Indus Valley Times

ଗଣେଶ ମୂର୍ତ୍ତିରେ ଲାଗିଗଲା ବିଦ୍ୟୁତ ତାର; ଜଣେ ମୃତ, ୩ ଆହତ

 Breaking News

ଗଣେଶ ମୂର୍ତ୍ତିରେ ଲାଗିଗଲା ବିଦ୍ୟୁତ ତାର; ଜଣେ ମୃତ, ୩ ଆହତ

September 19
11:03 2023

କଟକ,୧୯/୯: ଗଣେଶ ପୂଜାରେ ଅଘଟଣ। ନରାଜରେ ଥିବା ଏକ ଘରୋଇ ବିଶ୍ବବିଦ୍ୟାଳୟରେ ବିଦ୍ୟୁତ ସଂସ୍ପର୍ଶରେ ଆସିଲେ ୩ ଜଣ ଛାତ୍ର। ଜଣଙ୍କର ମୃତ୍ୟୁ। ଅନ୍ୟ ୨ ଗୁରୁତର।
ସୂଚନା ଅନୁଯାୟୀ, ଛାତ୍ରମାନେ ଏକ ଟ୍ରାକ୍ଟରେ ଗଣେଶ ପୂଜା ପାଇ ଗଣେଶ ମୂର୍ତ୍ତି ନେବା ସମୟରେ ୩ ଜଣ ଛାତ୍ର ୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ।
ସେମାନଙ୍କ ଭିତରୁ ଜଣଙ୍କର ମୃତ୍ୟୁ ହେଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଥିଲେ।
ଦୁଇ ଆହତଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି। ଦୁଇ ଗୁରୁତରଙ୍କ ମୁଣ୍ଡରେ ଅଧିକ ଆଘାତ ଲାଗିଛି। ତେବେ ଏନେଇ ବିଶ୍ବବିଦ୍ୟାଳୟ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031