Indus Valley Times

ଚଣ୍ଡିଖୋଲ ବିଦ୍ୟାଳୟରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ କରୁଛି ବାଲିଚନ୍ଦ୍ରପୁର ଥାନା ପୋଲିସ

 Breaking News

ଚଣ୍ଡିଖୋଲ ବିଦ୍ୟାଳୟରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ କରୁଛି ବାଲିଚନ୍ଦ୍ରପୁର ଥାନା ପୋଲିସ

December 18
16:16 2022

ଖଲ୍ଲିକୋଟ,୧୮/୧୨: ଗଞ୍ଜାମ ଜିଲ୍ଲା ଛତ୍ରପୁର କସ୍ତୁରବା ଗାନ୍ଧି ଆବାସିକ ବାଳିକା ବିଦ୍ୟାଳୟରେ ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କର ରବିବାର ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁ ପଛର କାରଣ ସ୍ପଷ୍ଟ ହୋଇପାରି ନାହିଁ। ତେବେ ତାଙ୍କ ମୃତ୍ୟୁ ପାଇଁ ସ୍କୁଲ କର୍ତ୍ତୃପକ୍ଷ ଦାୟୀ ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।
ମୃତ ଛାତ୍ରୀଙ୍କ ନାଁ ରୋଜା ବେହେରା। ସେ ଛତ୍ରପୁର ଥାନା ଅନ୍ତର୍ଗତ ତରେଇପାଟପୁର ଗ୍ରାମର ବାସିନ୍ଦା ଥିଲେ। ଛତ୍ରପୁର କସ୍ତୁରବା ଗାନ୍ଧୀ ଆବାସିକା ବାଳିକା ବିଦ୍ୟାଳୟରେ ରହି ପାଠ ପଢୁଥିବା ରୋଜା ଆଜି ଭୋର ପ୍ରାୟ ୪ଟା ବେଳେ ଅସୁସ୍ଥ ଅନୁଭବ କରିଥିଲେ। ସେ ବାନ୍ତି ମଧ୍ୟ କରିଥିଲେ। ଏହା ପରେ ସେଠାରେ ଥିବା ଜଣେ ୱାଡେନ୍ ତାଙ୍କୁ ଔଷଧ ଦେଇଥିଲେ। କିନ୍ତୁ ତାଙ୍କ ଅବସ୍ଥାରେ ସୁଧାର ଆସି ନଥିଲା।
ଅବସ୍ଥା ଗୁରୁତର ହେବାରୁ ସକାଳ ପ୍ରାୟ ୬ଟା ବେଳେ ରୋଜାଙ୍କୁ ସ୍କୁଲ୍ କର୍ତ୍ତୃପକ୍ଷ ଛତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ରୋଜାଙ୍କ ବାପା ଅଭିଯୋଗ କରିଛନ୍ତି ଯେ ପାଖରେ ଡାକ୍ତରଖାନା ଥିବା ସତ୍ତ୍ୱେ ତାଙ୍କୁ କାହିଁକି ତୁରନ୍ତ ସେଠାକୁ ନିଆଯାଇ ନଥିଲା। କାହିଁକି ସକାଳ ୬ଟା ପର‌୍ୟ୍ୟନ୍ତ ଅପେକ୍ଷା କରିଥିଲେ ସ୍କୁଲ କର୍ତ୍ତୃପକ୍ଷ। ଏହି ଘଟଣା ପାଇଁ ସ୍କୁଲ କର୍ତ୍ତୃପକ୍ଷ ହିଁ ଦାୟୀ। ସେମାନେ ଅବହେଳା କରିଥିଲେ।
ଘଟଣା ସଂପର୍କରେ ଖବର ପାଇ ଜିଲ୍ଲା ଶିକ୍ଷାଧିକାରୀ ବିନିତା ସେନାପତି ପହଞ୍ଚି ଗୁରୁ କଲ୍ୟାଣ ଛାତ୍ର ପାଣ୍ଠିରୁ ରୋଜାଙ୍କ ପରିବାରକୁ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଅନ୍ୟପଟେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ରୋଜାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930