Indus Valley Times

ଗୁଜରାଟ: ଲାଗିଗଲା ଡ୍ରାଇଭରଙ୍କ ଆଖି, ଦୁର୍ଘଟଣାରେ ଚାଲିଗଲା ୯ ଜଣଙ୍କ ଜୀବନ

 Breaking News

ଗୁଜରାଟ: ଲାଗିଗଲା ଡ୍ରାଇଭରଙ୍କ ଆଖି, ଦୁର୍ଘଟଣାରେ ଚାଲିଗଲା ୯ ଜଣଙ୍କ ଜୀବନ

December 31
11:13 2022

ଅହମଦାବାଦ,୩୧/୧୨: ଗୁଜରାଟର ନବସାରିରେ ଆଜି ଭୋର ସମୟରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଗୋଟିଏ ଯାତ୍ରୀବାହୀ ବସ୍ ଓ ଏସ୍ୟୁଭି ମଧ୍ୟରେ ଧକ୍କା ହେବାରୁ ୯ ଜଣଙ୍କ ଜୀବନ ଚାଲି ଯାଇଛି। ସେହପରି ୩୨ ଜଣ ଆହତ ହୋଇଛନ୍ତି। ଗାଡ଼ି ଚଳାଉଥିବା ବେଳେ ଏସ୍ୟୁଭି ଡ୍ରାଇଭରଙ୍କ ଆଖି ଲାଗି ଯିବାରୁ ଏତେ ବଡ଼ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ଅତିରିକ୍ତ ଜିଲ୍ଲାପାଳ କେତନ ଯୋଶୀ କହିଛନ୍ତି, ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଏସ୍ୟୁଭିଟି ସଂପୂର୍ଣ୍ଣ ଚୂରମାର ହୋଇଯାଇଛି। ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୨ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୭ ଜଣଙ୍କୁ ଭାଲସାଦ, ୧୪ ଜଣଙ୍କୁ ନବସାରି ହସ୍ପିଟାଲକୁ ନିଆଯାଇଥିବା ବେଳେ ବାକି ଆହତଙ୍କୁ ସୁରତ ସ୍ଥାନାନ୍ତର କରାଯାଇଛି। ୩୨ ଜଣଙ୍କ ମଧ୍ୟରୁ ପ୍ରାୟ ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କଥା କୁହାଯାଉଛି। ଘଟଣାସ୍ଥଳରୁ ୯ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।
ଏସ୍ୟୁଭି(ଫର୍ଚୁନର)ରେ ଅଙ୍କଲେଶ୍ୱରରେ ଥିବା ଗୋଟିଏ କମ୍ପାନୀର ୯ ଜଣ କର୍ମଚାରୀ ଥିଲେ। ସେହିପରି ବସ୍ଟି ଅହମଦାବାଦରୁ ଭାଲସାଦକୁ ଯାଉଥିଲା। ତେବେ ଆଜି ଭୋର ସମୟରେ ନବସାରି ନିକଟରେ ଦୁଇଟି ଯାକ ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି।
ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନାହିଁ। କିନ୍ତୁ ରଙ୍ଗ ୱେରେ ଆସୁଥିବା ଏସ୍ୟୁଭିର ଡ୍ରାଇଭର ଗାଡ଼ି ଚଳାଉଥିବା ବେଳେ ସମାନ୍ୟ ଘୁମାଇ ପଡ଼ିଥିଲେ। ଫଳରେ ଏହା ରାସ୍ତା କଡ଼ ଡିଭାଇଡରରେ ପ୍ରଥମେ ଧକ୍କା ହୋଇଥିଲା। ଏହାପରେ ବିପରୀତ ଦିଗରୁ ଆସୁଥିବା ବସ୍କୁ ସାମ୍ନା ପଟୁ ଧକ୍କା ଦେଇଥିଲେ। ବସ୍ର ବେଗ ଅଧିକ ଥିବାରୁ ଏହା ଏସ୍ୟୁଭି ଉପରେ ମାଡ଼ି ଯାଇଥିଲା। ଫଳରେ ଏତେ ବଡ଼ ଦୁର୍ଘଟଣା ଘଟିଥିବା ସେ କହିଛନ୍ତି।
ସୂଚନାଯୋଗ୍ୟ, ଶୁକ୍ରବାର ଭୋର ସମୟରେ ଟିମ ଇଣ୍ଡିଆର କ୍ରିକେଟର ଋଷଭ ପନ୍ତଙ୍କ ମର୍ସିଡିଜ୍ କାର ଉତ୍ତରାଖଣ୍ଡର ରୁର୍କୀ ନିକଟରେ ଡିଭାଇଡରରେ ପିଟି ହୋଇ ଜଳି ଯାଇଥିଲା। ପନ୍ତ ଗାଡ଼ି ଚଳାଉଥିବା ବେଳେ ତାଙ୍କ ଆଖି ଲାଗି ଯାଇଥିଲା। ଫଳରେ କାର୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ପନ୍ତ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031