Indus Valley Times

ଗଭୀର ଅବପାତର ରୂପେ ନେଲା ଅବପାତ, ଆସୁଛି ବାତ୍ୟା! ହାଲୁକା ବର୍ଷାରେ ଭିଜିବ ଓଡ଼ିଶା

 Breaking News

ଗଭୀର ଅବପାତର ରୂପେ ନେଲା ଅବପାତ, ଆସୁଛି ବାତ୍ୟା! ହାଲୁକା ବର୍ଷାରେ ଭିଜିବ ଓଡ଼ିଶା

ଗଭୀର ଅବପାତର ରୂପେ ନେଲା ଅବପାତ, ଆସୁଛି ବାତ୍ୟା! ହାଲୁକା ବର୍ଷାରେ ଭିଜିବ ଓଡ଼ିଶା
October 23
09:20 2023

ଭୁବନେଶ୍ୱର, ୨୩/୧୦: ବଙ୍ଗୋପସାଗରରେ ଗତକାଲି ସୃଷ୍ଟି ହୋଇଥିବା ଗଭୀର ଅବପାତଟି ଆଗାମୀ ୧୮ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେଇପାରେ। ସକ୍ରିୟ ଗଭୀର ଅବପାତଟି ଗତ ୬ ଘଣ୍ଟା ମଧ୍ୟରେ ସ୍ଥିର ରହିଥିବା ବେଳେ ପାରାଦୀପ ଠାରୁ ୪୩୦ କିଲୋମିଟର ଦୂରରେ ଓ ଦୀଘାଠାରୁ ୫୯୦ କିମି ଦକ୍ଷିଣ-ଦକ୍ଷିଣପୂର୍ବରେ ରହିଛି।
ବାତ୍ୟାର ରୂପ ନେବା ପରେ ଏହା ବାଂଲାଦେଶ ଆଡ଼କୁ ଅଗ୍ରସର ହେବ ବୋଲି ଆକଳନ କରାଯାଇଛି। ୨୫ ତାରିଖରେ ସମ୍ଭାବ୍ୟ ବାତ୍ୟା ଖେପୁପରା ଓ ଚିଟ୍ଟାଗଙ୍ଗ ମଧ୍ୟରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଓଡ଼ିଶା ଓ ପଡ଼ୋଶୀ ପଶ୍ଚିମବଙ୍ଗରେ ଆଜିଠୁୁ ୨୫ ତାରିଖ ଯାଏଁ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିଭଳି ଆଜି କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଏବଂ ୨୪ ଓ ୨୫ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ ଓ ଢେଙ୍କାନାଳ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ୨୪ ତାରିଖ ଅର୍ଥାତ ଆସନ୍ତାକାଲି ଦଶହରାରେ ଉପକୂଳବର୍ତ୍ତୀ ଓଡ଼ିଶା ଓ ସନ୍ନିକଟ ପଶ୍ଚିମବଙ୍ଗରେ ଘଣ୍ଟାପ୍ରତି ୪୫ରୁ ୫୫ କିମି ଓ ବେଳେ ବେଳେ ୬୫ କିମି ବେଗରେ ପବନ ହୋଇପାରେ ବୋଲି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।
ଆଜି ପାରାଦୀପରେ ଆକାଶ ମେଘାଚ୍ଛନ୍ନ ରହିଛି। ଭୋର ସମୟରେ ସାମାନ୍ୟ ଘଡ଼ଘଡ଼ି ସହ ବର୍ଷା ହୋଇଯାଇଛି। ସମୁଦ୍ରରେ ମାଛ ଧରିବାକୁ ଯାଇଥିବା ଅଧିକାଂଶ ମତ୍ସ୍ୟଜୀବୀ କୂଳକୁ ଫେରି ଆସିଥିଲେ ବି ଆଉ କେତେକ ଫେରି ନାହାନ୍ତି। ଆଜି ସେମାନେ କୂଳକୁ ଫେରି ଆସିବେ ବୋଲି ମତ୍ସ୍ୟଜୀବୀ ସଂଘ ତରଫରୁ କୁହାଯାଉଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031