Indus Valley Times

ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ପ୍ରଥମ ଥର ପାଇଁ ଚାଲିଲା ଏସି ବସ୍ ସଫାରୀ

 Breaking News

ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ପ୍ରଥମ ଥର ପାଇଁ ଚାଲିଲା ଏସି ବସ୍ ସଫାରୀ

December 29
16:01 2021

ବାରଙ୍ଗ ୨୯/୧୨: ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ପ୍ରଥମ ଥର ପାଇଁ ଚାଲିଲା ଏସି ବସ୍ ସଫାରୀ । ଜଙ୍ଗଲ ବିଭାଗ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହାର ଶୁଭ ଉଦ୍ଘାଟନ କରିଛନ୍ତି । ଏହି ସଫାରୀ ବସ୍ରେ ଚନ୍ଦକା ଜଙ୍ଗଲ ବୁଲିବା ସହ ଡେରାସ ଡ୍ୟାମ୍ ମଧ୍ୟ ବୁଲିବା ମଜା ଉଠାଇପାରିବେ ପର୍ଯ୍ୟଟକ ।
ଖବର ଅନୁଯାୟୀ, ଭୁବନେଶ୍ୱର ଉପକଣ୍ଠ ଚନ୍ଦକା-ଡମପଡ଼ା ହାତୀ ଅଭୟାରଣ୍ୟରେ ଚାଲିଲା ଏସି ବସ୍ ସଫାରୀ । ପ୍ରଥମ ଥର ପାଇଁ ୧୩ ସିଟ୍ ରହିଥିବା ୪-ଟି ଶୀତତାପ ନିୟନ୍ତ୍ରିତ ବସ୍ ଆରମ୍ଭ ହୋଇଛି ।
ଏହି ବସ୍ ଯୋଗେ ଚନ୍ଦକା ଜଙ୍ଗଲ ମଝିରେ ଥିବା ଅମ୍ବିଲୋ, କୁମାର ଖୁଣ୍ଟି, ୱାଚ ଟାୱାର, ଡେରାସ ଡ୍ୟାମ ଆଦି ବିଭିନ୍ନ ପ୍ରାକୃତିକ ପରିବେଶ ବୁଲି ପାରିବେ ।
ପୂର୍ବରୁ ଓପନ ସଫାରୀ ବସ୍ ୮ ଟି ଚାଲୁଥିବା ବେଳେ ଆଜିଠାରୁ ଆଉ ୪ ଟି ଏସି ସଫାରୀ ବସ୍ ଚାଲିଛି । ପର୍ଯ୍ୟଟକମାନେ ଏଥିରେ ଜଙ୍ଗଲ ବୁଲିବା ସହ ଜୀବଜନ୍ତୁ ଦେଖିବାର ନିଆରା ମଜା ଉଠାଇବେ ।
ଏହି କାର୍ଯ୍ୟକ୍ରମରେ ପିସିସିଫ ଶଶୀ ପଲ, ନନ୍ଦନକାନନ ନିର୍ଦେଶକ ମନୋଜ ନାୟର, ଚନ୍ଦକା ଅଭୟାରଣ୍ୟ ଡ଼ିଏଫଓ, ଏସିଏଫଙ୍କ ସମେତ ବହୁ ବନ କର୍ମଚାରୀ ଉପସ୍ଥିତ ରହିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031