Indus Valley Times

ଗୋବିନ୍ଦ ସାହୁ ଓ ରାଧେଶ୍ୟାମ ଚଣ୍ଡୀଙ୍କ ବ୍ୟତୀତ ଆଉ କାହାର ସମ୍ପୃକ୍ତି ନାହିଁ: ଗୃହ ରାଷ୍ଟ୍ରମନ୍ତ୍ରୀ

 Breaking News

ଗୋବିନ୍ଦ ସାହୁ ଓ ରାଧେଶ୍ୟାମ ଚଣ୍ଡୀଙ୍କ ବ୍ୟତୀତ ଆଉ କାହାର ସମ୍ପୃକ୍ତି ନାହିଁ: ଗୃହ ରାଷ୍ଟ୍ରମନ୍ତ୍ରୀ

ଗୋବିନ୍ଦ ସାହୁ ଓ ରାଧେଶ୍ୟାମ ଚଣ୍ଡୀଙ୍କ ବ୍ୟତୀତ ଆଉ କାହାର ସମ୍ପୃକ୍ତି ନାହିଁ: ଗୃହ ରାଷ୍ଟ୍ରମନ୍ତ୍ରୀ
July 04
17:41 2022

ଭୁବନେଶ୍ୱର, ୪/୭: ବଲାଙ୍ଗିରର ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ କେବଳ ଗୋବିନ୍ଦ ଓ ରାଧେଙ୍କ ସଂପୃକ୍ତି ରହିଛି। ଆଜି ବିଧାନସଭାରେ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଏଭଳି ଉତ୍ତର ରଖିଛନ୍ତି।
ମନ୍ତ୍ରୀ କହିଥିଲେ, ବିଧିବଦ୍ଧ ଭାବେ ତଦନ୍ତ ପ୍ରକ୍ରିୟା ହେଉଛି। ପର୍ଯ୍ୟାପ୍ତ ତଥ୍ୟ ପ୍ରମାଣ ମିଳିସାରିଛି। ଏହାକୁ ଭିତ୍ତିକରି ତଦନ୍ତ ଆଗେଇଛି। କେବଳ ମାମଲାରେ ଗୋବିନ୍ଦ ଓ ରାଧେଶ୍ୟାମର ସଂପୃକ୍ତି ଥିଲା।
ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସଂପୃକ୍ତ ନଥିବା ତଦନ୍ତରୁ ଜଣାପଡ଼ିଛି। ତଦନ୍ତ ପରେ ଏମାନଙ୍କ ନାଁରେ ଚାର୍ଜସିଟ୍ ଦାଖଲ ହୋଇଛିା ଉଭୟ ଏବେ ବିଚାରାଧୀନ ବନ୍ଦୀ ଭାବେ କଣ୍ଟାବାଂଜି ଜେଲରେ ଅଛନ୍ତି ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ମମିତା ମେହର ହତ୍ୟା ମାମଲାରେ ତତ୍କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ଅଭିଯୋଗ କରିଥିଲେ ବିରୋଧୀ।
ଏହାକୁ ନେଇ ସାରା ରାଜ୍ୟରେ ସେତେବେଳେ ତୁମ୍ବିତୋଫାନ ହୋଇଥିଲା। ତେଣୁ ଏହି ତଥ୍ୟ ବିଧାନସଭାରେ ଉପସ୍ଥାପିତ ହେବା ପରେ ବିରୋଧୀଙ୍କ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031