Indus Valley Times

ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡଙ୍କ ଘରେ ଆଇଟି ରେଡ୍, ଏକକାଳୀନ ୧୦ଟି ସ୍ଥାନରେ ଚଢାଉ

 Breaking News

ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡଙ୍କ ଘରେ ଆଇଟି ରେଡ୍, ଏକକାଳୀନ ୧୦ଟି ସ୍ଥାନରେ ଚଢାଉ

ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡଙ୍କ ଘରେ ଆଇଟି ରେଡ୍, ଏକକାଳୀନ ୧୦ଟି ସ୍ଥାନରେ ଚଢାଉ
May 11
10:48 2023

କେନ୍ଦୁଝର,୧୧/୫: କେନ୍ଦୁଝର ଜିଲ୍ଲା ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ କୌଣସି ଏକ ସରକାରୀ ବିଭାଗ ପକ୍ଷରୁ ଚଢ଼ଉ ଚାଲିଥିବା ସୂଚନା ରହିଛି। କେନ୍ଦୁଝର , ଭୁବନେଶ୍ୱର ଏବଂ ପୈତୃକ ଗ୍ରାମ ନମ୍ବିରାରେ ଏକକାଳୀନ ଚଢ଼ାଉ ହେଉଥିବା ସୂଚନା ରହିଛି। ସନାତନ ମହାକୁଡ଼ଙ୍କ କେନ୍ଦୁଝର ବାସଭବନକୁ ବିଏସଏଫ ଯବାନ ଘେରି ରହିଛନ୍ତି।
ଏରେ ଅନ୍ୟ ଏକ ସୂତ୍ରରୁ ଜଣାଯାଇଛି ଯେ ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଭୁବନେଶ୍ବର, କେନ୍ଦୁଝର ଓ ଯୋଡ଼ା ଘର ସମେତ ୧୦ଟି ସ୍ଥାନରେ ଆୟକର ବିଭାଗ ପକ୍ଷରୁ ଏକକାଳୀନ ଚଢ଼ଉ କରାଯାଉଛି। ଏଥିରେ ବିଭାଗର ୨୦ଜଣିଆ ଟିମ୍ ସାମିଲ ଥିବା କୁହାଯାଉଛି। ରାଜଧାନୀର ସହିଦ ନଗରରେ ଥିବା ତାଙ୍କ ଘରେ ଏବଂ ତାଙ୍କ ପିଏ ବିକାଶ ମହାନ୍ତିଙ୍କ ଘରେ ଚଢ଼ଉ ଜାରି ରହିଛି।
ଏହାଛଡ଼ା ଘର ପା୍ଖରେ ଥିବା ଏକ ଘରେ ବି ଚଢ଼ଉ କରାଯାଉଛି। ଭୋର ୫ଟା ସମୟରୁ ୬ଟି କାରରେ ଆୟକର ବିଭାଗ ଟିମ୍ ଆସି ରାଜଧାନୀରେ ଚଢ଼ଉ କରୁଛନ୍ତି। ଘର ସାମ୍ନାରେ ବିଏସଏଫ ଯବାନ ମୁତୟନ ହୋଇଛନ୍ତି। ତେବେ ଏନେଇ ଆୟକର ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ।
ସୂଚନାଯୋଗ୍ୟ, ସନାତନ ମହାକୁଡ଼ ୨୦୧୪ରୁ ୨୦୧୯ ଯାଏ ଚମ୍ପୁଆର ବିଧାୟକ ଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031