Indus Valley Times

ଗଞ୍ଜାମ :ହାତୀ ଘଉଡ଼ାଇବାକୁ ଯାଇଥିଲେ, ଶୁଣ୍ଢରେ ଟେକି କଚାଡ଼ି ଦେଲା

 Breaking News

ଗଞ୍ଜାମ :ହାତୀ ଘଉଡ଼ାଇବାକୁ ଯାଇଥିଲେ, ଶୁଣ୍ଢରେ ଟେକି କଚାଡ଼ି ଦେଲା

ଗଞ୍ଜାମ :ହାତୀ ଘଉଡ଼ାଇବାକୁ ଯାଇଥିଲେ, ଶୁଣ୍ଢରେ ଟେକି କଚାଡ଼ି ଦେଲା
October 09
14:46 2022

ଭଞ୍ଜନଗର,୯/୧୦: ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ତାରାସିଙ୍ଗି ବନାଞ୍ଚଳ କ୍ଷେତମୁଣ୍ଡଳୀ ଗାଁରେ ଅଘଟଣ । ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କର ଜୀବନ । ମୃତକ ହେଲେ ପବିଚ୍ର ପାତ୍ର ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ୧୦ ଟିକିଆ ହାତୀପଲ ଆସି ଧାନ ଫସଲ ନଷ୍ଟ କରୁଥିଲେ । ଯାହାର ଖବର ପାଇ ବନବିଭାଗ ଓ ଗାଁଲୋକେ ଆଶି ହାତୀକୁ ଘଉଡାଇବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ହଠାତ୍ ହାତୀଟି ଗଛର ପଛପଟୁ ବାହାରି ଆସି ଆକ୍ରମଣ କରିଥିଲା ।
ସମସ୍ତେ ଘଟଣାସ୍ଥଳରୁ ଦୌଡି ଆସିଥିଲେ ବି ପବିତ୍ର ଆସିପାରିନଥିଲେ । ହାତୀ ପବିତ୍ରଙ୍କୁ ଶୁଣ୍ଢରେ ଟାଣି ଦଳି ଦେଇଥିଲା । ଯାହାଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ବନବିଭାଗ ଘଟଣାସ୍ଥଳରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031