Indus Valley Times

ଚଳିତ ବର୍ଷ କଟକରେ ହେବ ବାଲିଯାତ୍ରା, କରୋନା କଟକଣା ଯୋଗୁ ୨ ବର୍ଷ ବନ୍ଦ ଥିଲା

 Breaking News

ଚଳିତ ବର୍ଷ କଟକରେ ହେବ ବାଲିଯାତ୍ରା, କରୋନା କଟକଣା ଯୋଗୁ ୨ ବର୍ଷ ବନ୍ଦ ଥିଲା

ଚଳିତ ବର୍ଷ କଟକରେ ହେବ ବାଲିଯାତ୍ରା, କରୋନା କଟକଣା ଯୋଗୁ ୨ ବର୍ଷ ବନ୍ଦ ଥିଲା
June 13
19:22 2022

କଟକ, ୧୩/୬: ଚଳିତବର୍ଷ ହେବ କଟକ ଐତିହାସିକ ବାଲିଯାତ୍ରା। ଏ ନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ।
ମହାମାରୀ କରୋନା ପାଇଁ ଦୁଇ ବର୍ଷ ଧରି ବନ୍ଦ ଥିଲା ବାଲିଯାତ୍ରା। ତେବେ ଚଳିତ ଥର କରୋନା ପରିସ୍ଥିତିରେ ସୁଧାର ଆସିଥିବାରୁ ବାଲିଯାତ୍ରା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
ଜିଲ୍ଲାପାଳଙ୍କ କହିବା ଅନୁସାରେ ଚଳିତବର୍ଷ ପ୍ରଥମ ଥର ପାଇଁ ବାରବାଟୀ ପ୍ୟାଲେସ୍ରେ୧୪, ୧୫ ଓ ୧୬ ତାରିଖରେ କଟକରେ ଏକ କାଇଟ୍ ଉତ୍ସବ ଅନୁଷ୍ଠିତ ହେବ।
କଟକରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ଦ୍ୱାରା ଆୟୋଜନ ହେବ। ଏଥିପାଇଁ ମିଶନ ଶକ୍ତି ବିଭାଗ, ଓରମାସ୍ ଓ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ସ୍ୱତନ୍ତ୍ର ଖସଡା ପ୍ରସ୍ତୁତ କରାଯାଇଛି।
ଯେଉଁଠାରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ, ଖାଦ୍ୟ ଓ ସାଂସ୍କୃତିକ କାର‌୍ୟ୍ୟକ୍ରମ ପରିବେଷଣ କରାଯିବ ବୋଳି ଜିଲ୍ଲାପାଳ କହିଛନ୍ତି।
ଚଳିତବର୍ଷ ହେବାକୁ ଥିବା ବାଲିଯାତ୍ରାରେ ଷ୍ଟଲ ସଂଖ୍ୟା ବଢ଼ିବ। ଅଧିକ ବ୍ୟବସାୟୀ ଲାଭବାନ ହେବେ ବୋଲି ଜିଲ୍ଲାପାଳ କହିଛନ୍ତି।
ସୂଚନାରୁ ପ୍ରକାଶ, ମହାମାରୀ କରୋନା ପାଇଁ ଗତ ଦୁଇ ବର୍ଷ ଧରି କଟକରେ ବାଲି ଯାତ୍ରା ବନ୍ଦ ରହିଥିଲା। ଯାହା କଟକବାସୀଙ୍କୁ ନିରାଶ କରିଥିଲା। ଚଳିତବର୍ଷ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲାପାଳଙ୍କ ଘୋଷଣା ପରେ କଟକବାସୀଙ୍କ ମନରେ ଖସିର ଲହରୀ ଖେଳି ଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031