Indus Valley Times

ଚାଷୀଙ୍କ ପାଇଁ ଚିନ୍ତା ଘାରିଛି ନିଅଣ୍ଟିଆ ବର୍ଷା

 Breaking News

ଚାଷୀଙ୍କ ପାଇଁ ଚିନ୍ତା ଘାରିଛି ନିଅଣ୍ଟିଆ ବର୍ଷା

August 07
08:56 2021

ଭୁବନେଶ୍ୱର,୭/୮ : ୪ ଦିନ ହେଲା ରାଜ୍ୟରେ ମୌସୁମୀର ସ୍ଥିତି ଦୁର୍ବଳ ରହିଛି। ମୌସୁମୀ ଟ୍ରଫଲାଇନ୍ ଏବେ ଉତ୍ତରମୁହାଁ ହୋଇଥିବାରୁ ଆସନ୍ତା କିଛି ଦିନ ଧରି ମୌସୁମୀ ଦୁର୍ବଳ ରହିବା ସହ କାଁ ଭାଁ ବର୍ଷାର ସମ୍ଭାବନା ରହିଛି।
ଫଳରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ରେକର୍ଡ ହୋଇଥିବା ୨୬.୪% ନିଅଣ୍ଟିଆ ବର୍ଷା ସ୍ଥିତି ଆଗକୁ ଆହୁରି ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି। ଏଥିସହ ଚାଷ କାର୍ଯ୍ୟରେ ନାନା ଅସୁବିଧା ସୃଷ୍ଟି ହେବାର ସମ୍ଭାବନା ରହିଛି।ଯାହାକି ଚାଷୀଙ୍କ ପାଇଁ ମୁଣ୍ଟ ବିନ୍ଧାର କାରଣ ପାଲଟିଛି ।
ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଅଗଷ୍ଟ ୧୫ ତାରିଖ ଯାଏ ଓଡ଼ିଶା ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ମୌସୁମୀ ଦୁର୍ବଳ ରହିବ।
ସମ୍ଭବତଃ ଉପକୂଳ ଓଡ଼ିଶା କେନ୍ଦ୍ରୀୟ ଓ ଗଞ୍ଜାମ ସହିତ ଦକ୍ଷିଣ ଓଡ଼ିଶାର କେତେକ ଅଞ୍ଚଳରେ ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ବିସ୍ତୃତ କିମ୍ବା ବିଶେଷ ବର୍ଷାର ସମ୍ଭାବନା କମ୍। ଏହି ସମୟରେ ଲଘୁଚାପର କୌଣସି ସଙ୍କେତ ମିଳୁ ନାହିଁ।
ଅଗଷ୍ଟ ପ୍ରଥମ ୬ ଦିନରେ ରାଜ୍ୟରେ ପ୍ରାୟ ୬୯ମିମି ବର୍ଷା ଆଶା କରାଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୧୫.୬ ମିମି ବର୍ଷା ହୋଇଛି। ଏହା ସ୍ବାଭାବିକଠାରୁ ପ୍ରାୟ ୭୭% କମ୍। କୌଣସି ଜିଲ୍ଲାରେ ବି ସ୍ବାଭାବିକ ବର୍ଷା ହୋଇନାହିଁ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031