସେଇ ନିର୍ଦ୍ଦେଶ ଆମ ବିଭାଗ ଅଧିନରେ ତୃଣମୂଳ ସ୍ତରରେ ର୍କ୍ୟାରତ ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ( ୨୦୦୪ ରୁ ୨୦୧୩ ମଧ୍ୟରେ ଓ ଆର:ଭି: ଆକ୍ଟରେ ଠିକା ଚାକିରୀ କରିଥିବା ବହୁମୁଖୀ ସ୍ବାସ୍ଥ୍ୟ କର୍ମୀ ମାନଙ୍କ ପାଇଁ ଉଦ୍ଧିଷ୍ଟ କରାଯାଉ , ଯଦ୍ବାରା ପୂର୍ବରୁ କରି ଆସିଥିବା ଠିକା ଚାକିରୀ କାର୍ଯ୍ୟକାଳକୁ ମୂଳ ଚାକିରୀରେ ଗଣନାକରି ୬ ଟି ନୋଷ୍ଟ୍ରାଲ ଇନକ୍ରୀମେଣ୍ଟ୍ ଦିଆଯାଇ ଦରମା ବୃଦ୍ଧି କରାଯାଉ (୪ )- ବହୁମୁଖୀ ସ୍ବାସ୍ଥ୍ୟକର୍ମୀ (ପୁରୁଷ/ମହିଳା) ଓ ବହୁମୁଖୀ ସ୍ବାସ୍ଥ୍ୟ-ପରିଦର୍ଶକ (ପୁରୁଷ/ ମହିଳା) ପଦବୀର ନାମ ପରିବର୍ତ୍ତନ କରାଯାଉ (୫ )- ପୋଷାକ ଭତ୍ତା ଆକାରରେ ବାର୍ଷିକ ୫ ହଜାର ଟଙ୍କା ପ୍ରଦାନ କରାଯାଉ ।
ଉପରୋକ୍ତ ୫ ଦଫା ଦାବି ପୂରଣ ଦିଗରେ ସରକାର ତ୍ବରିତ ପଦକ୍ଷେପ ଗ୍ରହଣ ନ କରିବା ଫଳରେ ଆମେ ୨୦ ହଜାର ସ୍ବାସ୍ଥ୍ୟକର୍ମୀ ଗତ ୦୭/୧୨/୨୦୨୨ ରିଖରୁ କଳା ବ୍ୟାଜ୍ ପିନ୍ଧି ନୀରବ ପ୍ରତିବାଦ କରୁଛୁ ।
ଯଦି ସରକାର ଆମ ନ୍ୟାଯ୍ୟ ଦାବି ସମାଧାନ ଦିଗରେ କୌଣସି ଗୁରୁତ୍ବ ନ ଦିଅନ୍ତି ତା ହେଲେ ଏହାର ଠିକ୍ ଏକ ସପ୍ତାହ ପରେ ଅର୍ଥାତ୍ ଆସନ୍ତା ୧୪/୧୨/୨୦୨୨ ରିଖ ଠାରୁ ଅସହଯୋଗ ଆନ୍ଦୋଳନ କରିବୁ ।
ଏହି ମଧ୍ୟରେ ଆମେ କାର୍ଯ୍ୟରେ ଯୋଗ ଦେବୁ କିନ୍ତୁ କୌଣସି ରିପୋର୍ଟ ପ୍ରଦାନ କରିବୁ ନାହିଁ କି ୱେବ୍ ବେସଡ ଏଣ୍ଟ୍ରି କରିବୁ ନାହିଁ , ତଥାପି ମଧ୍ୟ ଯଦି ଦାବୀ ପୂରଣ ନ ହୁଏ ତା\’ହେଲେ ଆସନ୍ତା ୨୧ ତାରିଖ ଠାରୁ କାର୍ଯ୍ୟ-ବନ୍ଦ ଆନ୍ଦୋଳନ କରିବୁ ।
ତା ଦ୍ବାରା ତୃଣମୂଳ ସ୍ତରରେ ସ୍ଵାସ୍ଥ୍ୟ ବିଭାଗର ଯେଉଁ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଯଥା:- ଟୀକାକରଣ ପରିଚାଳନା , ମମତା ଦିବସ ପରିଚାଳନା , ଜାତୀୟ ସ୍ବାସ୍ଥ୍ୟ ଦିବସ ପରିଚାଳନା , ଯକ୍ଷ୍ମା ରୋଗୀ ମାନଙ୍କୁ ହସ୍ପିଟାଲ୍ କୁ ପ୍ରେରଣ କରିବା , କୁଷ୍ଠ ରୋଗର ନିରାକରଣ , ଅନ୍ଧତ୍ବ ଦୂରୀକରଣ ସଚେତନତା , ଗାଁ କଲ୍ୟାଣ ସମିତି ପରିଚାଳନା , ଅଣ ସଂକ୍ରାମକ ରୋଗ ଶିବିର ପରିଚାଳନା , ନିରାମୟ ( ଡିଡିସି ) ଇତ୍ୟାଦି ସମସ୍ତ କାର୍ଯ ବିଶେଷ ଭାବେ ପ୍ରଭାବିତ ହେବ , ସେଥ୍ପାଇଁ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ମହା ସଂଘ ପକ୍ଷରୁ ସଭାପତି ଶ୍ରୀ ପ୍ରମୋଦ କୁମାର ନାୟକ , ସମ୍ପାଦିକା ଏଏନଏମ: ବି: ମାଳତୀ , ସ୍ଵାସ୍ଥ୍ୟ ପରିଦର୍ଶକ ଶ୍ରୀ ଅଶୋକ ବେହେରା , ସ୍ଵାସ୍ଥ୍ୟକର୍ମୀ ରିତା ନାୟକ , ଏଏନଏମ: ଅନୁସୂୟା ପଣ୍ଡା , କାଞ୍ଚନ ପାଣ୍ଡି , ଲିଳିତ କୁମାର ମହାନ୍ତି , ଜି: ରତି ଦେଓ , ବେବୀ ରାଧାରାଣୀ ଜେନା , ଶାନ୍ତି କୁମାରୀ ଜେନା , ସୁଜାତା ପାଢ଼ୀ , ରଶ୍ମିତା ପଟନାୟକ ଓ ଅଞ୍ଜଳି ବାରିକ ପ୍ରମୁଖ ସୂଚନା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031