Indus Valley Times

ଗୋଲାପ ଫୁଲରେ ‘ଲଭ ୟୁ’ ଲେଖି ଜୀବନ ହାରିଲେ ଯୁବକ

 Breaking News

ଗୋଲାପ ଫୁଲରେ ‘ଲଭ ୟୁ’ ଲେଖି ଜୀବନ ହାରିଲେ ଯୁବକ

August 03
11:52 2022

ନୂଆପଡା ୩/୮: ନିମ୍ବ ଗଛରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର । ନୂଆପଡା ଖଡିଆଳ ଥାନା ବିଜେପୁର ରାସ୍ତା କଡରେ ଥିବା ଗଛରୁ ମୃତଦେହ ଉଦ୍ଧାର ହୋଇଛି ।
ସୂଚନାଯୋଗ୍ୟ ଯେ, ନୂଆପଡା ଖଡିଆଳ ଥାନା ବିଜେପୁର ରାସ୍ତା କଡରେ ଥିବା ନିମ୍ବ ଗଛରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ ସ୍ଥାନୀୟ ଝିତ୍ରିଢୋଡା ଗ୍ରାମର ପଦ୍ମଲୋଚନ ତାଣ୍ଡି ବୋଲି ଜଣାପଡିଛି ।
ବିଜେପୁର ନିକଟ ରାସ୍ତା ଉପରେ ଫୁଲରେ ‘ଲଭ ୟୁ’ ଲେଖା ଯାଇଥିବା ଦେଖିବାକୁ ମିଳିଥିଲା । ତେବେ ଏଥିରୁ ଅନୁମାନ କରାଯାଉଛି ଯେ, ଯୁବକ ଜଣଙ୍କ ପ୍ରେମ ପାଇଁ ଜୀବନ ହାରିଛନ୍ତି । ପୋଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।
ଯୁବକ ଜଣଙ୍କ ବାହାରେ ରହି କାମ କରୁଥିଲେ । କେତେବେଳେ ହୋଟେଲରେ ରହି କାମ କରୁଥିଲେ ତ କେତେବେଳେ ମିସ୍ତ୍ରୀ କାମ କରି ଚଳୁଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଯୁବକଙ୍କ ମୃତ୍ୟୁର କାରଣ ଜଣାପଡି ନଥିବା ବେଳେ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930