Indus Valley Times

ଗାଁରେ ଝାଡ଼ାବାନ୍ତି ଆତଙ୍କ: ୧୫୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ, ଆତଙ୍କିତ ଗ୍ରାମବାସୀ

 Breaking News

ଗାଁରେ ଝାଡ଼ାବାନ୍ତି ଆତଙ୍କ: ୧୫୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ, ଆତଙ୍କିତ ଗ୍ରାମବାସୀ

ଗାଁରେ ଝାଡ଼ାବାନ୍ତି ଆତଙ୍କ: ୧୫୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ, ଆତଙ୍କିତ ଗ୍ରାମବାସୀ
December 12
11:18 2022

କାମାକ୍ଷାନଗର , ୧୨/୧୨: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସିର ୧୪ ନମ୍ବର ୱାର୍ଡରେ ଝାଡ଼ାବାନ୍ତି ଆତଙ୍କ। ୩ ଦିନରେ ୩ଟି ସାହିରେ ୧୫୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ୧୦ଜଣ ଆକ୍ରାନ୍ତ କାମାକ୍ଷାନଗର ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ୫୦ରୁ ଅଧିକ ଲୋକ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନ୍ୟ ଆକ୍ରାନ୍ତମାନେ ଘରେ ରହି ମେଡିସିନ୍ ଖାଉଥିବା ଜଣାପଡ଼ିଛି।
୩ ଦିନ ହେବ ଚଷା ସାହି, ଶବର ସାହି ଓ ହରିଜନ ସାହିରେ ଝାଡ଼ାବାନ୍ତି ବ୍ୟାପିଥିବା ବେଳେ ଏପର୍ଯ୍ୟନ୍ତ ଗାଁକୁ ମେଡିକାଲ ଟିମ୍ ଯାଇ ନାହିଁ। ଆଶା ଦିଦି ଘର ଘର ବୁଲି ଓଆରଏସ୍ ଦେବା ସହ ପାଣି ଫୁଟାଇ ପିଇବା ପାଇଁ ପରାମର୍ଶ ଦେଉଛନ୍ତି।
ଆଶା ଦିଦି କହିଛନ୍ତି, ୩ଟି ସାହିରେ ଝାଡ଼ାବାନ୍ତି ବ୍ୟାପିଥିବା ଏଏନ୍ଏମ୍ ଦିଦିଙ୍କୁ ଜଣାଇଛି। ଏପର‌୍ୟ୍ୟନ୍ତ ଗାଁକୁ ମେଡିକାଲ ପହଞ୍ଚି ନାହିଁ।
ଗାଁରେ ମେଡିକାଲ ଟିମ୍ ପହଞ୍ଚି ନଥିବାରୁ ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗାଁରେ ଦୂଷିତ ପାନୀୟ ଜଳ ଯୋଗାଣ ହେଉଛନ୍ତି। ସେହି ପାଣି ପିଇବା ଯୋଗୁ ଝାଡ଼ାବାନ୍ତି ବ୍ୟାପୁଥିବା ଗ୍ରାମବାସୀ ସନ୍ଦେହ ପ୍ରକାଶ କରିଛନ୍ତି।
ଜଣେ ଗ୍ରାମବାସୀ କହିଛନ୍ତି, ଜନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଯାଉଥିବା ପାନୀୟ ଜଳ ଭାରି ଦୂଷିତ। ସେହି ପାଣି ପିଇବାର ଦ୍ୱାରା ଲୋକଙ୍କୁ ଝାଡ଼ାବାନ୍ତି ହେଉଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031