Indus Valley Times

ଗୁନ୍ଦୁଲିଆ ପଞ୍ଚାୟତରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ :୧୬୬ ଅଭିଯୋଗ ମଧ୍ୟରୁ ତତକାଳୀନ ୯୮ଟି ସମାଧାନ

 Breaking News

ଗୁନ୍ଦୁଲିଆ ପଞ୍ଚାୟତରେ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ :୧୬୬ ଅଭିଯୋଗ ମଧ୍ୟରୁ ତତକାଳୀନ ୯୮ଟି ସମାଧାନ

May 23
09:33 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ ୨୩/୫: ବୌଦ୍ଧ ବ୍ଳକ ଗୁନ୍ଦୁଲିଆ ପଞ୍ଚାୟତ କାର୍ଯ୍ୟାଳୟଠାରେ ଯୁଗ୍ମ ଜନଶୁଣାଣି ଓ ସମାଧାନ ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର‌୍ୟ ଭଞ୍ଜନ ମଦନମୋହନ ପାତ୍ର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ,ଉପ ଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର,ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶ୍ୱନୀ କୁମାର ମେହେର ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିଆର ସିଂ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ କୁମାର,ପ୍ରଧାନ,ଜିଲ୍ଲା ଜରୁରୀ ଅଧିକାରୀ ତଥା ସହକାରୀ ଜିଲ୍ଲାପାଳ ଚନ୍ଦକାନ୍ତ ବେହେରା, ଜିଲ୍ଲା ତାଲିମ ଅଧିକାରୀ ରାଜେନ୍ଦ୍ର ନାରାୟଣ ସେନାପତି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ହିମାଂଶୁ ଶେଖର ପୂଜାହାରି, ବୌଦ୍ଧ ବିଡ଼ିଓ ଅଭିନାଶ ପାଣ୍ଡିଆ ,ଅତିରିକ୍ତ ତହସିଲଦାର ରଜା ରସୁଲ ଖାଁ ,ଶଗଡା ଫାଣ୍ଡି ଅଧିକାରୀ ,ବ୍ଲକ ସ୍ତରୀୟ ଓ ଜିଲ୍ଲା ସ୍ତରୀୟ ଜିଲ୍ଲା ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ ।
ଏଥିରେ ଜନସାଧାରଣଙ୍କ ଅଭିଯୋଗ ଶୁଣିବା ସହ ସମସ୍ୟା ର ସମାଧାନ କରାଯାଇଥିଲା। ଏହି ଶିବିରରେ ସର୍ବମୋଟ ୧୬୬
ଟି ଅଭିଯୋଗ ହୋଇଥିବା ବେଳେ ସେଥିରୁ ୧୫୯ଟି ବ୍ୟକ୍ତିଗତ,୭ଟି ଗ୍ରାମ୍ୟ ସାମୁହିକ ଅଭିଯୋଗ ଆସିଥିଲା ।୯୮ଟି ଅଭିଯୋଗ ପତ୍ର ତତ୍କାଳୀନ ସମାଧାନ କରାଯାଇଥିଲା!

