Indus Valley Times

ଚଞ୍ଚକତା କରି ଦୁଇଟି ସ୍କୁଲ୍ କୁ ଭାଙ୍ଗି ଗୋଟିଏ କରିବାକୁ ବସିଛି ଶିକ୍ଷା ବିଭାଗ, ପ୍ରଦିବାଦ କଲେ ଗ୍ରାମବାସୀ

 Breaking News

ଚଞ୍ଚକତା କରି ଦୁଇଟି ସ୍କୁଲ୍ କୁ ଭାଙ୍ଗି ଗୋଟିଏ କରିବାକୁ ବସିଛି ଶିକ୍ଷା ବିଭାଗ, ପ୍ରଦିବାଦ କଲେ ଗ୍ରାମବାସୀ

November 02
18:53 2020

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨/୧୧: ଶିକ୍ଷା ବିଭାଗର ଅଜବ ନୀତି। ପାଞ୍ଚ କିଲୋମିଟର ରାସ୍ତା କୁ ସରକାରୀ କାଗଜପତ୍ର ରେ ଏକ କିଲୋମିଟର ଦର୍ଶାଯାଇ ୩୦ ଜଣ ଉପସ୍ଥାପନ ଥିବା ବିଦ୍ୟାଳୟ କୁ ବନ୍ଦ କରାଯାଇ ୨୫ ଜଣ ଉପସ୍ଥାପନ ଥିବା ବିଦ୍ୟାଳୟରେ ମିଶ୍ରଣ ପାଇଁ ଉଦ୍ୟମ କରାଯାଇଛି। ସ୍କୁଲ କମିଟି ଓ ଗ୍ରାମବାସୀ ପୁନର୍ବାର ଏହି ଘଟଣାର ବିଚାର ପାଇଁ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର କୈାଣସି ନିର୍ଦ୍ଦିଷ୍ଟ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏହାର ପ୍ରତିବାଦରେ ଗ୍ରାମବାସୀ ରାଜରାସ୍ତାକୁ ଆସିବାକୁ ଯୋଜନା କରୁଛନ୍ତି।
ମିଳିଥିବା ଖବର ଅନୁସାରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ବାଣିଗୋଛା ଥାନା କୁଜାମାଣି ପଞ୍ଚାୟତ କଳାକିଆରି ପ୍ରାଇମେରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୦୧୯-୨୦୨୦ ଶିକ୍ଷା ବର୍ଷରେ ୩୦ ଓ ବନ୍ଧଖମଣ ପ୍ରାଇମେରୀ ସ୍କୁଲ ଯାହାର ଛାତ୍ରଛାତ୍ରୀଙ୍କ ସଂଖ୍ୟା ସମାନ ଶିକ୍ଷା ବର୍ଷରେ ୨୫ ଗୋଟିଏ ସ୍କୁଲ ରେ ପରିଣତ କରିବାକୁ ପ୍ରୟାସ ଆରମ୍ଭ ହୋଇଛି। କିନ୍ତୁ କଳାକିଆରୀ ଠାରୁ ବନ୍ଧଖମଣ କୁ ଯିବାଆସିବା ପାଇଁ ପକା ରାସ୍ତା ଟିଏ ନାହିଁ, ଯିବାଆସିବା ପାଇଁ ବିଲ ଏବଂ ପୋଖରୀ ହୁଡା ବ୍ୟବହାର କରିବାକୁ ପଡ଼ିଥାଏ। କଳାକିଆରୀ ବିଦ୍ୟାଳୟ ୬୦ ବର୍ଷ ରୁ ଉର୍ଦ୍ଧ ବର୍ଷ ହେବାବେଳେ ବନ୍ଧଖମଣ ବିଦ୍ୟାଳୟ ପାଞ୍ଚ ବର୍ଷ ତଳର । ଛାତ୍ରଛାତ୍ରୀ ଙ୍କ ସଂଖ୍ୟା ମଧ୍ୟ କଳାକିଆରୀ ବିଦ୍ୟାଳୟ ର ଅଧିକ , ଦୁରତ୍ଵ ମଧ୍ୟ ପାଞ୍ଚ କିଲୋମିଟର କିପରି ଭାବେ ଦୁଇଟି ଯାକ ବିଦ୍ୟାଳୟ ଏକ ହୋଇପାରିବ ? ଦଶପଲ୍ଲା ବ୍ଲକ ଶିକ୍ଷା ଅଧିକାରୀ ଦିନକ ପାଇଁ କଳାକିଆରୀ ବିଦ୍ୟାଳୟ କୁ ନଆସି, ବିଦ୍ୟାଳୟ କମିଟି ସହିତ କୈାଣସି ବୈଠକ ନକରି ,ପାଞ୍ଚ କିଲୋମିଟର ରାସ୍ତା କୁ ଏକ କିଲୋମିଟର ଦର୍ଶାଇ ଜିଲ୍ଲା ପ୍ରଶାସନ କୁ ରିପୋର୍ଟ ଦେଇଥିବା ସ୍କୁଲ କମିଟି ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ ପିଲା ମାନଙ୍କ ଭବିଷ୍ୟତ କୁ ସ୍ବତନ୍ତ୍ର ଦୃଷ୍ଟି ଦେଇ ଉପଯୁକ୍ତ ତଦନ୍ତ କରି ସ୍କୁଲ ମିଶ୍ରଣ ସମ୍ପର୍କରେ ବିଚାର କରିବା ନିମନ୍ତେ ଗ୍ରାମବାସୀ ଓ ବିଦ୍ୟାଳୟ କମିଟି ଦାବି ଜଣାଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031