Indus Valley Times

ଚାଲିଗଲା ସିନା ସାମୂଦ୍ରିକ ବାତ୍ୟା ଜୱାଦ, କିନ୍ତୁ ଚାଷୀଙ୍କୁ ଦେଇଗଲା ଅସରନ୍ତି କୋହ ଆଉ ଲୁହ

 Breaking News

ଚାଲିଗଲା ସିନା ସାମୂଦ୍ରିକ ବାତ୍ୟା ଜୱାଦ, କିନ୍ତୁ ଚାଷୀଙ୍କୁ ଦେଇଗଲା ଅସରନ୍ତି କୋହ ଆଉ ଲୁହ

ଚାଲିଗଲା ସିନା ସାମୂଦ୍ରିକ ବାତ୍ୟା ଜୱାଦ, କିନ୍ତୁ ଚାଷୀଙ୍କୁ ଦେଇଗଲା ଅସରନ୍ତି କୋହ ଆଉ ଲୁହ
December 06
18:47 2021

ସ୍ୱାଗତିକା ଭୂତିଆଙ୍କ ରିପୋର୍ଟ
ଭୁବନେଶ୍ୱର, ୬/୧୨: ବତ୍ୟା ଜୱାଦ ସିନା ଦୁର୍ବଳ ହୋଇଗଲା, ହେଲେ ରାଜ୍ୟର ଚାଷୀଙ୍କୁ ଦେଇଯାଇଛି ଅସରନ୍ତି ଦୁଃଖ । ଏହି ସାମୁଦ୍ରିକ ଝଡ ବାତ୍ୟା ଯଦିଓ ଓଡ଼ିଶାରେ ଲ୍ୟାଣ୍ଡଫଲ ହୋଇନି କିନ୍ତୁ ବତ୍ୟା ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷା ଚାଷୀଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି । ବାତ୍ୟା ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବା ଦ୍ୱାରା ଶନିବାର ଓ ରିବିବାର ଦୁଇ ଦିନ ଉପକୂଳ ଜିଲ୍ଲାମାନଙ୍କରେ ମୂଷଳ ବର୍ଷା ହୋଇଥିଲା ଯାହା ଚାଷୀର ବର୍ଷ ଯାକର ପରିଶ୍ରମ ଉଜାଡି ଦେଇଛି ।
ପ୍ରବଳ ବର୍ଷା ଦ୍ୱାରା ଚାଷର ଜମିରେ ପାଣି ପଶି ଯିବାରୁ ଚାଷ ବାସ ସବୁ ନଷ୍ଟ ହୋଇଯାଇଛି । ଚାଷୀ ଧାନ କାଟି ଅମଳ କରି ବିଲରେ ଛାଡିଆସିଥିବା ଏକର ଏକର ଧାନ ସବୁ ଜଳବନ୍ଦୀ ଘେରରେ ପଡି ରହିଛି । ପରିବା ଜମିରେ ପାଣି ପସିବା ଦ୍ୱାରା ଫସଲ ସବୁ ନଷ୍ଟ ହୋଇଯାଇଛି । ଚାଷୀର ବର୍ଷ ଯାକର ପରିଶ୍ରମ ପାଣିରେ ଭାଷି ଯାଇଛି ଯାହାକି ଚାଷୀର ମୁଣ୍ଡ ଉପରେ ଚଡକ ପଡିଛି ।
ବର୍ଷ ଯାକର ଦାନାପାଣିକୁ ହରାଇ ମାନସିକ ଭାରସମ୍ୟ ହରାଇ ଗଂଜାମ ଜିଲ୍ଲାର ଉଲମା ଗ୍ରାମର କୈଳାସ ଶବର ଶେଷରେ ଆତ୍ମହତ୍ୟା କରିଛନ୍ତି । ମାନସିକ ଭାରାକ୍ରାନ୍ତ ଅବସ୍ଥାରେ ଥିବା ଆଉ କେତେକ ଚାଷୀ କହିଛନ୍ତି ସରକାର ଯଦି ପ୍ରକୃତ କ୍ଷତି ପୁରଣ ନଦିଅନ୍ତି ସୋମନେ ମଧ୍ୟ ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେବେ ।
ମୃତ ଚାଷୀ କୈଳାସ ଶବରର ପରିବାର ଲୋକ କହିଛନ୍ତି ମୁଷଳ ଧାରାରେ ବର୍ଷା ଯୋଗୁଁ ୨ଏକର ଚାଷ ଜମିରେ ପାଣି ପସି ସବୁ ଧାନ ନଷ୍ଟ ହୋଇଯାଇଥିଲା । ତାହା ଦେଖି କୈଳାସ ଦୁଃଖରେ ଭାଙ୍ଗି ପଡିଥିଲେ । ସେଷରେ ସେ କୀଟନାଶକ ଖାଇ ଦେଲେ ।