ବୌଦ୍ଧ ଜିଲ୍ଲା ପେଣ୍ଟିଙ୍ଗ ଆର୍ଟିସ ୱାର୍କର୍ସ ଆସୋସିଏସନ ପକ୍ଷରୁ ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ
ବୌଦ୍ଧ,୨୩/୫: ବୌଦ୍ଧଜିଲ୍ଲା ପେଣ୍ଟିଙ୍ଗ ଆର୍ଟିସ ୱାର୍କର୍ସ ଆସୋସିଏସନ ସଭାପତି ଅନିଲ ସ୍ୱାଇଁ, ସଂପାଦକ ଅହଲ୍ଲାଦ ଠାକୁର, ସଦସ୍ୟ ରମାକାନ୍ତ ବେହେରାଙ୍କ ଉପରେ ହୋଇଥିବା ମିଥ୍ୟା ମୋକଦ୍ଦମା ପ୍ରତ୍ୟାହର ଓ ପ୍ରକୃତ ଦୋଷୀଙ୍କୁ ସଙ୍ଗୀନ ଦଫାରେ ଗିରଫ କରିବା ଦାବିରେ ସଂଘ ପକ୍ଷରୁ ଏକ ଦାବିପତ୍ର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ପ୍ରଦାନ କରାଯାଇଛି ।
ଗତ ୧୫ ତାରିଖରେ ବିରନରସିଂହପୁର ନର୍ସରୀ ଠାରେ ଜଣେ ପେଣ୍ଟର କାମ ଠିକା ନେଇ ସୁବାସ ସାହୁଙ୍କୁ କାମରେ ଲଗାଇ ଥିଲେ । ପୂର୍ବରୁ ସେ ତିନିଜଣ ପେଣ୍ଟରଙ୍କ ଦ୍ୱାରା କାମ କରାଇ ସର୍ବମୋଟ ୧ ଲକ୍ଷ ୪୧ ହଜାର ଟଙ୍କା ଦେଇ ନାହାନ୍ତି ଓ ସଂଗଠନର ନିଷ୍ପତି ବିରୁଦ୍ଧରେ କାମ କରୁଥିଲେ । ସଂଘର ସଭାପତି ଅନିଲ ସ୍ୱାଇଁଙ୍କ ସହ ଅନ୍ୟ କର୍ମକର୍ତ୍ତା ତାଙ୍କୁ ସଂଘରେ ଆଲୋଚନା କରି ସେହି କାମ କରିବା ପାଇଁ କହିଥିଲେ ।
ଉଭୟ କମ ବନ୍ଦ କରିବା ପାଇଁ ନର୍ସରୀ କର୍ମଚାରୀଙ୍କୁ କହିଥିଲେ । ସଙ୍ଗେ ସଙ୍ଗେ ନର୍ସରୀ କର୍ମଚାରୀ ଓ ବନ କର୍ମଚାରୀମାନେ ସେମାନଙ୍କୁ ଘେରିଯାଇ ମରଣାତ୍ମକ ଆକ୍ରମଣ କରିଥିଲେ । ଏଥିରେ ସଭାପତି ଶ୍ରୀ ସ୍ୱାଇଁଙ୍କ ଆଖିରେ ଆଘାତ ଲାଗିଛି । ଥାନାରେ ଅଭିଯୋଗ କଲେ ଜୀବନରେ ମାରି ଦେବାର ଧମକ ଦେଇ ନିଜେ ଥାନାରେ ମିଛ ଅଭିଯୋଗ କରିଛନ୍ତି । ଏହା ସଂଘର ସଦସ୍ୟମାନେ ଜାଣିବା ପରେ ସମସ୍ତେ ଏକତ୍ରିତ ହୋଇ ଟାଉନ ଥାନାକୁ ଯାଇ ପ୍ରକୃତ ଘଟଣା ଜଣାଇ ଲିଖିତ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାକୁ ଚପାଇ ଦେବା ପାଇଁ ଉଦ୍ୟମ କରିଥିଲେ ।
ସଂଗଠନର ଚାପରେ କେସ ପଂଜିକୃତ ହୋଇଛି କିନ୍ତୁ ପୁଲିସ ଜାଣିଶୁଣି ସେମାନଙ୍କ ଉପରେ ଦଫା କୋହଳ କରିଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ଏହାର ସଠିକ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ସଙ୍ଗୀନ ଦଫା ଲଗାଯିବା ଓ ଜିଲ୍ଲା ସଭାପତି ଶ୍ରୀ ସ୍ୱାଇଁଙ୍କ ସମେତ ଅନ୍ୟ ଦୁଇ ଜଣଙ୍କ ଉପରେ ଲଗାଯାଇଥିବା ମିଥ୍ୟା କେସ ପ୍ରତ୍ୟାହାର କରାଯାଉ ବୋଲି ଦାବି କରାଯାଇଥିଲା । ଯଦି ଦାବି ପୂରଣ କରାନଯାଏ ତାହାହେଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି । ଦାବିପତ୍ର ପ୍ରଦାନ ସମୟରେ ସଂଘର ସମସ୍ତ କର୍ମକର୍ତ୍ତାଙ୍କ ସମେତ ରାଜ୍ୟ ସାଧରଣ ସଂପାଦକ ରଂଜନ ମିଶ୍ର ଉପସ୍ଥିତ ଥିଲେ ।
ବୌଦ୍ଧ ଜିଲ୍ଲାରେ ଖୋଲିଲା ମହିଳା କୋର୍ଟ
ବୌଦ୍ଧ,୨୩/୫: ସାରା ରାଜ୍ୟରେ ୧୩ ଗୋଟି ନୁଆ କୋର୍ଟ ଖୋଲିଥିବା ବେଳେ ବୌଦ୍ଧ ଜିଲ୍ଲା ନ୍ୟାୟାଳୟ ପରିସରରେ ମହିଳା କୋର୍ଟ (ଓମେନ କୋର୍ଟ ) ଉଦଘାଟିତ ହୋଇଯାଇଛି । ଆଭାସୀ ଜରିଆରେ ଓଡିଶା ଉଚ୍ଚ ନ୍ୟାୟଳୟର ମୁଖ୍ୟ ବିଚାରପତି ଡ,ଏସ ମୁରଲିଧର ଉଦଘାଟନ କରିଥିବା ବେଳେ ଓଡିଶାର ଉଚ୍ଚ ନ୍ୟାୟଳୟର ବିଚାରପତି ମାନେ ଉପସ୍ଥିତ ଥିଲେ । ଏହି କୋର୍ଟ ଖୋଲିବା ଦ୍ୱାରା ସାଧାରଣ ଲୋକ ସୁଚାରୁରୁପେ ନ୍ୟାୟ ପାଇପାରିବେ ବୋଲି ବିଚାରପତି ମାନେ ମତବ୍ୟକ୍ତ କରିଥିଲେ ।
ବୌଦ୍ଧ ମହିଳା କୋର୍ଟର ବିଚାରପତି ଭାବେ ସୁଶ୍ରୀ ଦୀପା ଦାସ ଯୋଗ ଦେଇଛନ୍ତି । ଜିଲ୍ଲାର ଉଦଘାଟନ ଉତ୍ସବରେ ଜିଲ୍ଲା ଦୌରାଜଜ ବିକ୍ରମ କୁମାର ପ୍ରଧାନ, ପରିବାର ଅଦାଲତର ବିଚାରପତି ଅଳ୍ପନା ସ୍ୱାଇଁ, ସିଜେଏମ ବିଶେଶ୍ୱର ବିଶ୍ୱପ୍ରକାଶ ରାୟଙ୍କ ସମତେ ଅନ୍ୟ ବିଚାରପତିମାନେ , ଜିଲ୍ଲା ଓକିଲ ସଂଘର ସଂପାଦକ ପୁର୍ଣ୍ଣ ଚନ୍ଦ୍ର ଦାସ, ବରିଷ୍ଠ ଆଇନଜୀବୀ ସୁଧିର କର୍ଣ୍ଣ , ସୁରେଶ ଚନ୍ଦ୍ର ମେହେରଙ୍କ ସମେତ ସମସ୍ତ ଆଇନଜୀବୀ ମାନେ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031