Indus Valley Times

ଗୋପନରେ ସରିଲା ବିକ୍କି ଓ କ୍ୟାଟ୍ରିନାଙ୍କ ବାହାଘର

 Breaking News

ଗୋପନରେ ସରିଲା ବିକ୍କି ଓ କ୍ୟାଟ୍ରିନାଙ୍କ ବାହାଘର

December 09
21:04 2021

ଜୟପୁର, ୯/୧୨: ବହୁଚର୍ଚ୍ଚା ଓ ଆଲୋଚନା ଭିତରେ ହାତକୁ ଦି’ ହାତ ହୋଇଛନ୍ତି ଅଭିନେତା ବିକ୍କି କୌଶଲ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ। ଆଜି ରାଜସ୍ଥାନର ସୱାଇ ମାଧୋପୁରଠାରେ ଥିବା ସିକ୍ସ ସେନସେସ ଫୋର୍ଟ ବାରୱାରରେ ଉଭୟଙ୍କ ବାହାଘର ଶେଷ ହୋଇଛି। ଏହି ଗ୍ରାଣ୍ଡ ମ୍ୟାରେଜ ପାର୍ଟିରେ ଉଭୟଙ୍କ ପରିବାର ଲୋକ ଓ କିଛି ହାତ ଗଣତି ଅତିଥି ଉପସ୍ଥିତ ଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ବିବାହା ଉତ୍ସବରେ ମୋଟ ୧୨୦ ଜଣ ଲୋକ ରହିଥିଲେ। ବଲିଉଡର କିଛି ସେଲେବ୍ରିଟ ମଧ୍ୟ ବିବାହ କାର‌୍ୟ୍ୟକ୍ରମରେ ଯୋଗଦେଇଥିଲେ। ମ୍ୟାରେଜ୍ ସେରିମନି ଅତ୍ୟନ୍ତ ଗୋପନୀୟତାର ସହ କରାଯାଇଛି। ଅତିଥି ମାନଙ୍କୁ ଫୋନ ବ୍ୟବହାର କରିବାକୁ ମନା କରାଯାଇଥିଲା। ତେଣୁ କେହି ବି ବାହାଘର ବେଳେ ଫଟୋ ଉଠାଇ ନାହାନ୍ତି।
ପରବର୍ତ୍ତୀ ଅବସ୍ଥାରେ ବିକ୍କି ଓ କ୍ୟାଟ ନିଜର ବାହାଘର ଫଟୋ ରିଲିଜ କରିବେ। ବିକ୍କି ଓ କ୍ୟଟ୍ରିନାଙ୍କ ବାହାଘର ପଞ୍ଜାବୀ ରୀତିନୀତିରେ ଶେଷ ହୋଇଛି। ଏଥିପାଇଁ ପଞ୍ଜାବୀ କନିଆଁ ଗେଟ୍ଅପ୍ରେ ସଜେଇ ହୋଇଥିଲେ କ୍ୟାଟ୍। ପ୍ରସିଦ୍ଧ ଡ୍ରେସ୍ ଡିଜାଇନ୍ର ସବ୍ୟସାଚୀ ତାଙ୍କ ପାଇଁ ଖାସ୍ ଲେହେଙ୍ଗା ଡିଜାଇନ୍ କରିଥିଲେ।
୨ ଦିନ ହେଲା କ୍ୟାଟ୍ଙ୍କ ମେହେନ୍ଦୀ ଓ ସଙ୍ଗୀତ ସେରିମନି ଖୁବ୍ ଧୁମ୍ଧାମରେ ସେଲିବ୍ରେଟ୍ ହୋଇଥିଲା। କ୍ୟାଟ୍ରିନା ନିଜ ହାତରେ ‘ସୋଜତ’ର ମେହେନ୍ଦୀ ଲଗାଇଥିଲେ। ଏହା ଏକ ପ୍ରକାରର ବିଶେଷ ମେହେନ୍ଦୀ, ଯାହାକୁ ରାଜସ୍ଥାନ ଯୋଧପୁରରୁ ବରଦା କରାଯାଇଛି। ଏହି ମେହେନ୍ଦୀର ଦାମ୍ ଲକ୍ଷେ ଟଙ୍କା।
ବାହାଘର ପାଇଁ ୬ ତାରିଖରୁ ହିଁ ରାଜସ୍ଥାନରେ ଉଭୟ ପରିବାରର ସଦସ୍ୟ ପହଞ୍ଚିଥିଲେ। ବାହାଘର ହୋଇଥିବା ହୋଟେଲକୁ ବେଶ ରାଜକୀୟ ଷ୍ଟାଇଲରେ ସଜା ଯାଇଥିଲା। ସେହିପରି ବାହାଘର ଶେଷ ହୋଇଥିବାରୁ ଏବେ ପରିବାର ଲୋକଙ୍କ ପାଇଁ ଗୋଟିଏ ଛୋଟିଆ ରିସେପସନ ପାର୍ଟିର ଆୟୋଜନ କରାଯାଉଛି।
-ଓଡ଼ିଶା ରିପୋର୍ଟର

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031