Indus Valley Times

ଗତ ରାଜ୍ୟରେ ୨୪ ଘଣ୍ଟାରେ ୧୦୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ,୧୨୮ ଜଣ ୦ରୁ ୧୮ ବର୍ଷ ମଧ୍ୟରେ

 Breaking News

ଗତ ରାଜ୍ୟରେ ୨୪ ଘଣ୍ଟାରେ ୧୦୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ,୧୨୮ ଜଣ ୦ରୁ ୧୮ ବର୍ଷ ମଧ୍ୟରେ

August 19
09:31 2021

ଭୁବନେଶ୍ୱର,୧୯/୮ : ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୨୮ ଜଣ ଛୁଆ ଅଛନ୍ତି, ଯେଉଁମାନଙ୍କ ବୟସ ୦ରୁ ୧୮ ବର୍ଷ ମଧ୍ୟରେ ରହିଛି।
ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୦୫ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୪୩୬ଟି ହେଉଛି ଲୋକାଲ୍ କେସ୍। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୯୮ ଜଣ ଅଛନ୍ତି।
କଟକ ଜିଲ୍ଲାରୁ ୧୭୬ ଜଣ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ ୨୯, ବାଲେଶ୍ୱରରୁ ୨୨, ବରଗଡ଼ରୁ ୭, ଭଦ୍ରକରୁ ୧୫, ବଲାଙ୍ଗିରରୁ ୨, ବୌଦ୍ଧରୁ ଜଣେ, ଦେବଗଡ଼ରୁ ୭, ଢେଙ୍କାନାଳରୁ ୧୫, ଗଜପତିରୁ ଜଣେ, ଗଞ୍ଜାମରୁ ୫, ଜଗତସିଂହପୁରରୁ ୪୩, ଯାଜପୁରରୁ ୫୬, ଝାରସୁଗୁଡ଼ାରୁ ଜଣେ, କଳାହାଣ୍ଡିରୁ ୪, କନ୍ଧମାଳରୁ ୨ ଓ କେନ୍ଦ୍ରାପଡ଼ାରୁ ୩୭ ଜଣ ଚିହ୍ନଟ ହୋଇଛନ୍ତି ।
କେନ୍ଦୁଝରରୁ ୧୨, କୋରାପୁଟରୁ ୨, ମାଲକାନଗିରିରୁ ୩, ମୟୂରଭଞ୍ଜରୁ ୩୬, ନବରଙ୍ଗପୁରରୁ ୩, ନୟାଗଡ଼ରୁ ୧୩, ନୂଆପଡ଼ାରୁ ଜଣେ, ପୁରୀରୁ ୩୪, ରାୟଗଡ଼ାରୁ ୫, ସମ୍ବଲପୁରରୁ ୯, ସୋନପୁରରୁ ଜଣେ, ସୁନ୍ଦରଗଡ଼ରୁ ୧୩ ଓ ଷ୍ଟେଟ୍ ପୁଲ୍ରୁ ୮୮ ଜଣ ଚିହ୍ନଟ ହୋଇଛନ୍ତି।
୧୦୪୧ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୮ ହଜାର ୧୮୭ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୮୧ ହଜାର ୩୧୬ ସୁସ୍ଥ ହୋଇ ସାରିଥିବା ବେଳେ ୯,୬୬୪ ଜଣ ଚିକିତ୍ସାଧୀନ ଅଛନ୍ତି।
ଅନ୍ୟପକ୍ଷରେ କରୋନାରେ ପ୍ରାଣ ହରାଇଥିବା ଆଉ ୬୮ ଜଣଙ୍କ ସମ୍ପର୍କରେ ତଥ୍ୟ ଦେଇଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭,୧୫୪କୁ ବୃଦ୍ଧି ପାଇଛି।
ଏହି ୬୮ ମୃତକଙ୍କ ମଧ୍ୟରେ କଟକରୁ ସର୍ବାଧିକ ୧୮ ଜଣ ଥିବା ବେଳେ ଜଗତସିଂହପୁରରୁ ୧୦, ଖୋର୍ଦ୍ଧାରୁ ୭, ଢେଙ୍କାନାଳରୁ ୬, ଭଦ୍ରକ ଓ ମୟୂରଭଞ୍ଜରୁ ୫ ଜଣ ଲେଖାଏଁ, ଅନୁଗୋଳରୁ ୪, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ଯାଜପୁରରୁ ୩ ଜଣ ଲେଖାଏଁ, ଗଞ୍ଜାମରୁ ୨ ଏବଂ ନୟାଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି।
କଟକରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୬୭କୁ ବୃଦ୍ଧି ପାଇଥିବା ବେଳେ ଅନୁଗୋଳରେ ୩୧୩, ବାଲେଶ୍ୱରରେ ୨୪୮, ଭଦ୍ରକରେ ୧୦୮, ଢେଙ୍କାନାଳରେ ୧୬୪, ଗଞ୍ଜାମରେ ୪୬୭, ଜଗତସିଂହପୁରରେ ୧୫୧, ଯାଜପୁରରେ ୧୦୭, କେନ୍ଦ୍ରାପଡ଼ାରେ ୧୮୮, ଖୋର୍ଦ୍ଧାରେ ୧,୪୦୨, ମୟୂରଭଞ୍ଜରେ ୨୪୬, ନୟାଗଡ଼ରେ ୧୯୨ ଓ ସୁନ୍ଦରଗଡ଼ରେ ୫୭୦ରେ ପହଞ୍ଚିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031