Indus Valley Times

ଚିନ୍ତା ବଢାଉଛି ମୃତ୍ୟୁ ସଂଖ୍ୟା, ପୁଣି ୨୨ ଜଣଙ୍କ ମୁଣ୍ଡ ନେଲା କରୋନା

 Breaking News

ଚିନ୍ତା ବଢାଉଛି ମୃତ୍ୟୁ ସଂଖ୍ୟା, ପୁଣି ୨୨ ଜଣଙ୍କ ମୁଣ୍ଡ ନେଲା କରୋନା

February 05
09:17 2022

ଭୁବନେଶ୍ୱର, ୫/୨: ପୁଣି ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ପୁଣି ଦୁଇ ଅଙ୍କ ଛୁଇଁଛି।ରାଜ୍ୟରେ ୨୨ କରୋନା ସଂକ୍ରମିତଙ୍କ ପ୍ରାଣହାନି ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୭୭୧କୁ ବୃଦ୍ଧି ପାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣଙ୍କର ମୃତ୍ୟୁ ଘଟିଛି। ଅପରପକ୍ଷରେ କଟକ ଓ ସୁନ୍ଦରଗଡ଼ ଜିଲ୍ଲାର ୩ ଜଣ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଏଣେ କେନ୍ଦୁଝର ଜିଲ୍ଲାର ଦୁଇ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି।
ତେଣେ ବାଲେଶ୍ବର, ଜଗତସିଂହପୁର, ଗଞ୍ଜାମ, ସୋନପୁର, ନୟାଗଡ଼, ନବରଙ୍ଗପୁର ଓ ବୌଦ୍ଧ ଜିଲ୍ଲାର ୨ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଆଜିର କୋଭିଡ ସୂଚନା ଅନୁଯାୟୀ ୧୩ ଜଣ ମହିଳା ସଂକ୍ରମିତ ପ୍ରାଣ ହରାଇଛନ୍ତି। ଏମାନଙ୍କ ଭିତରେ ସୋନପୁରର ଜଣେ ୮ ବର୍ଷୀୟା ନାବାଳିକା ଥିବା ଜଣାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031