Indus Valley Times

ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ପୋଲିସ, ଜବତ ହେଲା ୨୭ ଲକ୍ଷ ଟଙ୍କାର ଗଞ୍ଜେଇ

 Breaking News

ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ପୋଲିସ, ଜବତ ହେଲା ୨୭ ଲକ୍ଷ ଟଙ୍କାର ଗଞ୍ଜେଇ

July 10
13:36 2022

ଲମତାପୁଟ, ୧୦/୭ : ୨୭ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ। ଲମତାପୁଟ ଜଲାହଞ୍ଜର ଗ୍ରାମକୁ ଗଞ୍ଜେଇ ଚାଲଣ ବେଳେ ମାଡ଼ିବସିଲା ପୋଲିସ।
ପୋଲସ ପେଟ୍ରୋଲିଂ କରୁଥିବା ବେଳେ ଦେଉଳପଡ଼ା ଛକରେ ଗଞ୍ଜେଇ କାଉଡ଼ି ନେଇ ରାସ୍ତା ପାର ହେଉଥିବା ବେଳେ ପୋଲିସ ଗାଡ଼ି ଦେଖି ମାଫିଆମାନେ ଗଞ୍ଜେଇ ଛାଡ଼ି ଦୌଡ଼ି ଚାଲିଯାଇଥିଲେ। ଘଟଣାସ୍ଥଳରୁ ୧୦ ବସ୍ତା ଗଞ୍ଜେଇ ଜବତ ହୋଇଛି।
୧୦ଟି ବସ୍ତାରେ ପ୍ରାୟ ୨ କୁଇଁଣ୍ଟାଲ ୭୦ କେ.ଜି ଗଞ୍ଜେଇ ଥିବାବେଳେ ଏହାର ମୂଲ୍ୟ ପ୍ରାୟ ୨୭ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।
ସ୍ଥାନୀୟ ଅଞ୍ଚଳରୁ ଗଞ୍ଜେଇ ଆଣି ବାହାର ରାଜ୍ୟରୁ ଆସିଥିବା ଗଞ୍ଜେଇ ମାଫିଆଙ୍କ ଗାଡି ନିକଟରେ ଏହି କାଉଡ଼ିଆମାନେ ପହଞ୍ଚାଉଥିବା ପୋଲିସ ଜାଣିବାକୁ ପାଇଛି । ଏହି କାମରେ ସ୍ଥାନୀୟ ଯୁବକଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଥିବା ପୋଲିସ ସୂଚନା ଦେଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031