Indus Valley Times

ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି

 Breaking News

ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି

April 08
11:59 2023

କଟକ,୮ /୪: କଟକ ଜିଲ୍ଲା ଚଣ୍ଡିଖୋଲ – ପାରାଦ୍ୱୀପ ୫୩ ନଂ ଜାତୀୟ ରାଜପଥର ଚାରିନଙ୍ଗଳଠାରେ ଆଜି ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ଏକ ପିକ୍ଅପ୍ ପଛରୁ ପିଟିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଛି ଓ ୬ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଓ ୨ ମହିଳା ଥିବା ଜଣାଯାଇଛି।
ସୂଚନା ଅନୁଯାୟୀ, ଆଜି ସକାଳେ ଏକ ପିକ୍ଅପ୍ ଭ୍ୟାନ୍ରେ ୭ ଜଣ ଶୁଖୁଆ ବେପାରୀ ପାରାଦୀପ ଅଭିମୁଖେ ଯାଉଥିଲେ। ଉକ୍ତ ଭ୍ୟାନ୍ ଆଗରେ ଡ୍ରାଇଭର ଓ ହେଲପର ଥିବା ବେଳେ ମହିଳା ଓ ପୁରୁଷ ଶୁଖୁଆ ବେପାରୀ ଗାଡ଼ି ଡାଲାରେ ବସିଥିଲେ।
ଗାଡ଼ିଟି ଚଣ୍ଡିଖୋଲରୁ ପାରାଦ୍ୱୀପ ଅଭିମୁଖେ ଯାଉଥିବା ବେଳେ ଚାରିନଙ୍ଗଲ ନିକଟରେ ରାସ୍ତା ପାର୍ଶ୍ୱରେ ଏକ ଆଇରନ୍ ବୋଝେଇ ଟ୍ରକ୍ ଛିଡ଼ା ହୋଇଥିଲା। ପିକ୍ଅପ୍ ଭ୍ୟାନଟି ଦ୍ରୁତ ଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଟ୍ରକ୍ ପଛ ପଟେ ପିଟି ହୋଇ ଯାଇଥିଲା।
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ପିକ୍ଅପ୍ ଭ୍ୟାନ୍ର ସମ୍ମୁଖ ଅଂଶ ସମ୍ପୂର୍ଣ୍ଣ ଚେପା ହୋଇ ଯାଇଥିବା ବେଳେ ଗାଡ଼ିରେ ଥିବା ଲୋକେ ଛିଟିକି ଦୂରରେ ପଡ଼ିଥିଲେ। ଏହି ଦୁର୍ଘଟଣାରେ ଗାଡ଼ିରେ ଚାପି ହୋଇ ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ଓ ୮ ଜଣ ଗୁରୁତର ହୋଇଥିଲେ ।
ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ୨ ମହିଳା ଶୁଖୁଆ ବେପାରୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ବଡ଼ଚଣା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ପ୍ରଥମେ ବଲାଙ୍ଗିର ପୁଲିସ୍ ଏହି ମାମଲାର ତଦନ୍ତ କରି ୧୯ ଜଣଙ୍କୁ ଗିରଫ କରିଥିଲା। କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କଲେ ଗିରଫଦାରୀ ବଢ଼ିବ ବୋଲି ଅନୁମାନ କରାଯାଉଥିଲା। ମାତ୍ର ଗିରଫଦାରୀ ସଂଖ୍ୟା କିଛି ବି ବଢ଼ିନି। ତଦନ୍ତରେ ବିଳମ୍ବ ହେଲେ ଅଭିଯୁକ୍ତମାନେ ପ୍ରମାଣ ନଷ୍ଟ କରିବାରେ ସଫଳ ହେବେ ବୋଲି ଆଶଙ୍କା ପ୍ରକାଶ ପାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031