Indus Valley Times

ଗଜପତି: ୱାର୍ଡ ସଭ୍ୟସଭ୍ୟା ମାନଙ୍କ ତିନି ଦିନିଆ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ୱାର୍ଡ ସଭ୍ୟସଭ୍ୟା ମାନଙ୍କ ତିନି ଦିନିଆ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

November 07
19:29 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୭/୧୧: ପାରଳାଖେମୁଣ୍ଡି ସ୍ଥିତ ସିସିଡି: ଅନୁଷ୍ଠାନର ପ୍ରଶିକ୍ଷଣ କକ୍ଷ ଠାରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ଏବଂ ରାଜ୍ୟ ସରକାରଙ୍କ ପାନୀୟ ଜଳ ବିଭାଗ ସହାୟତାରେ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସିସିଡ଼ି: ଅନୁକୁଲ୍ୟରେ ତିନିଦିନ ଧରି ଚାଲିଥିବା ପଞ୍ଚାୟତ ୱାର୍ଡ ସଭ୍ୟାସଭ୍ୟ ମାନଙ୍କ ସଚେତନତା ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ୪ଟି ପଞ୍ଚାୟତ ଯଥା: ଅଜୟଗଡ , କୁଜାସିଂ, ତରବା ଓ ରାଗିଡ଼ି \’ ରୁ ୪୧ ଜଣ ସଭ୍ୟସଭ୍ୟା ଏହି ସଚେତନତା ପ୍ରଶିକ୍ଷଣ କାର‌୍ୟ୍ୟକ୍ରମ\’ରେ ଅଂଶଗ୍ରହଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବିଷ୍ଣୁପ୍ରିୟା ମହାନ୍ତି ଏବଂ ସୁନୀଲ ପାତ୍ର ପ୍ରମୁଖ ମୁଖ୍ୟ ସମ୍ବଳ ବ୍ୟକ୍ତି ଭାବେ ଯୋଗ ଦେଇ ଉପସ୍ଥିତ ସଭ୍ୟସଭ୍ୟା ମାନଙ୍କୁ ବିଭିନ୍ନ ସରକାରୀ ଯୋଜନା ଏବଂ ସାମାଜିକ ସୁରକ୍ଷା ବିଷୟରେ ପ୍ରଶିକ୍ଷଣ ଦେଇଥିଲେ ।
ସିସିଡ଼ି: ସଂପାଦକ ଶ୍ରୀ ଏ: ଜଗନ୍ନାଥ ରାଜୁ , ଏଥିରେ ଯୋଗଦେଇ ସମସ୍ତ ପଞ୍ଚାୟତ ପାଇଁ ପଞ୍ଚାୟତର ଉନ୍ନତି କରଣ ଦିଗରେ ସମସ୍ତ ୱାର୍ଡ ସଭ୍ୟାସଭ୍ୟଙ୍କୁ ସେମାନଙ୍କ ଭୂମିକା , ଅଧିକାର ଏବଂ ଦାୟିତ୍ୱ ଉପରେ ସଚେତନ କରାଇଥିଲେ ।
ସରକାରଙ୍କ ପକ୍ଷରୁ ଡିଆରଡିଏ: ଅନ୍ତର୍ଗତ ଆରଜିଏସଏ: ର ଡିପିଏମ: ଶ୍ରୀ ତପନ କୁମାର ବାହୁବଳିନ୍ଦ୍ର ଯୋଗ ଦେଇ ସରକାରଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ ।
ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ଏବଂ ଉନ୍ନୟନ ଯୋଜନା ଉପରେ ୱାର୍ଡ ସଭ୍ୟସଭ୍ୟାଙ୍କୁ ତାଲିମ ଦିଆ ଯାଇଥିଲା ।
ୱାର୍ଡ ସଭ୍ୟାସଭ୍ୟ ମାନେ ତୃତୀୟ ଦିନରେ ଜିବା ପଞ୍ଚାୟତର ପଞ୍ଚାୟତ ଅଫିସ ପରିଦର୍ଶନ କରି ସେହି ପଞ୍ଚାୟତରେ କିପରି ଉନ୍ନୟନ ମୂଳକ କାର୍ଯ୍ୟ କରାଯାଇଛି ତାହା ଅନୁଧ୍ୟାନ କରି ନିଜ ନିଜ ପଞ୍ଚାୟତ ଅଞ୍ଚଳରେ ସେ ସବୁ୬କୁ କାର୍ଯ୍ୟକାରୀ କରିବେ ବୋଲି ସିସିଡ଼ି ତରଫରୁ ସୂଚନା ଦିଆ ଯାଇଥିଲା ।
ସିସିଡ଼ି:ର ସମସ୍ତ କର୍ମକର୍ତ୍ତା ଏହି ତିନି ଦିନିଆ ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ପରିଚାଳନାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031