Indus Valley Times

ଗୋଧସ୍ ଜଳପ୍ରପାତରେ ଡେଇଁ ପଡ଼ିଥିବା ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର

 Breaking News

ଗୋଧସ୍ ଜଳପ୍ରପାତରେ ଡେଇଁ ପଡ଼ିଥିବା ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର

ଗୋଧସ୍ ଜଳପ୍ରପାତରେ ଡେଇଁ ପଡ଼ିଥିବା ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର
September 28
09:49 2021

ନୂଆପଡା, ୨୮/ ୯ : ଗୋଧସ୍ ଜଳପ୍ରପାତରେ ଡେଇଁ ପ୍ରେମୀଯୁଗଳ ନିଖୋଜ ଘଟଣା । ୪୬ ଘଣ୍ଟା ପରେ ଉଦ୍ଧାର ହେଲା ପ୍ରେମୀ ଯୁଗଳଙ୍କ ମୃତଦେହ । ନୂଆପଡା ଅଗ୍ନିଶମ ବିଭାଗ ମୃତଦେହ ଉଦ୍ଧାର କରିଛି ।
ସୂଚନାନୁସାରେ, ଉଭୟଙ୍କ ଜାତି ଅଲଗା ହୋଇଥିବାରୁ ସେମାନଙ୍କୁ ସ୍ବାମୀ ସ୍ତ୍ରୀର ମାନ୍ୟତା ମିଳିନଥିଲା ।ଆତ୍ମହତ୍ୟା ପୂର୍ବରୁ ସେମାନେ ସୁଇସାଇଡାଲ ନୋଟ୍ ଛାଡିଯାଇଥିଲେ । ସେଥିରେ ଉଲ୍ଲେଖ ଥିଲା ଯେ, ପ୍ରେମ ବିବାହ ଉଦ୍ଦେଶ୍ୟରେ ଗତ ୨୪ ତାରିଖରୁ ଘରୁ ବାହାରିଥିଲେ ।
କିନ୍ତୁ ସ୍ୱୀକୃତି ନମିଳିବାରୁ ଆତ୍ମହତ୍ୟା କରିଥିଲେ। ମୃତ ପ୍ରେମୀ ଯୁଗଳ ପଡୋଶୀ ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ପିପଲଛେଡି ଥାନା ଥୁଆପାନି ଗାଁର ଧନିରାମ ଅଁଟି ଓ ଦେମତି ସୋରି ବୋଲି ଜଣା ପଡିଛି ।
ଜଳପ୍ରପାତର ଅକାତପାଣି ଭିତରେ ମଧ୍ୟ ବହୁ କଷ୍ଟରେ ନୂଆପଡା ଅଗ୍ନିଶମ ବାହିନୀ ଖୋଜି ବାହାର କରିବା ପରେ ଧରମବନ୍ଧା ପୋଲିସକୁ ଜିମା ଦେଇଛି । ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚିବା ପରେ ମୃତଦେହ ବ୍ୟବଚ୍ଛେଦ ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031