Indus Valley Times

ଆଉ ଗୋଟେ ଦିନ ବଢ଼ିଲା ବାଲି ଯାତ୍ରା ଅବଧି

 Breaking News

ଆଉ ଗୋଟେ ଦିନ ବଢ଼ିଲା ବାଲି ଯାତ୍ରା ଅବଧି

ଆଉ ଗୋଟେ ଦିନ ବଢ଼ିଲା ବାଲି ଯାତ୍ରା ଅବଧି
November 15
15:55 2022

ଭୁବନେଶ୍ୱର, ୧୫/୧୧: ଆଉ ଗୋଟିଏ ଦିନ ବଢ଼ିଲା ବାଲି ଯାତ୍ରା ଅବଧି । ୧୬ରେ ସରିବା ବଦଳରେ ୧୭ଯାଏଁ ଚାଲିବ କଟକ ବାଲି ଯାତ୍ରା । ଏନେଇ କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି । କରୋନା ମହାମାରୀ ପାଇଁ ୨ବର୍ଷ ପରେ ବାଲି ଯାତ୍ରା ଅନୁଷ୍ଟିତ ହୋଇଥିବାରୁ ଲୋକଙ୍କ ଭିତରେ ଉତ୍ସାହ ପ୍ରବଳ ରହିଛି । ପ୍ରତିଦିନ ଜନସମୁଦ୍ର ପାଲଟୁଥିବା କଟକ ମହାନଦୀ ପଠାରେ ଐତିହାସିକ ବାଲିଯାତ୍ରା ।
ଜମୁଛି ବିକ୍ରିବଟା ଓ ଖାଦ୍ୟପେୟର ଆସର । ବାଲିଯାତ୍ରା ବୁଲାରେ ନୂଆ ଅନୁଭୂତି ଭରିଛି କଟକ-ଇନ୍-କଟକ କରିଡର । ଲେଜର ସୋ ପାଲଟିଛି ବିଶେଷ ଆକର୍ଷଣ। ପ୍ରତିଦିନ ଏହି ବାଲିଯାତ୍ରା ଦେଖିବାକୁ ଖଚାଖଚ୍ ଭିଡ଼ ହେଉଛି। ଏହି ଯାତ୍ରାର ଅବଧି ଆଉ ଗୋଟିଏ ଦିନ ବଢ଼ିବା ପରେ ବାଲିଯାତ୍ରାପ୍ରେମୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031