ଅନ୍ୟ ଜଣେ ଚାଷୀ କୁହିଛନ୍ତି ପ୍ରବଳ ବର୍ଷା ଯୋଗୁଁ ତାଙ୍କ ପରିବା ଚାଷ ଉପରେ ଗଭୀର ପ୍ରଭାବ ପଡିଛି । ପରିବା ସବୁ ପଣିରେ ବୁଡି ରହିବାରୁ ପଚି ଯାଇଛି । ଆଉ ସେ ପରିବାକୁ ସେ ଏବେ ବଜାରରେ ବିକି ପାରିବେନି କି ତାର କ୍ଷତି ପୁରଣ ପାଇପାରିବେନି । ସରକାର ଯଦି ସାହାଯ୍ୟ ନକରିବେ ତାଙ୍କ ପାଖେ ବଂଚିବା କଷ୍ଟ ହୋଇପଡିବ ।
ବର୍ଷ ତମାମର ଆହାରକୁ ହରାଇ ଭାଙ୍ଗି ପଡିଥିବା ଚାଷୀ କହିଛନ୍ତି ସରକାର ଯଦି କ୍ଷତି ପୂରଣ ନଦେବେ ଆମେ ମରିଯିବୁ ।
କେନ୍ଦ୍ରା ପଡା ଜିଲ୍ଲାର ଉମାସଙ୍କର ସାହୁ କହିଛନ୍ତି ସେ ଧାର୍ କରଜ କରି ୬ଏକର ଜମିରେ ଧାନ ଚାଷ କରିଥିଲେ । ହେଲେ ବାତ୍ୟା ଜୱାଦ ପ୍ରଭାବରେ ହୋଇଥିବା ବର୍ଷା ଯୋଗୁଁ ସବୁ ଧାନ ବିଳରେ ପାଣି ପଶି ୬ଏକର ଧନ ଚାଷ ସବୁ ନଷ୍ଟ ହୋଇଯାଇଛି । ଏବେ ଏସବୁ କ୍ଷତିକୁ କିଭଳି ଭରଣା କରିବେ ସେଇ ଚିନ୍ତାରେ ସେ ଭାଙ୍ଗି ପଡିଛନ୍ତି । ସରକାରଙ୍କୁ ପ୍ରକୃତ କ୍ଷତିର ସହାୟତା ରାଶି ଦେବାକୁ ବ୍ୟାକୁଳ ନିବେଦନ କରିଛନ୍ତି ଚାଷୀ କୂଳ । ଆଉ କହିଛନ୍ତି ସରକାର ଯଦି ତାଙ୍କୁ ସାହାଯ୍ୟ ନକରିବେ ସେ ଷେଶରେ ଜୀବନ ହାରି ଦେବେ ।
ଗଂଜାମ ଜିଲ୍ଲା ଖାଲିକୋଟର ଚାଷୀ ଜିତେନ୍ଦ୍ର ଦଳାଇ କହିଛନ୍ତି ସେ ସ୍ଥାନୀୟ ସମବାୟ ବ୍ୟାଙ୍କରରୁ ଋଣ ଆଣି ଧାନ ଚାଷ ଏବଂ ପରିବା ଚାଷ କରିଥିଲେ । ଏବଂ ଚଳିତ ବର୍ଷ ତାଙ୍କର ଭଳ ଲାଭ ବାହାରିବ ବୋଲି ସେ ଆସା ମଧ୍ୟ ରଖିଥିଲେ ହେଲେ ବାତ୍ୟା ଯୋଗୁଁ ହୋଇଥିବା ଲଘୁଚାପ ବର୍ଷା ତାଙ୍କର ସବୁ ଆଶା ଭରଷା ଭାଙ୍ଗି ଦେଇଛି । ବର୍ଷ ଯାକର ଅନ୍ନ ଛଡାଇ ନେଇଛି ।
ସୋମବାର ଦିନ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ଫସଲ ହାନିର ରିପୋର୍ଟ ଦେବାକୁ କହିଛନ୍ତି ।
ବର୍ଷାରେ ଫସଲ ହାନି ହୋଇଥିବା ଜିଲ୍ଲା ଗୁଡିକର ରିପୋର୍ଟ ଦେବାକୁ ସେହି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏବଂ ରାଜ୍ୟ ରାଜସ୍ୱ ସୁଦାମ ମାରାଣ୍ଡି ମଧ୍ୟ ଜିଲ୍ଲାପାଳଙ୍କ ଫସଲ ହାନ ରିପୋର୍ଟ ତଲବ କରିଛନ୍ତି । ଏବଂ ରିପୋର୍ଟ ଆସିଲା ପରେ କ୍ଷତି ସହିଥିବା ଚାଷୀଙ୍କୁ କ୍ଷତି ପୂରଣ ଦିଆଯିବ ବୋଲି କହିଛନ୍ତି ।
ସ୍ୱତନ୍ତ୍ର ରିଲିଫ୍ କମିଶନ ପ୍ରଦୀପ ଜେନା ମଧ୍ୟ କହିଛନ୍ତି ଯେ ବାତ୍ୟ ଜୱାଦ ଦ୍ୱାରା ବହୁ ସଂଖ୍ୟାରେ ଫସଲ ନଷ୍ଟ ହୋଇଛି ଏବଂ ଏହାକୁ ଖୁବ ଶୀଘ୍ର ମୁଲ୍ୟାଙ୍କନ କରି କ୍ଷତି ପୁରଣ ଦିଆଯିବ ।

Cyclone Jawad leaves behind a trail of devastation, farmers in deep distress

Report: Swagatika Bhutia

Picture by Chandra Sekhar Biswal

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031