Indus Valley Times

ଚାକିରିରୁ ବିଦା ହେଲେ ହାବିଲଦାର ଓ କନେଷ୍ଟବଳ ମହାସଂଘର ସଂପାଦକ ପ୍ରସନ୍ନ

 Breaking News

ଚାକିରିରୁ ବିଦା ହେଲେ ହାବିଲଦାର ଓ କନେଷ୍ଟବଳ ମହାସଂଘର ସଂପାଦକ ପ୍ରସନ୍ନ

ଚାକିରିରୁ ବିଦା ହେଲେ ହାବିଲଦାର ଓ କନେଷ୍ଟବଳ ମହାସଂଘର ସଂପାଦକ ପ୍ରସନ୍ନ
October 25
09:48 2021

ଭୁବନେଶ୍ବର,୨୬/୧୦: ୨୦ବର୍ଷର କ୍ୟାରିୟରେ ୧୦ରୁ ଅଧିକ ଆପରାଧିକ ମାମଲା ଥିବା ହାବିଲଦାର ଓ କନେଷ୍ଟବଳ ମହାସଂଘର ସଂପାଦକ ପ୍ରସନ୍ନ କୁମାର ବେହେରା ଶେଷରେ ଚାକିରିରୁ ବିଦା ହୋଇଛନ୍ତି। ସମ୍ବିଧାନର ଧାରା ୩୧୧(୨)(ଖ) ଅନୁଯାୟୀ, ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ରବିବାର ଦିନ ତାଙ୍କୁ ଚାକିରିରୁ ବରଖାସ୍ତ କରିଥିବା ଜଣାପଡ଼ିଛି। ମହାମାରୀ କଟକଣା ଉଲ୍ଲଂଘନ କରି ବିଳମ୍ବିତ ରାତି ପର୍ଯ୍ୟନ୍ତ ବାର୍ ଖୋଲା ରଖିବା ତଥା କ୍ଷମତାର ଅପବ୍ୟବହାର କରିବା ଅଭିଯୋଗରେ ଶୁକ୍ରବାର ପ୍ରସନ୍ନଙ୍କୁ ନିଲମ୍ବିତ କରାଯାଇଥିଲା।
ଶନିବାର ତମାଣ୍ଡୋ ପୁଲିସ ତାଙ୍କ ବିରୋଧରେ ୧୦ରୁ ଅଧିକ ସଙ୍ଗିନ ଦଫା ଲଗାଇ ଗିରଫ କରିଥିଲା। ତେବେ ନିଜର ୨୦ବର୍ଷର କ୍ୟାରିୟର୍ରେ ୧୦ରୁ ଅଧିକ ଆପରାଧିକ ମାମଲାରେ ଛନ୍ଦି ହୋଇ ପ୍ରସନ୍ନ ବିବାଦୀୟ ହୋଇପଡ଼ିଥିଲେ। ତାଙ୍କ ପାଇଁ ପୁଲିସ ବିଭାଗକୁ ବହୁ ବଦନାମ୍ ମୁଣ୍ଡାଇବାକୁ ପଡ଼ିଛି। ତେଣୁ କାର‌୍ୟ୍ୟାନୁଷ୍ଠାନସ୍ବରୂପ ତାଙ୍କୁ ଚାକିରିରୁ ବିଦା କରାଯାଇଥିବା କୁହାଯାଉଛି।
ସୂଚନାଯୋଗ୍ୟ ଯେ ପ୍ରସନ୍ନଙ୍କ ଚାକିରି କାଳରେ ପ୍ରଥମ ଆପରାଧିକ କାଣ୍ଡ ଘଟିଥିଲା ୨୦୦୧ ମସିହା ଫେବ୍ରୁଆରି ୧୫ ତାରିଖରେ। ବାଲିଅନ୍ତାରେ ଜଣେ ମଦମାଫିଆ ନକଲି ତଥା ବିଷାକ୍ତ ମଦ ବିକ୍ରି କରିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ ଚଢ଼ଉ କରିବାକୁ ଉକ୍ତ ମଦ ମାଫିଆ ଘରେ ପହଞ୍ଚିବା ବେଳକୁ ସେ ଘର ଛାଡ଼ି ଫେରାର୍ ହୋଇଯାଇଥିଲା। ଏପରିକି