Indus Valley Times

ଘରେ ଘରେ ଶୁଭିବ ସଂଶୋଧିତ ଲକ୍ଷ୍ମୀ ପୁରାଣ, ଗାଇବେ ଗୀତା ନମିତା ; କୋଟିଏ ବହି ବାଣ୍ଟିବେ ସରକାର

 Breaking News

ଘରେ ଘରେ ଶୁଭିବ ସଂଶୋଧିତ ଲକ୍ଷ୍ମୀ ପୁରାଣ, ଗାଇବେ ଗୀତା ନମିତା ; କୋଟିଏ ବହି ବାଣ୍ଟିବେ ସରକାର

ଘରେ ଘରେ ଶୁଭିବ ସଂଶୋଧିତ ଲକ୍ଷ୍ମୀ ପୁରାଣ, ଗାଇବେ ଗୀତା ନମିତା ; କୋଟିଏ ବହି ବାଣ୍ଟିବେ ସରକାର
July 02
19:15 2026

ଭୁବନେଶ୍ୱର, ୨/୭ : ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ନିଦର୍ଶନ ‘ଲକ୍ଷ୍ମୀପୁରାଣ’କୁ ନେଇ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ସଂଶୋଧିତ ୧ କୋଟି ‘ଲକ୍ଷ୍ମୀପୁରାଣ’ ରାଜ୍ୟବ୍ୟାପୀ ବଣ୍ଟନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।
ସେ କହିଛନ୍ତି, ସଂଶୋଧିତ ‘ଲକ୍ଷ୍ମୀପୁରାଣ’କୁ ବିଶିଷ୍ଟ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ ଓ ଗୀତା ଦାସ ସ୍ୱର ଦେବେ। ଏହା ମାଧ୍ୟମରେ ନୂଆ ପିଢ଼ିଙ୍କ ପାଖରେ ଓଡ଼ିଆ ପରମ୍ପରା ଓ ଭକ୍ତି ସାହିତ୍ୟକୁ ପହଞ୍ଚାଇବାକୁ ସରକାର ଉଦ୍ୟମ କରୁଛନ୍ତି।
ଏହାସହ ବଳରାମ ଦାସଙ୍କ ଜନ୍ମପୀଠରେ ‘ମହାଲକ୍ଷ୍ମୀ କରିଡର’ ନିର୍ମାଣ କରାଯିବ ବୋଲି ମଧ୍ୟ ସେ ଘୋଷଣା କରିଛନ୍ତି। ଏହି କରିଡରରେ ବଳରାମ ଦାସଙ୍କ ଜୀବନ ଓ ସାହିତ୍ୟକୁ ନେଇ ଏକ ସ୍ୱତନ୍ତ୍ର ଗ୍ୟାଲେରୀ ସହ ମା’ ଲକ୍ଷ୍ମୀଙ୍କ ଉପରେ ଗବେଷଣା ପାଇଁ ଏକ ରିସର୍ଚ୍ଚ ଗ୍ୟାଲେରୀ ମଧ୍ୟ ସ୍ଥାପନ କରାଯିବ।
ଉପମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, ଏହି ପ୍ରକଳ୍ପ କେବଳ ଧାର୍ମିକ ଓ ସାଂସ୍କୃତିକ ଦୃଷ୍ଟିରୁ ନୁହେଁ, ସ୍ଥାନୀୟ ଅଞ୍ଚଳର ପର‌୍ୟ୍ୟଟନ ଓ ରୋଜଗାର ସୃଷ୍ଟିରେ ମଧ୍ୟ ସହାୟକ ହେବ।
ସେହିପରି, ଆଗାମୀ ଦିନରେ ୫୦୦ ମହିଳା ଏକାଠି ହୋଇ ‘ଲକ୍ଷ୍ମୀପୁରାଣ’ ଗାନ କରିବାକୁ ନେଇ ମଧ୍ୟ ଯୋଜନା ରହିଥିବା ସେ ପ୍ରକାଶ କରିଛନ୍ତି। ଏହା ମାଧ୍ୟମରେ ଓଡ଼ିଶାର ସାଂସ୍କୃତିକ ଐତିହ୍ୟକୁ ଅଧିକ ଲୋକପ୍ରିୟ କରିବା ସହ ମହିଳାଙ୍କ ସକ୍ରିୟ ଅଂଶଗ୍ରହଣକୁ ପ୍ରୋତ୍ସାହନ ଦିଆଯିବ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930