Indus Valley Times

ଗାଙ୍ଗୁଲିଙ୍କ ଟୁଇଟ୍‌କୁ ନେଇ ରୋଚକ ଚର୍ଚ୍ଚା ଆରମ୍ଭ

 Breaking News

ଗାଙ୍ଗୁଲିଙ୍କ ଟୁଇଟ୍‌କୁ ନେଇ ରୋଚକ ଚର୍ଚ୍ଚା ଆରମ୍ଭ

ଗାଙ୍ଗୁଲିଙ୍କ ଟୁଇଟ୍‌କୁ ନେଇ ରୋଚକ ଚର୍ଚ୍ଚା ଆରମ୍ଭ
June 01
21:18 2022

ଭୁବନେଶ୍ୱର,୧/୬: କ୍ରିକେଟ୍ ଜଗତର କିମ୍ବଦନ୍ତୀ ସୌରଭ ଗାଙ୍ଗୁଲିଙ୍କୁ ନେଇ ଏବେ ଚାଲିଛି ଅନେକ କଳ୍ପନା ଜଳ୍ପନା । ବୁଧବାର ଦିନ ଗାଙ୍ଗୁଲି କ୍ରିକେଟର ସର୍ବୋତମ ପଦରୁ ଅର୍ଥାତ୍ ବିସିସିଆଇ ଅଧକ୍ଷ ପଦରୁ ଇସ୍ତଫା ଦେଇଥିବା ନିଜ ଟୁଇଟର ଆକାଉଣ୍ଡରେ ଲେଖିଛନ୍ତି। ଏହା ପରେ ଆରମ୍ଭ ହୋଇଯାଇଛି ଅନେକ କଳ୍ପନା ଜଳ୍ପନା ।
ଗାଙ୍ଗୁଲି ଟୁଇଟ୍ରେ ଲେଖିଥିଲେ ‘ଦୀର୍ଘ ୩୦ବର୍ଷ ଧରି କ୍ରିକେଟ୍ ଜଗତରେ ରହିଆସିଛି ।୧୯୯୨ରୁ କ୍ରିକେଟ୍ କ୍ୟାରିଆର ଆରମ୍ଭ କରିବା ପରଠାରୁ ଆଜି ପର‌୍ୟ୍ୟନ୍ତ କ୍ରିକେଟ୍ ମତେ ବହୁତ୍ କିଛି ଦେଇଛି । ସବୁଠୁ ବଡ କଥା ଆପଣମାନଙ୍କ ସହଯୋଗ ମିଳିଛି । ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ । ଏବେ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି । ଯେଉଁଥିରେ ସାଧାରଣ ଲୋକଙ୍କ ସେବା କରିବାକୁ ଅଧିକ ସୁଯୋଗ ମିଳିବ । ଆଶା କରୁଛି ଆପଣମାନଙ୍କ ସହଯୋଗ ସର୍ବଦା ମୋ ସାଥିରେ ରହିବ’ ।
ଗାଙ୍ଗୁଲିଙ୍କର ଏହି ଟୁଇଟ୍ ପରେ ରାଜନୀତିରେ ସାମିଲି ହେବା ନେଇ ଚର୍ଚ୍ଚା ଜୋର ଧରିଛି । କାରଣ କିଛି ଦିନ ତଳେ ସୌରଭ ଗାଙ୍ଗୁଲିଙ୍କ ଘରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହାଙ୍କ ଉପସ୍ଥିତି ଚର୍ଚ୍ଚାକୁ ପ୍ରଶମିତ କରିଛି ।
ଅନ୍ୟପଟେ ଗାଙ୍ଗୁଲି ବିସିସିଆଇ ଅଧକ୍ଷ ପଦ ଛାଡି ନଥିବା ଜୟ ସାହା କହିଛନ୍ତି ।
ଏସବୁ ଭିତରେ ଗାଙ୍ଗୁଲିଙ୍କ ଟୁଇଟ୍ କେଉଁ ଦିଗକୁ ଇସାରା କରୁଛି ତାହା ସ୍ପଷ୍ଟ ହୋଇନାହିଁ ।
୨୦୧୯ଅକ୍ଟୋବରରେ ବିସିସିଆଇ ଅଧକ୍ଷ ପଦ ସମ୍ଭାଳିଥିଲେ । ଜୁଲାଇରେ ଇଂଲଣ୍ଡରେ ହେବାକୁ ଥିବା ମ୍ୟାଚ୍ ପାଇଁ ଗାଙ୍ଗୁଳି ଇଂଲଣ୍ଡ ଯିବାର କାର‌୍ୟ୍ୟକ୍ରମ ରହିଛି । ତେଣୁ ଜୁଲାଇ ଭିତରେ କୌଣସି ପରିବର୍ତ୍ତନ ହୋଇନପାରେ ବୋଲି କୁହାଯାଉଛି ।
ତେବେ ଗାଙ୍ଗୁଲିଙ୍କ ଟୁଇଟ୍ରେ ରାଜନୈତିକ ଆଭିମୁଖ୍ୟ ସ୍ପଷ୍ଟ ହୋଇନାହିଁ । ହେଲେ ଗାଙ୍ଗୁଳିଙ୍କୁ ରାଜ୍ୟସଭା ପଠାଇବା ପାଇଁଁ କିଛି ଦିନ ତଳେ ଚର୍ଚ୍ଚା ଜୋର ହେଉଥିଲା ।
ଏସବୁ କଳ୍ପନା ଜଳ୍ପନା ଭିତରେ ଗାଙ୍ଗୁଳିଙ୍କ ସ୍ପଷ୍ଟ ଆଭିମୁଖ୍ୟକୁ ସମସ୍ତଙ୍କ ଅପେକ୍ଷା ରହିଛି । ଆଶା କରାଯାଉଛି ଖୁବ୍ ଶ୍ରୀଘ୍ର ଗାଙ୍ଗୁଲି ତାଙ୍କର ସ୍ପଷ୍ଟ ଆଭିମୁଖ୍ୟ ରଖି ଚର୍ଚ୍ଚାକୁ ଅନ୍ତ କରିବେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031