Indus Valley Times

ଗୋରୁ ମାଫିଆଙ୍କ ଭୁଜାଲି ମାଡରେ କନେଷ୍ଟବଳ ଗୁରୁତର, ହସ୍ପିଟାଲରେ ଭର୍ତ୍ତି,ଡ୍ରାଇଭର ଫେରାର୍

 Breaking News

ଗୋରୁ ମାଫିଆଙ୍କ ଭୁଜାଲି ମାଡରେ କନେଷ୍ଟବଳ ଗୁରୁତର, ହସ୍ପିଟାଲରେ ଭର୍ତ୍ତି,ଡ୍ରାଇଭର ଫେରାର୍

ଗୋରୁ ମାଫିଆଙ୍କ ଭୁଜାଲି ମାଡରେ କନେଷ୍ଟବଳ ଗୁରୁତର, ହସ୍ପିଟାଲରେ ଭର୍ତ୍ତି,ଡ୍ରାଇଭର ଫେରାର୍
July 01
17:07 2022

ଜଳେଶ୍ୱର,୧/୭: କନ୍‌ଷ୍ଟେବଳଙ୍କୁ ଭୁଜାଲିରେ ଆକ୍ରମଣ କରି ଚମ୍ପଟ ମାରିଲେ ଗୋରୁ ଚାଲାଣ କରୁଥିବା ଦଲାଲ ଓ ଗାଡ଼ି ଚାଳକ। ଏପରି ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି।
ହେଲେ ଏପର୍ଯ୍ୟନ୍ତ ଆକ୍ରମଣ କରିଥିବା ଦଲାଲ ଓ ଗାଡ଼ି ଚାଳକକୁ ପୁଲିସ୍ ଧରି ପାରିନାହିଁ। ପୁଲିସର କୋହଳ ମନୋଭାବ ଓ ଢ଼ିଲା ସୁରକ୍ଷା ବ୍ୟବସ୍ଥା ଯୋଗୁ ୬୦ ନମ୍ୱର ରାଜପଥରେ ଏପରି ଘଟୁଥିବା ଆଲୋଚନା ହେଉଛି।
ଗୁରୁବାର ବିଳମ୍ୱିତ ରାତିରେ ଏକ ଟାଟା ଏସିରେ ବେଆଇନ୍ ଭାବେ ଗୋରୁ ଚାଲାଣ ହେଉଥିଲା। ଏ ସମ୍ପର୍କରେ ଖବର ପାଇ ସ୍ଥାନୀୟ କିଛି ଯୁବକ ଗାଡ଼ିକୁ ଅଟକାଇ ଅମର୍ଦ୍ଦାରୋଡ଼ ଫାଣ୍ଡିକୁ ଖବର ଦେଇଥିଲେ।
ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିରୁ ଗୋରୁଙ୍କୁ ଉଦ୍ଧାର କରି ଗୋ’ଶାଳାରେ ଛାଡ଼ିବା ପାଇଁ ଯୋଜନା କରିଥିଲା। ପୁଲିସ ଅନ୍ୟ କୌଣସି ଗାଡ଼ି ବା ଡ୍ରାଇଭର ମାଧ୍ୟମରେ ଜବତ କରିଥିବା ଗୋ’ବୋଝେଇ ଟାଟା ଏସିକୁ ବାଲେଶ୍ୱର ଗୋ’ଶାଳା ପଠାଇ ନଥିଲା।
କନ୍‌ଷ୍ଟେବଲ୍‌ ରମେଶ ଚନ୍ଦ୍ର ଦାସଙ୍କ ମାଧ୍ୟମରେ ଗୋରୁ ଚାଲାଣ ହେଉଥିବା ଗାଡ଼ିରେ ଦଲାଲଙ୍କୁ ବସାଇ ଗୋ’ ଶାଳାକୁ ପଠାଇଥିଲା ବସ୍ତା ଫାଣ୍ଡି ପୁଲିସ୍।
ରାତିରେ ବାଲେଶ୍ୱର ଗୋ’ଶାଳାରେ ଗୋରୁ ଛାଡ଼ି ଥିଲେ। ଭୋର ପ୍ରାୟ ୪ରୁ ୫ଟା ହେବ। ଗୋରୁ ଚାଲାଣ କରୁଥିବା ଦଲାଲ ଓ ଗାଡ଼ି ଡ୍ରାଇଭର କନ୍‌ଷ୍ଟେବଲ୍‌ ଶ୍ରୀ ଦାସଙ୍କୁ ଗାଡ଼ିରେ ବସାଇ ଫେରୁଥିବା ବେଳେ ଭୁଜାଲିଆରେ ଆକ୍ରମଣ କରିଥିଲେ। ଜୀବନ ବିକଳରେ ଶ୍ରୀ ଦାସ ଗାଡ଼ିରୁ ଡେଇଁ ପଡ଼ିଥିଲେ।
ସେ ଜାତୀୟ ରାଜପଥର ହଳଦୀପଦା ପାଖରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲେ। ଆଜି ସକାଳେ ସ୍ଥାନୀୟ ଲୋକେ ତାଙ୍କୁ ଦେଖି ବସ୍ତା ଫାଣ୍ଡିକୁ ଖବର ଦେଇଥିଲେ।
ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ବସ୍ତା ମେଡ଼ିକାଲ୍ରେ ଭର୍ତ୍ତି କରିଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍ବେଗ ଜନକ ରହିଛି। ଅନ୍ୟପକ୍ଷରେ ଗୋରୁ ଦଲାଲ ଓ ଗାଡ଼ି ଡ୍ରାଇଭର ଚମ୍ପଟ ମାରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031