ପୁଲିସକୁ ତା’ ଘରୁ ବିଷାକ୍ତ ମଦର ସନ୍ଧାନ ମଧ୍ୟ ମିଳି ନଥିଲା। ଏହା ପଛରେ ପ୍ରସନ୍ନଙ୍କ ହାତ ଥିଲା। ପୁଲିସ ଚଢ଼ଉ କରିବାକୁ ଯିବା ବେଳେ ଉକ୍ତ ମଦ ମାଫିଆକୁ ଗୁପ୍ତ ସୂଚନା ଦେଇ ଫେରାର୍ କରିବାରେ ପ୍ରସନ୍ନ ସହଯୋଗ କରିଥିଲେ। ସେତେବେଳେ ଭୁବନେଶ୍ବର ପୁଲିସ ତାଙ୍କ ବିରୋଧର ଶୃଙ୍ଖଳାଗତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିଥିଲା।
ଏହା ପରଠୁ ପ୍ରସନ୍ନଙ୍କ ଆପରାଧିକ କାର‌୍ୟ୍ୟକଳାପ ବଢ଼ି ଚାଲିଥିଲା। ୨୦୦୫ରେ ଲକ୍ଷ୍ମୀସାଗର ଥାନାରେ ଅସ୍ତ୍ରଶସ୍ତ୍ର ନିରୋଧ ଆଇନରେ ଏକ ମାମଲା ରୁଜୁ ହୋଇଛି। ସେହିଭଳି ୨୦୧୦ରେ ଖଣ୍ଡଗିରି ଥାନାରେ ଜମି ହଡ଼ପ ତଥା ଠକେଇ ଅଭିଯୋଗ ହୋଇଥିବା ବେଳେ ୨୦୧୨ରେ ଧମକ ଦେବା ଅଭିଯୋଗରେ ଏକ ମାମଲା ରହିଛି। ଖାଲି ସେତିକି ନୁହେଁ, ୨୦୧୮ରେ ସେ କଟକରେ ଜଣେ ଓକିଲଙ୍କୁ ନିସ୍ତୁକ ମାଡ଼ ମାରିବାକୁ କେନ୍ଦ୍ର କରି ଆଇନଜୀବୀମାନେ କୋର୍ଟ କାର‌୍ୟ୍ୟ ବନ୍ଦ କରି ଦେଇଥିଲେ। ଏଥିପାଇଁ ପୁଲିସକୁ ଅପଦସ୍ଥ ହେବାକୁ ପଡ଼ଥିଲା। ଉପରିସ୍ଥ ଅଧିକାରୀଙ୍କ ହସ୍ତକ୍ଷେପ ସହ କ୍ଷମା ପ୍ରାର୍ଥନା କରିବା ପରେ ମାମଲାରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ଗତବର୍ଷ ଜୟଦେବ ଭବନ ସମ୍ମୁଖରେ ପ୍ରସନ୍ନ କୋଭିଡ୍ କଟକଣା ଭାଙ୍ଗି ରାସ୍ତାକଡ଼ରେ ମଦ ପିଉଥିବାର ଭିଡିଓ ଭାଇରାଲ୍ ହୋଇଥିଲା। ତେଣୁ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା। ଏହିଭଳି ପ୍ରସନ୍ନ ତାଙ୍କ କାର‌୍ୟ୍ୟକାଳ ଭିତରେ ୮ଥର ଶୃଙ୍ଖଳାଗତ ବିଭାଗୀୟ କାର‌୍ୟ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିବା ବେଳେ ତାଙ୍କ ବିରୋଧରେ ବିଭିନ୍ନ ଥାନାରେ ୫ଟି ଅପରାଧିକ ମାମଲା ରହିଛି।ଚାକିରିରୁ ବିଦା ହେଲେ ହାବିଲଦାର ଓ କନେଷ୍ଟବଳ ମହାସଂଘର ସଂପାଦକ ପ୍ରସନ୍ନ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031