Indus Valley Times

ଗଜପତି: ୭ ଦଫା ଦାବି ନେଇ ଜିଲ୍ଲା ଆଶାକର୍ମୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ୭ ଦଫା ଦାବି ନେଇ ଜିଲ୍ଲା ଆଶାକର୍ମୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ

December 14
19:39 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୪/୧୨: ଭାରତୀୟ ମଜଦୂର ସଂଘ ସଂଲଗ୍ନ ଓଡିଶା ରାଜ୍ୟ ଆଶାକର୍ମୀ ସଂଘ ଗଜପତି ଜିଲ୍ଲା ଶାଖା ପକ୍ଷରୁ ପାରଳାଖେମୁଣ୍ଡି ଠାରେ ୭ଦଫା ଦାବି ପୂରଣ ନେଇ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ ଓ ଜେଲ-ଭରୋ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଆଶାକର୍ମୀ ମାନଙ୍କ ଦୀର୍ଘ ଦିନ ହେଲାଣି ସେମାନଙ୍କ ବିଭିନ୍ନ ନ୍ୟାର୍ଯ୍ୟ ତଥା ମୌଳିକ ଦାବୀ ଗୁଡ଼ିକ ପୁରଣ ହୋଇ ନ ଥିବା ଯୋଗୁଁ ସେହି ଦାବୀକୁ ପୁନଃ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ\’ଙ୍କ ଉଦ୍ଦେଶ୍ୟରେ ଗଜପତି ଜିଲ୍ଲାପାଳଙ୍କ ଜରିଆରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ନାୟକଙ୍କୁ ୭ଦଫା ଦାବି ସମ୍ମିଳିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ।
ଏହି ଅବସରରେ ଭାରତୀୟ ମଜଦୂର ସଂଘର ଜିଲ୍ଲା ସଂପାଦକ ଶ୍ରୀ ସୁଜିତ ପ୍ରଧାନ ଏବଂ ଆଶାକର୍ମୀ ସଂଘର ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ସମୀକ୍ଷା ଗମାଙ୍ଗ ଓ ସମ୍ପାଦିକା ଶ୍ରୀମତୀ ବିଷ୍ଣୁ ବିହାରୀଙ୍କ ନେତୃତ୍ୱରେ ଜିଲ୍ଲାର ଶତାଧିକ ସଂଖ୍ୟାରେ ଆଶାକର୍ମୀ ସିଡିଏମଓ:ଙ୍କ କାର୍ଯ୍ୟାଳୟ ପରିସରରୁ ଏକ ବିରାଟ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ।
ସେଠାରେ ସେମାନଙ୍କ ୭ ଦଫା ନ୍ୟାର୍ଯ୍ୟ ଦାବୀ ଗୁଡ଼ିକ ଉପରେ ବିକ୍ଷୋଭ ସଭା ମାଧ୍ୟମରେ ଦୋହରାଇବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ।
ସେହି ୭ ଦଫା ଦାବି ଗୁଡ଼ିକ ହେଲା ଯଥା:- (୧)- ଜାତୀୟ ସ୍ବାସ୍ଥ୍ୟ ମିଶନକୁ ସ୍ଥାୟୀ ଓ ଆଶା କର୍ମୀ ମାନଙ୍କୁ ସ୍ଥାୟୀ କର୍ମଚାରୀ ରୂପେ ଘୋଷଣା କରାଯାଉ ।
(୨) ଆଶାକର୍ମୀ ମାନଙ୍କୁ ସର୍ବନିମ୍ନ ୧୮ ହଜାର ଟଙ୍କା ମାସିକ ବେତନ ଦିଆଯାଉ ( ୩) ସାମାଜିକ ସୁରକ୍ଷା ଅନ୍ତର୍ଗତ ଗ୍ରାଚୁଇଟି , ଇପିଏଫଓ: ଓ ଇଏସଆଇସି: ଲାଗୁ କରାଯାଉ (୪) ଅବସର ଗ୍ରହଣ କରୁଥିବା ଆଶାକର୍ମୀ ମାନଙ୍କୁ ୫ ଲକ୍ଷ ଟଙ୍କା ସହାୟତା ରାଶି ଓ ମାସିକ ୫ ହଜାର ଟଙ୍କା ପେନସନ ଦିଆଯାଉ(୫) ଯୋଗ୍ୟ ଆଶା କର୍ମୀଙ୍କୁ ଏ.ଏନ.ଏମ: ପଦବୀକୁ ପଦୋନ୍ନତି ଦିଆଯାଉ(୬) ଆକସ୍ମିକ ମୃତ୍ୟୁରେ ୧୦ ଲକ୍ଷ ଟଙ୍କା ସହାୟତା ରାଶି ସହ ପରିବାରରୁ ଜଣଙ୍କୁ ନିଯୁକ୍ତି ଦିଆଯାଉ (୭) କୋଭିଡ-୧୯ରେ ମୃତ୍ୟୁ ବରଣ କରିଥିବା ଆଶା କର୍ମୀଙ୍କୁ ସରକାର ଘୋଷଣା କରିଥିବା ୫୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଉ ପ୍ରଭୃତି ଦାବୀ ଗୁଡ଼ିକ ଅନ୍ତର୍ଭୁକ୍ତ ।
ଏହି କାର୍ଯ୍ୟକ୍ରମରେ ଆଶାକର୍ମୀ ସଂଘର ଉପସଭାପତି ଶ୍ରୀମତୀ ସିଏଚ: ଉଷା , କୋଷାଧ୍ୟକ୍ଷକ୍ଷ ଶ୍ରୀମତୀ ଇସ୍ପାନି ଗମାଙ୍ଗ ,ଏବଂ ଶ୍ରୀମତୀ ମମତା ଜେନା ପ୍ରମୁଖ କାର୍ଯ୍ୟକ୍ରମ ନେତୃତ୍ୱରେ ସହଯୋଗ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମାଜିଷ୍ଟ୍ରେଟ ଦାୟିତ୍ବରେ ଡେପୁଟି କଲେକ୍ଟର ଶ୍ରୀ ଜ୍ଞାନରଞ୍ଜନ ମାଝୀ ଓ ଜିଲ୍ଲାପାଳଙ୍କ ଓଏସଡି: ଶ୍ରୀ ଜୟଦ୍ରଥ ଆଚାର୍ଯ୍ୟ ଏବଂ ବହୁ ସଂଖ୍ୟାରେ ପୋଲିସ ବାହିନୀ ଓ ଅଧିକାରୀ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031